Advertisment

ବିମାନରେ ବୋମା ଆତଙ୍କ, ଲକ୍ଷ୍ନୌରେ ହେଲା ଜରୁରୀ ଅବତରଣ

ବିମାନରେ ବୋମା ଥିବା ଖବର ହାଇଦ୍ରାବାଦରୁ ଫୋନ୍ ଯୋଗେ ଆସିଥିଲା।

Indigo Airlines

Indigo Airlines

Advertisment

ବିମାନରେ ବୋମା ଆତଙ୍କ। ଛନିଆ ହୋଇଗଲେ ଯାତ୍ରୀ। ହାଇଦ୍ରାବାଦରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଲକ୍ଷ୍ନୌରେ ଏହାର ଏମରଜେନ୍ସିଂ ଲ୍ୟାଣ୍ଡିଂ କରାଯାଇଛି। 

Advertisment

 ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ଏହାର ଜରୁରୀ ଅବତରଣ କରାଯାଇଥିଲା। ଏହାପରେ ତୁରନ୍ତ ଯାତ୍ରୀବାହୀ ବିମାନଟିର ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ କୌଣସି ବୋମା ମିଳିନଥିଲା। 

ପୁଲିସ ସୂଚନା ମୁତାବକ, ବିମାନରେ ବୋମା ଥିବା ଖବର ହାଇଦ୍ରାବାଦରୁ ଫୋନ୍ ଯୋଗେ ଆସିଥିଲା। ଲକ୍ଷ୍ନୌରେ ବିମାନ ଏଜରଜେନ୍ସି ଲ୍ୟାଣ୍ଡିଂ କରାଯାଇ ଏହାକୁ ଯାଞ୍ଚ କରାଯାଇଥିଲା। କିନ୍ତୁ ବୋମା ନ ମିଳିବା ପରେ ଭୟରେ ଥିବା ଯାତ୍ରୀମାନେ ଆଶ୍ୱସ୍ତି ହୋଇଥିଲେ। ଏହାପରେ ବିମାନଟି ପୁଣିଥରେ ଉଡାଣ ଭରିଛି। 

Advertisment

ସେପଟେ ବିମାନରେ ବୋମା ଥିବା ଖବର ଦେଇଥିବା ବ୍ୟକ୍ତିଙ୍କୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି। ଫୋନ ଯୋଗେ ସୂଚନା ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଏହି ଫ୍ଲାଇଟ୍ ମିସ୍ ହୋଇଯାଇଥିଲା। ଏଥି ଯୋଗୁ ସେ ଏଭଳି ଗୁଜବ ସୃଷ୍ଟି କରିଥିବା ଜଣାପଡିଛି।  

Indigo Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe