Advertisment

ଆତଙ୍କୀ ହମଲାର ଦିନକ ପରେ ଗୁରୁଦ୍ୱାର ନିକଟରୁ ମିଳିଲା ବୋମା

ଆଜି ମଧ୍ୟାହ୍ନରେ ଜଣେ ଚା’ ବିକାଳି ସ୍ଥାନୀୟ ଅଞ୍ଚଳକୁ ସଫା କରୁଥିଲେ। ଏହି ସମୟରେ ସେଠାରେ ବୋମା ରହିଥିବା ଜାଣିପାରିଥିଲେ।

Bomb

Bomb

Advertisment

ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ହମଲାକୁ ୨୪ ଘଣ୍ଟା ନ ବିତୁଣୁ ପଞ୍ଜାବର ଗୋଟିଏ ଗୁରୁଦ୍ୱାର ନିକଟରୁ ମିଳିଛି ବୋମା। ତରନ ତାରନ ଅଞ୍ଚଳରେ ଥିବା ଗୁରୁଦ୍ୱାର ଶ୍ରୀ ଦରବାର ସାହିବର ପାର୍କିଂ ଅଞ୍ଚଳକୁ ଗୋଟିଏ ଜୀବନ୍ତ ବୋମାକୁ ସୁରକ୍ଷାକର୍ମୀ ଠାବ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ବୋମା ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

Advertisment

ଆଜି ମଧ୍ୟାହ୍ନରେ ଜଣେ ଚା’ ବିକାଳି ସ୍ଥାନୀୟ ଅଞ୍ଚଳକୁ ସଫା କରୁଥିଲେ। ଏହି ସମୟରେ ସେଠାରେ ବୋମା ରହିଥିବା ଜାଣିପାରିଥିଲେ। ସେ ତୁରନ୍ତ ଗୁରୁଦ୍ୱାର କର୍ମଚାରୀଙ୍କୁ ବୋମା ସମ୍ପର୍କରେ ସୂଚନା ଦେଇଥିଲେ। ଗୁରୁଦ୍ୱାର ପକ୍ଷରୁ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କର୍ଡନ କରିଥିଲା।

ସେହିପରି ସ୍ଥାନୀୟ ଅଞ୍ଚଳକୁ ଲୋକଙ୍କୁ ଖାଲି କରିଥିଲା। ବୋମା ନିଷ୍କ୍ରୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଜବତ କରିଥିଲେ। ଏବେ ବି ସେମାନେ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି। ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

Advertisment

ଗୁରୁବାର ଜମ୍ମୁ-କଶ୍ମୀରର ପୁଞ୍ଚରେ ସେନା ଯବାନଙ୍କ ଟ୍ରକ୍‌କୁ ଟାର୍ଗେଟ କରି ଆତଙ୍କବାଦୀ ହମଲା କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଶାର ଦେବାଶିଷ ବିଶ୍ୱାଳ ରହିଛନ୍ତି। ଦେବାଶିଷଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ। ତାଙ୍କର ୭ ମାସର ଜଣେ କନ୍ୟା ସନ୍ତାନ ରହିଛନ୍ତି।

Jammu Kashmir Punjab Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe