/odisha-reporter/media/post_attachments/uploadimage/library/16_9/16_9_0/IMAGE_1674284565.jpg)
ବିମାନରେ ବୋମା ଆତଙ୍କ: ଆସୁଥିଲା ଗୋଆ, ଗଲା ଉଜ୍ବେକିସ୍ତାନ
ବିମାନରେ ବୋମା ଆତଙ୍କ। ରୁଷରୁ ଗୋଆ ଆସୁଥିବା ବିମାନରେ ବୋମା ଥିବା ଜଣାପଡିଛି। ଏହାପରେ ଉକ୍ତ ବିମାନଟିର ଦିଗ ପରିବର୍ତ୍ତନ କରାଇ ଉଜ୍ବେକିସ୍ତାନରେ ଲ୍ୟାଣ୍ଡ କରାଯାଇଛି। ବିମାନଟି ରୁଷର ପର୍ମ ବିମାନବନ୍ଦରକୁ ଗୋଆ ଯିବା ପାଇଁ ଉଡାଣ ଭରିଥିଲା। ଏଥିରେ ୨୩୮ ଯାତ୍ରୀଙ୍କ ସମେତ ୭ ଜଣ କ୍ରୁ ସଦସ୍ୟ ଅଛନ୍ତି।
ଜଣେ ଅଧିକାରୀଙ୍କ କହିବା ମୁତାବକ, ଡାବୋଲିମ ବିମାନବନ୍ଦରର ଅଧିକାରୀଙ୍କୁ ସାଢ଼େ ୧୨ଟାରେ ବିମାନରେ ବୋମା ଥିବା ନେଇ ଇ-ମେଲ୍ ମେସେଜ ମିଳିଥିଲା। ଏହାପରେ ତୁରନ୍ତ ଏହାକୁ ଡାଇଭର୍ଟ କରାଯାଇଛି। ଏହି ବିମାନଟି ଭୋର ୪ଟାରେ ଡାବୋଲିମ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଥାନ୍ତା। କିନ୍ତୁ ଭାରତୀୟ ଆକାଶ ପଥରେ ପ୍ରବେଶ କରିବା ପୂର୍ବରୁ ହିଁ ବିମାନଟିକୁ ଡାଇଭର୍ଟ କରାଯାଇ ଉଜ୍ବେକିସ୍ତାନକୁ ନିଆଯାଇଛି।
ଉଲ୍ଲେଖଯୋଗ୍ୟ, ୧୨ ଦିନ ଭିତରେ ରୁଷରୁ ଭାରତ ଆସୁଥିବା କୌଣସି ବିମାନରେ ବୋମା ଥିବା ଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି। ଏହାପୂର୍ବରୁ ଜାନୁଆରୀ ୧୦ରେ ରୁଷର ରାଜଧାନୀ ମସ୍କୋରୁ ଗୋଆ ଯାଉଥିବା ବିମାନରେ ବୋମା ଥିବା ଖବର ମିଳିଥିଲା। ଏହାପରେ ବିମାନଟକୁ ତୁରନ୍ତ ଗୁଜରାଟର ଜାମନଗର ବିମାନବନ୍ଦରରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ଫଳରେ ବିମାନଟି ସେଠାରେ ୯ ଘଣ୍ଟା କାଳ ଅଟକି ରହିଥିଲା। କିନ୍ତୁ ତଦନ୍ତ ଓ ତନ୍ନ ତନ୍ନ କରି ଯାଞ୍ଚ ପରେ ମଧ୍ୟ ବିମାନରୁ କୌଣସି ବୋମା ମିଳିନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
