Advertisment

ସକାଳୁ ସକାଳୁ ୬ ସ୍କୁଲକୁ ମିଳିଲା ବୋମା ଧମକ, ଛାନଭିନ ଆରମ୍ଭ

୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ୍‌ ବୋମା ନିଷ୍କ୍ରିୟକାରୀ ଦଳ ତନ ତନ କରି ଖୋଜିବାରେ ଲାଗି ପଡ଼ିଛନ୍ତି।

author-image
Niharika Rout
Bomb Threat

Bomb Threat

ସ୍କୁଲ ପରିସରରେ ରହିଛି ବମ୍‌। ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ। ଦିଲ୍ଲୀର ୬ଟି ହାଇ ପ୍ରୋଫାଇଲ ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ୍‌ ବୋମା ନିଷ୍କ୍ରିୟକାରୀ ଦଳ ତନ ତନ କରି ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର ସନ୍ଧାନ ମିଳି ପାରି ନ ଥିବା ଜଣାଯାଇଛି।

Advertisment

ଦିଲ୍ଲୀର ଏହି ୬ଟି ହାଇ ପ୍ରୋଫାଇଲ ସ୍କୁଲ ମଧ୍ୟରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲକୁ ବି ମିଳିଥିବା ଜଣାଯାଇଛି। 

ଆଜି ସକାଳ ୬ଟାରେ DPS ସ୍କୁଲ ତରଫରୁ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ବମ୍ ଥିବାର ଧମକ ସମ୍ପର୍କରେ ସୂଚନା ଦିଅଯାଇଥିଲା। ଏହାପରେ ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚିଥିଲେ। ସେମାନେ ପୂରା ସ୍କୁଲକୁ ଛାନଭିନ କରିଥିଲେ ବି ବମ୍‌ର ସନ୍ଧାନ ପାଇ ପାରି ନ ଥିବା ଜଣାଯାଇଛି।

Advertisment

ସେହିପରି ମଦର ମ୍ୟାରି ସ୍କୁଲ ଓ ସଂସ୍କୃତି ସ୍କୁଲକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ପରେ ସମଗ୍ର ସ୍କୁଲକୁ ଯାଞ୍ଚ କରାଯାଇଛି। ଏହାସତ୍ତ୍ୱେ ୩ଟି ସ୍କୁଲର କୌଣସି ସ୍ଥାନରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ଜଣାଯାଇଛି।

ଏହିପରି ଧମକପୂର୍ଣ୍ଣ ଇ-ମେଲ୍‌ ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲକୁ ବି ମିଳିଥିବା ଜଣାଯାଇଛି। ହେଲେ ସେଠାରୁ ବି ଯାଞ୍ଚ ପରେ ପୁଲିସ୍‌ କିଛି ପାଇ ନ ଥିବା ଜଣାଯାଇଛି।

ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି। ଇମେଲ୍‌ର ଆଇପି ଆଡ୍ରେସ୍‌ରୁ ଏହା ଦେଶ ବାହାରୁ ଆସିଥିବା ଜଣାଯାଇଛି। ଗୋଟିଏ ଇ-ମେଲ୍‌କୁ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

Delhi School Bomb Threat