Advertisment

୨୦୦ ବର୍ଷ ପୁରୁଣା ଇଣ୍ଡିଆନ ମ୍ୟୁଜିୟମକୁ ବୋମା ଧମକ

ପୂରା ମ୍ୟୁଜିୟମକୁ କୋଲକାତା ପୁଲିସ୍‌ର ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ତନତନ କରି ଛାନଭିନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Kolkata

Kolkata

ଦୀର୍ଘ ୨୦୦ ବର୍ଷ ପୁରୁଣା ତଥା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ’କୁ ବୋମା ଧମକ ମିଳିଛି। ଇ-ମେଲ ଯୋଗେ ଅଜଣା ଦୁର୍ବୃତ୍ତମାନେ ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କୁ ବୋମା ବିସ୍ଫୋରଣର ଧମକ ଦେଇଛନ୍ତି। ଧମକ ମିଳିବା ପରେ କୋଲକାତା ପୁଲିସ୍‌ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଇଛି।

Advertisment

ପୂରା ମ୍ୟୁଜିୟମକୁ କୋଲକାତା ପୁଲିସ୍‌ର ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ତନତନ କରି ଛାନଭିନ କରିଛନ୍ତି। ସ୍ଥିତିକୁ ଦେଖି ମ୍ୟୁଜିୟମ ପ୍ରବେଶ ଉପରେ ରୋକ ଲଗାଯାଇଛି। ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠାନର ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କେନ୍ଦ୍ରୀୟ କୋଲକାତା ବିଲଡିଂ ଭିତରେ ଓ ବାହାରେ ବୋମା ସ୍କ୍ୱାଡ, ସନ୍ଧାନୀ କୁକୁର, କ୍ୟୁଆରଟି ଓ ବିପୁଳ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଏହାବାଦ ଇ-ମେଲ ଆସିଥିବା ଠିକଣା ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ସାଇବର ପୁଲିସ୍‌ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି। କିନ୍ତୁ ଏଯାଏ ବୋମା କିମ୍ବା ଧମକପୂର୍ଣ୍ଣ ଇ-ମେଲ କରିଥିବା ଦୁର୍ବୃତ୍ତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Advertisment

୧୮୧୪ରେ ସ୍ଥାପିତ ହୋଇଥିବା ଇଣ୍ଡିଆନ ମ୍ୟୁଜିୟମ କେବଳ ସର୍ବପୁରାତନ ବିଲଡିଂ ନୁହେଁ, ବରଂ ଏହା ସର୍ବବୃହତ୍ତ ମଲ୍ଟିପ୍ରପୋଜ ମ୍ୟୁଜିୟମ।

Kolkata Kolkata Police