Advertisment

୧୦୦ ସ୍କୁଲକୁ ବୋମରେ ଉଡାଇ ଦେବାକୁ ଧମକ, ଘରକୁ ଫେରିଲେ ପିଲା

ଦେଶ ବାହାରୁ ସବୁ ସ୍କୁଲକୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଆଇପି ଆଡ୍ରେସ୍‌ରୁ ଜଣାପଡ଼ିଛି।

Bomb Threat at School

Bomb Threat at School

Advertisment

ରାଜଧାନୀ ଦିଲ୍ଲୀର ୧୦୦ରୁ ଅଧିକ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ବୋମାମାଡ଼ କରି ଉଡାଇ ଦେବାକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ ଓ ଫୋନ୍ କଲ୍‌। ଏହି ଧମକ ମିଳିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଛି। ତୁରନ୍ତ ସମସ୍ତ ସ୍କୁଲକୁ ଖାଲି କରି ଦିଆଯାଇଛି। ପିଲାମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏପରିକି ପରୀକ୍ଷାକୁ ମଧ୍ୟ ଅଧାରେ ବାତିଲ କରି ଦିଆଯାଇଛି। ସେପଟେ ଏହି ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।

Advertisment

ସୂଚନା ମୁତାବକ, ଆଜି ସକାଳୁ ଦିଲ୍ଲୀ ଓ ନଏଡାରେ ଥିବା ପ୍ରାୟ ୧୦୦ ସ୍କୁଲରେ ବୋମା ରଖାଯାଇଥିବା ନେଇ ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା। କେବଳ ସେତକି ନୁହେଁ କେହି ଜଣେ ଦୁର୍ବୃତ୍ତ ଫୋନ୍‌ କରି ସ୍କୁଲଗୁଡିକୁ ବୋମାରେ ଉଡାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ। ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ମଦର ମେରି ସ୍କୁଲକୁ ବୋମା ଧମକ ମେଲ ମିଳିଥିଲା ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି। ଏହାପରେ ସ୍କୁଲ ପରିସାରରେ ଆତଙ୍କ ଖେଳି ଯାଇଥିଲା।

ସ୍କୁଲରେ ବୋମା ରଖାଯାଇଥିବା ଖବର ମିଳିବା ପରେ ଗୃହମନ୍ତ୍ରାଳୟ ମଧ୍ୟ ଏହା ନଜର ରଖିଛି। ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗୃହ ମନ୍ତ୍ରଣାଳୟ କହିଛି। ଏହା ଏକ ଫେକ୍‌ କଲ୍ ବୋଲି ଜଣାପଡିଛି। ପ୍ରୋଟୋକଲ ଅନୁଯାୟୀ ଦିଲ୍ଲୀ ପୁଲିସ ଏବଂ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଗୃହମନ୍ତ୍ରାଳୟ କହିଛି। 

Advertisment

ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା କହିଛନ୍ତି ଯେ ପୁଲିସ କମିଶନରଙ୍କ ସହ କଥା ହେବା ପରେ ସେ ଦିଲ୍ଲୀ-ଏନସିଆର ସ୍କୁଲରେ ବୋମା ବିସ୍ଫୋରଣ ଧମକ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ସ୍କୁଲ ପରିସରର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ, ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ ଯେପରି କୌଣସି ତ୍ରୁଟି ନହୁଏ ସେଥିପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। 

ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଆତୀଶି କହିଛନ୍ତି ଯେ ବୋମା ଧମକ ପରେ ସ୍କୁଲଗୁଡ଼ିକୁ ଖାଲି କରାଯାଇଛି। ଦିଲ୍ଲୀ ପୁଲିସ ସେହି ସବୁ ସ୍କୁଲ ପରିସରରେ ଖୋଜାଖୋଜି ଜାରି ରଖିଛି। ଏପର୍ଯ୍ୟନ୍ତ କୌଣସି ସ୍କୁଲରୁ କିଛି ବି ମିଳିନାହିଁ। ସେ ବିଦ୍ୟାଳୟଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଅଭିଭାବକ ଏବଂ ଅନ୍ୟମାନେ ଭୟଭୀତ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। 

ଦେଶ ବାହାରୁ ସବୁ ସ୍କୁଲକୁ ଧମକପୂର୍ଣ୍ଣ ମେଲ୍ ଆସିଥିବା ଆଇପି ଆଡ୍ରେସ୍‌ରୁ ଜଣାପଡ଼ିଛି। ସାଇବର୍‌ ଟିମ୍‌ ଓ ପୁଲିସର ସ୍ପେଶାଲ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Delhi School Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe