Advertisment

ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ୩ ମୃତ

ବିସ୍ଫୋରଣ ଯୋଗୁ ଯେଉଁ ଘରେ ବୋମା ତିଆରି ଚାଲିଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏଥିସହ ଆଖପାଖର ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଅଦ୍ୟତନ ହୋଇଛି
undefined

Bomb Blast

Advertisment

ଦେଶୀ ବୋମା ତିଆରି ବେଳେ ହେଲେ ଭୟଙ୍କର ବିସ୍ଫୋରଣ। ଚାଲିଗଲା ୩ ଜଣଙ୍କ ଜୀବନ। ପଶ୍ଚିମବଙ୍ଗର ମୁର୍ସିଦାବାସରେ ଘଟିଛି ଏଭଳି କିଛି ଅଘଟଣ। ଏଠାରେ ବେଆଇନ ରୂପେ ଏକ ଘରେ ବୋମା ତିଆରି ଚାଲିଥିଲା। ଏହି ସମୟରେ ବିସ୍ଫୋରଣ ହୋଇଥବା କୁହାଯାଉଛି।

Advertisment

ପୋଲିସର ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ମୁର୍ସିଦାବାଦ ଜିଲ୍ଲାର ଖୈରତଲା ନିବାସୀ ମାମୁନ ମୁଲ୍ଲାଙ୍କ ଘରେ ବେଆଇନ ବୋମା ତିଆରି କାମ ଚାଲିଥିଲା। ଏହି ସମୟରେ ହଠାତ୍ ଏକ ବୋମାରେ ବିସ୍ଫୋରଣ ଘଟିଥିଲା। ଫଳରେ ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବିସ୍ଫୋରଣ ଯୋଗୁ ଯେଉଁ ଘରେ ବୋମା ତିଆରି ଚାଲିଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏଥିସହ ଆଖପାଖର ଘରଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି। 

Advertisment

ମୃତକମାନେ ହେଲେ ମାମୁନ ମୁଲ୍ଲା, ସାକିରୁଲ ସରକାର ଓ ମୁସ୍ୋକିନ୍‌ ଶେଖ। ଏମାନଙ୍କ ମଧ୍ୟରୁ ମୁସ୍ତାକିନ୍ ଶେଖଙ୍କ ଘର ମହତାବ କଲୋନୀ ଅଞ୍ଚଳରେ ଅଛି। ଖୈରତଲା ଅଞ୍ଚଳରେ ମାମୁନ ମୁଲ୍ଲା ଏବଂ ସାକିରୁଲ ସରକାର ଘର ରହିଛି। ରାତି ଅଧରେ ସେମାନେ ଘର ଭିତରେ ବୋମା ତିଆରି କରୁଥିଲେ।

West Bengal Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe