Advertisment

ଉଡ଼ାଣ ପୂର୍ବରୁ ମିଳିଲା ଧମକ - ବିମାନରେ ଅଛି ବୋମା

ବିମାନ ଉଡ଼ାଣ ଆରମ୍ଭ ପୂର୍ବରୁ ମିଳିଲା ବୋମା ଧମକ। ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଛି।

ଅଦ୍ୟତନ ହୋଇଛି
Indigo Flight

Indigo Flight

Advertisment

ବିମାନ ଉଡ଼ାଣ ଆରମ୍ଭ ପୂର୍ବରୁ ମିଳିଲା ବୋମା ଧମକ। ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଧମକ ମିଳିଛି। ସକାଳ ୫ଟା ୩୫ ମିନିଟରେ ବିମାନରେ ବୋମା ଥିବା ନେଇ ଖବର ମିଳିଥିଲା।

Advertisment

ଇଣ୍ଡୋଗୋ ଫ୍ଲାଇଟ୍‌ 6E2211 ଆଜି ସକାଳେ ଦିଲ୍ଲୀରୁ ବାରଣାସୀ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା। ଏହା ପୂର୍ବରୁ ବିମାନରେ ବୋମା ଥିବା ସୂଚନା ମିଳିଲା। ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ସୁରକ୍ଷିତ ଭାବରେ ଓହ୍ଲାଇଯିବାକୁ ସୂଚନା ଦିଆଯାଇଥିଲା। ଏହାଶୁଣି ବିମାନରୁ ଓହ୍ଲାଇବାକୁ ମେନ୍‌ ଗେଟ୍‌ ଓ ଏମରଜେନ୍ସି ଗେଟ୍ ନିକଟରେ ପ୍ରବଳ ଭିଡ଼ ଜମିଥିବା ବେଳେ ବହୁ ଯାତ୍ରୀ ଡେଇଁ ତଳକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୁଇକ୍ ରିଆକ୍ସନ ଟିମ୍ ପହଞ୍ଚିଥିବା ବେଳେ ବିମାନକୁ  ଯାଞ୍ଚ ପାଇଁ ଆଇସୋଲେସନ୍ ବେକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ବିମାନ ଚଳାଚଳ ସୁରକ୍ଷା ଓ ବୋମା ନିଷ୍କ୍ରିୟକାରୀ ଟିମ୍ ବି ଘଟଣାସ୍ଥଳରେ ଅଛନ୍ତି। ବିମାନରେ ବୋମା ଥିବା ନେଇ କିଏ ଧମକ ଦେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Advertisment

ଦିଲ୍ଲୀ ଅଗ୍ନିଶମ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ୩୫ରେ ଦିଲ୍ଲୀରୁ ବାରଣାସୀ ଯାଉଥିବା ବିମାନରେ ବୋମା ଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ତୁରନ୍ତ ଟିମ୍‌ ପହଞ୍ଚିବା ସହ ଯାତ୍ରୀମାନଙ୍କୁ ଏମରଜେନ୍ସି ଦ୍ୱାର ଦେଇ ବାହାରକୁ ଅଣା ଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିବା ବେଳେ ବିମାନରୁ ଓହ୍ଲାଇବା ପରେ ପ୍ରାଣ ବିକଳରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସବୁ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବିମାନର ଯାଞ୍ଚ ଚାଲିଛି।

Bomb Threat IndiGo Flights
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe