Advertisment

ଦିଲ୍ଲୀ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ

ବୋମା ବିସ୍ଫୋରଣର ଧମକ ଇ-ମେଲ ଯୋଗେ ଆସିଛି। କୋର୍ଟ ପରିସରରେ ୩ଟି ବୋମା ରହିଛି ଓ ଦିନ ୨ଟା ସୁଦ୍ଧା ପୂରା ଅଞ୍ଚଳକୁ ଖାଲି କରିବାକୁ ଧମକପୂର୍ଣ୍ଣ ଇ-ମେଲରେ କୁହାଯାଇଛି।

author-image
Hemant Lenka
Delhi

Delhi

ଦିଲ୍ଲୀ ହାଇକୋର୍ଟକୁ ମିଳିଛି ବୋମା ଧମକ। ବୋମା ବିସ୍ଫୋରଣରେ ହାଇକୋର୍ଟକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଜାରି ହୋଇଛି ହାଇଆଲର୍ଟ। ଧମକ ମିଳିବା କ୍ଷଣି କୋର୍ଟ ପରିସରରୁ ବିଚାରପତି, ଆଇନଜୀବୀ ଓ ସାଧାରଣ ଲୋକଙ୍କୁ ସଂପୂର୍ଣ୍ଣ ଭାବେ ଖାଲି କରି ଦିଆଯାଇଛି। ବୋମା ନିଷ୍କ୍ରିୟକାରୀ ଟିମ କୋର୍ଟରେ ପହଞ୍ଚି ସବୁ ସ୍ଥାନକୁ ତନତନ କରି ଯାଞ୍ଚ କରିଛନ୍ତି। ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ଦିଲ୍ଲୀ ପୁଲିସ୍‌ର କହିବା କଥା ଯେ ବୋମା ବିସ୍ଫୋରଣର ଧମକ ଇ-ମେଲ ଯୋଗେ ଆସିଛି। କୋର୍ଟ ପରିସରରେ ୩ଟି ବୋମା ରହିଛି ଓ ଦିନ ୨ଟା ସୁଦ୍ଧା ପୂରା ଅଞ୍ଚଳକୁ ଖାଲି କରିବାକୁ ଧମକପୂର୍ଣ୍ଣ ଇ-ମେଲରେ କୁହାଯାଇଛି। ତେବେ ବୋମା କୋର୍ଟର କେଉଁ ସ୍ଥାନରେ ଖଞ୍ଜା ଯାଇଛି, ସେ ବିଷୟରେ କିଛି ବି କୁହାଯାଇ ନାହିଁ।

କାନିମୋଝି ଥିଭିଡିୟା ନାମକ ଗୋଟିଏ ଆକାଉଣ୍ଟରୁ ଏପରି ଇ-ମେଲ ଆସିଛି। ଏଥିରେ ଦାବି କରାଯାଇଛି ଯେ “ମୂଳ ଫଣ୍ଡା ହେଉଛି ଯେ ଧର୍ମନିରପେକ୍ଷ ରାଜନୀତିକ ଦଳଗୁଡ଼ିକ ବିଜେପି/ଆରଏସଏସ୍‌ ସହ ଲଢ଼ିବା ପାଇଁ ପାରିବାରିକ ବଂଶବାଦ ରାଜନୀତି ଓ ଭ୍ରଷ୍ଟାଚାରକୁ ଅନୁମତି ଦେଇ ଏହା ଉପରେ ନିର୍ଭରଶୀଳ ରହୁଛନ୍ତି। ଯେତେବେଳେ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ (ରାହୁଲ ଗାନ୍ଧି, ଉଦୟନିଧି)କ୍ଷମତାରୁ ଦୂରେଇ ରଖାଯାଉଛି ସେତେବେଳେ ସେମାନେ ଆରଏସଏସ୍ ବିରୋଧରେ ଲଢ଼ିବାକୁ ରୁଚି ହରାଇ ବସୁଛନ୍ତି।”

Advertisment

ଇ-ମେଲରେ ଦାବି କରାଯାଇଛି ଯେ “ଧର୍ମନିରପେକ୍ଷ ନେତାମାନଙ୍କ ଗୋଟିଏ ବିପ୍ଳବ ସୃଷ୍ଟି କରିବା ପାଇଁ ସେମାନଙ୍କ ଉତ୍ତରାଧିକାରୀ ଆଶାରେ ଥିବା ସବୁ ପ୍ରକାରର ଲୋକଙ୍କୁ ଶେଷ କରି ଦିଆଯିବ। ଏହାଦ୍ୱାରା ଛଦ୍ମବେଶୀ ଧର୍ମନିରପେକ୍ଷବାଦୀ ଚାଲିଯିବେ ଓ କେବଳ ସମର୍ପିତ ଧର୍ମନରପେକ୍ଷବାଦୀ ହିଁ ଦଳର କ୍ଷମତା ଦଖଲ କରିବେ।”

ଇ-ମେଲରେ ଡିଏମକେର ନେତୃତ୍ୱ ଡା. ଇଜହିଲାନ ନାଗନାଥନ ନିଅନ୍ତୁ ଓ ଚଳିତ ସପ୍ତାହରେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ପୁଅ ଇନବାନିଧି ଉଦୟନିଧିଙ୍କ ଉପରେ ଏସିଡ ଆଟାକ ହେବ ବୋଲି ଧମକ ଦିଆଯାଇଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାର୍ଥନା ପରେ ଦିଲ୍ଲୀ ହାଇକୋର୍ଟରେ ବିସ୍ଫୋରଣ କରାଯିବ ବୋଲି ଏଥିରେ କୁହାଯାଇଛି।

ଇ-ମେଲରେ ଯୋଗାଯୋଗ କରିବା ପାଇଁ ଗୋଟିଏ ନାଁ ଓ ଫୋନ ନମ୍ବର ଦିଆଯାଇଛି। ଆଇଡିର ଲୋକେସନ ଓ ଡିଫ୍ୟୁଜିଂ କୋଡ ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକ ମଧ୍ୟ ଇ-ମେଲରେ ପରାମର୍ଶ ଦିଆଯାଇଛି।

Bomb Blast Delhi High Court