Advertisment

ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ!

ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ। ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ।

Sanjay Dutt

Sanjay Dutt

Advertisment

ଏଥର ନିର୍ବାଚନ ଲଢ଼ିବେ ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ। ସେ କଂଗ୍ରେସ ଟିକେଟ୍‌ରେ ହରିଆଣାର ଯୁମାନଗର ଆସନରୁ ନିର୍ବାଚନ ଲଢ଼ିପାରନ୍ତି। ଦୀର୍ଘ ଦିନ ହେବ ଏଭଳି କିଛି ଚର୍ଚ୍ଚା ଲାଗିଛି। ଏବେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛନ୍ତି ଖୋଦ୍‌ ଅଭିନେତା ସଞ୍ଜୟ ଦତ୍ତ।

Advertisment

ଚଳିତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଖବରକୁ ସଞ୍ଜୟ ଦତ୍ତ ଖଣ୍ଡନ କରିଛନ୍ତି। ସେ ନିର୍ବାଚନ ଲଢ଼ିବା ଖବର ସତ ନୁହେଁ। ଏହା କେବଳ ଏକ ଗୁଜବ ବୋଲି ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି।

ସେ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲ Xରେ କହିଛନ୍ତି, 'କୌଣସି ବି ଦଳରେ ମୁଁ ସାମିଲ ହେବାକୁ ଯାଉନାହିଁ। ଯଦି ମୁଁ ରାଜନୀତିରେ ଏଣ୍ଟ୍ରି କରିବି ତେବେ ମୁଁ ନଜେ ଏନେଇ ଘୋଷଣା କରିବି। ଦୟାକରି ଏଭଳି ଗୁଜବଠାରୁ ଦୂରେଇ ରହୁନ୍ତୁ।' ଉଡା ଖବର ତଥା ଗୁଜବ ଉପରେ ବିଶ୍ୱାସ ନ କରିବାକୁ ସେ ଲୋକଙ୍କୁ ଅପିଲ୍‌ କରିଛନ୍ତି।

Advertisment

ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟଙ୍କ ବିରୋଧରେ ସେଲେବ୍ରିଟି କାର୍ଡ ଖେଳିପାରେ। ଏଥିପାଇଁ ହାଇକମାଣ୍ଡ ସଞ୍ଜୟ ଦତ୍ତଙ୍କ ନାଁ ଉପରେ ମୋହର ମାରି ସାରିଛନ୍ତି।

ସଞ୍ଜୟ ଦତ୍ତଙ୍କ ବାପା ଦିବଙ୍ଗତ ସୁନୀଲ ଦତ୍ତ ମୁମ୍ବାଇରୁ ସାଂସଦ ଓ ମନ୍ତ୍ରୀ ଥିଲେ। ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ସାଂସଦ ଥିଲେ। ହରିଆଣା ସହ ସଞ୍ଜୟ ଦତ୍ତଙ୍କ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଏଠାକାର ଯମୁନାନଗରରେ ତାଙ୍କ ପୌତୃକ ଘର ଅଛି। ତେଣୁ ଏଠୁ କଂଗ୍ରେସ ତାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। 

Congress Loksabha Election 2024 Haryana Sanjay Dutt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe