Advertisment

ମଝି ଆକାଶରେ ଉଡ଼ୁଥିଲା ବିମାନ, ମିଳିଲା ବୋମା ଧମକ

ଏକ ବିମାନ ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ବେଳେ ସେଥିରେ ବୋମା ରଖାଯାଇଥିବା ନେଇ ଧମକ ଆସିଛି।

Flight

Flight

Advertisment

ଆତଙ୍କ ଖେଳାଇଛି ବୋମା ଧମକ। କେତେବେଳେ ସ୍କୁଲ ତ କେତେବେଳେ ହସ୍ପିଟାଲ ଆଉ କେତେବେଳେ ବିମାନରେ ବୋମା ଥିବାର ଆସୁଛି କଲ୍‌। ସେହିପରି ଏକ ବିମାନ ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ବେଳେ ସେଥିରେ ବୋମା ରଖାଯାଇଥିବା ନେଇ ଧମକ ଆସିଛି। ବିମାନଟି ମଝି ଆକାଶରେ ଥିବା ବେଳେ ବୋମା ଥିବା ଖବର ପ୍ରଚାରିତ ହେବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।

Advertisment

ବିଶାଖାପାଟଣା ଏୟାରପୋର୍ଟ ଡାଇରେକ୍ଟର ଏସ୍‌ ରାଜା ରେଡ୍ଡିଙ୍କ ସୂଚନା ଅନୁଯାୟୀ, ୧୦୭ ଯାତ୍ରୀଙ୍କୁ ନେଇ ବିମାନଟି ଦିଲ୍ଲୀରୁ ବିଶାଖାପାଟଣା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ମଝି ଆକାଶରେ ଥିବା ବେଳେ ସେଥିରେ ବୋମା ଥିବା ନେଇ ଦିଲ୍ଲୀ ପୁଲିସ୍‌ ପାଖକୁ ଏକ କଲ୍‌ ଆସିଥିଲା। ପୁଲିସ୍‌ ତୁରନ୍ତ ଏହି ଖବର ଏୟାରଲାଇନ୍ସ ଓ ବିଶାଖାପାଟଣା ଏୟାରପୋର୍ଟକୁ ଦେଇଥିଲା।

ଏହାପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ତୁରନ୍ତ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସଙ୍ଗେସଙ୍ଗେ ସମସ୍ତ ଯାତ୍ରୀଙ୍କୁ ବାହାର କରି ବିମାନଟିକୁ ତନ ତନ କରି ଯାଞ୍ଚ କରାଯାଇଥିଲା। ମାତ୍ର ବିମାନରୁ କୌଣସି ବମ୍‌ ମିଳି ନ ଥିଲା। ଏହାପରେ ବିମାନଟି ଗତ ରାତିରେ ଲକ୍ଷ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।

Advertisment
Delhi Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe