Advertisment

ବୋମା ବିସ୍ଫୋରଣରେ ଟିଏମସି କର୍ମୀଙ୍କ ମୃତ୍ୟୁ, ମୁଖ୍ୟ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗର ବୀରଭୂମିରେ ପୁଣି ହିଂସାକାଣ୍ଡ ଘଟିଛି।

ଅଦ୍ୟତନ ହୋଇଛି
undefined

Bomb Blast

Advertisment

ପଶ୍ଚିମବଙ୍ଗର ବୀରଭୂମିରେ ପୁଣି ହିଂସାକାଣ୍ଡ ଘଟିଛି। ବୀରଭୂମ ଜିଲାର ମାରଗ୍ରାମରେ ବୋମା ବିସ୍ଫୋରଣ ଯୋଗୁ ରବିବାର ଜଣେ ତୃଣମୂଳ କଂଗ୍ରେସ କର୍ମୀ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଶାସକ ଦଳର ପଞ୍ଚାୟତ ମୁଖିଆଙ୍କ ଭାଇ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଜାଦୁଦ୍ଦିନ ଶେଖ ତାଙ୍କର ଦୁଇ ପୁଅ ଲକି ଏବଂ ରାଜା ସମ୍ପୃକ୍ତ ଥିବା ପୁଲିସ କହିଛି। ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଜେରା କରୁଛି।

Advertisment

ଗୁରୁତରଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଟିଏମ୍‌ସି ନେତା ନ୍ୟୁଟନ୍‌ ଶେଖ ବୋଲି ଜଣାପଡିଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବୋମାମାଡ଼ କାରଣ ଜଣାପଡ଼ି ନାହିଁ। ଏହା ଏକ ରାଜନୈତିକ ପ୍ରତିଷୋଧ ବୋଲି କୁହାଯାଉଛି। ଟିଏମସି ନେତା ନ୍ୟୁଟନ୍ ଶେଖଙ୍କ ପୁତୁରା ଫିରାଜୁଲ ଇସଲାମ ପୁଲିସକୁ କହିଛନ୍ତି ଯେ, ତାଙ୍କ ଦାଦାଙ୍କୁ ରାଜନୈତିକ ଶତ୍ରୁତା କାରଣରୁ ହତ୍ୟା କରାଯାଇଛି। ମାରଗ୍ରାମର ଟିଏମସି ପଞ୍ଚାୟତ ମୁଖ୍ୟ କହିଛନ୍ତି, ଏହା ପଛରେ ବଡ ଷଡଯନ୍ତ୍ର ରହିଛି। ପୁଲିସ ଠିକ୍ ଭାବେ ଘଟଣାର ଯାଞ୍ଚ କାରିବା ଉଚିତ ବୋଲି ସେ କହିଛନ୍ତି।

Advertisment
TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe