Advertisment

କାଫେରେ ଆଇ‌ଇଡି ବିସ୍ଫୋରଣ, ସିସିଟିଭିରେ ଅଭିଯୁକ୍ତ କଏଦ

ପୂରା ଦେଶରେ କାଫେ ବିସ୍ଫୋରଣକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସିସିଟିଭିରେ ଅଭିଯୁକ୍ତ କଏଦ ହୋଇଛି।

author-image
Hemant Lenka
Blast

Blast

କର୍ଣ୍ଣାଟକାର ବେଙ୍ଗାଲୁରୁର ସବୁଠାରୁ ଲୋକପ୍ରିୟ ରାମେଶ୍ୱରମ କାଫେରେ ଆଇଡି ଦ୍ୱାରା ବିସ୍ଫୋରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଶ୍ଚିତ କରିଛନ୍ତି। ଏହି ବିସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ପୂରା ଦେଶରେ କାଫେ ବିସ୍ଫୋରଣକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସିସିଟିଭିରେ ଅଭିଯୁକ୍ତ କଏଦ ହୋଇଛି।

Advertisment

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ କହିବା କଥା ଯେ ଗୋଟିଏ ଆଇଇଡି ଦ୍ୱାରା ବିସ୍ଫୋରଣ କରାଯାଇଛି। କାଫେ ଭିତରେ ବ୍ୟାଗ ସହ ଆଇଇଡି ରଖୁଥିବା ଜଣେ ଯୁବକକୁ ଚିହ୍ନଟ କରାଯାଇଛି। ସନ୍ଦିଗ୍ଧ ଜଣକ କାଫେରେ ବ୍ରେକଫାଷ୍ଟ କରିଥିଲା। ଏହାପରେ ଆଇଇଡି ରହିଥିବା ବ୍ୟାଗକୁ କାଫେରେ ଛାଡ଼ି ଚାଲି ଯାଇଥିଲା ବୋଲି ସେ କହିଛନ୍ତି।

ପୁଲିସ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଯେ କାଫେ କିମ୍ବା ଏହାର ଆଖପାଖ ଅଞ୍ଚଳରୁ ଆଉ କୌଣସି ବିସ୍ଫୋରକ ଜବତ ହୋଇନାହିଁ। କେବଳ ଗୋଟିଏ ବ୍ୟାଗରେ ରହିଥିବା ଆଇଇଡି ବିସ୍ଫୋରଣ ହୋଇଛି।

Advertisment

ଯେଉଁ ଯୁବକ ଜଣଙ୍କ କାଫେ ଭିତରେ ବ୍ୟାଗ ରଖିଥିଲା ସେ କ୍ୟାଶ କାଉଣ୍ଟରରୁ ଟୋକନ ନେଇଥିଲା। ତେଣୁ ପୁଲିସ୍‌ ଏବେ କ୍ୟାଶିୟରଙ୍କୁ ପଚରାଉଚରା କରୁଛି।

ତେବେ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି। ଏହା ଏକ ବଡ଼ଧରଣର ବିସ୍ଫୋରଣ ନୁହେଁ।

ଛୋଟ ଧରଣର ଆଇଇଡି ବିସ୍ଫୋରଣ ହୋଇଛି। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଛି। ଏମିତ ହେବା କଥା ନୁହେଁ। ଏହା କେଉଁ ପ୍ରକାରର ବିସ୍ଫୋରଣ ଦେଖାଯାଉ। ଆମ ସରକାର ସମୟରେ ଏହା ପ୍ରଥମ ଘଟଣା। ବିସ୍ଫୋରଣରେ କାଫେର କର୍ମଚାରୀ ଓ ଜଣେ ଗ୍ରାହକ ଆହତ ହୋଇଛନ୍ତି। ସେମାନେ ଆଦୌ ଗୁରୁତର ନଥିବା ସିଦ୍ଦରମୈୟା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିସ୍ଫୋରଣ ବେଳର ସିସିଟିଭ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ୍‌ ଓ ଫରେନ୍ସିକ ଟିମ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି। କାଫେକୁ ମଧ୍ୟ ସିଲ କରାଯାଇଛି।

Karnataka Bomb Blast Bengaluru Siddaramaiah