Advertisment

ରାଜଧାନୀରେ ଆତଙ୍କ, ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ

ଆଜି ସକାଳ ୭ଟାରେ ଇ-ମେଲ୍‌ ଯୋଗେ ଏହି ଦୁଇଟି ସ୍କୁଲକୁ ଧମକପୂର୍ଣ୍ଣ ମେସେଜ ଆସିଛି। ଫଳରେ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି।

ଅଦ୍ୟତନ ହୋଇଛି
Bomb Threat

Bomb Threat

Advertisment

ରାଜଧାନୀ ଦିଲ୍ଲୀରେ ଆତଙ୍କ। ପୁଣି ମିଳିଲା ବୋମା ଧମକ। ଦିଲ୍ଲୀର ଦୁଇଟି ଘରୋଇ ସ୍କୁଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। DPS ଆର୍.କେ.ପୁରମ୍ ଓ ପଶ୍ଚିମବିହାର ଜିଡି ଗୋଏଙ୍କା ସମେତ ୪୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଯୋଗେ ଧମକ ଆସିଛି।

Advertisment

ଆଜି ସକାଳ ୭ଟାରେ ଇ-ମେଲ୍‌ ଯୋଗେ ଏହି ଦୁଇଟି ସ୍କୁଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ବୋମା ଲାଗାଇ ସ୍କୁଲକ ଉଡାଇକୁ ଦେବାକୁ କେହି ଜଣେ ଦୁର୍ବୃତ୍ତ ଧମକ ଦେଇଥିଲେ। ମେଲ ପଠାଇଥିବା ବ୍ୟକ୍ତି ବୋମା ବିସ୍ଫୋରଣ ନକରିବା ବଦଳରେ ୩୦ ହଜାର ଡଲାର ଦାବି କରିଛି। ଦିଲ୍ଲୀ ପୁଲିସ ଆଇପି ଆଡ୍ରାସ୍‌ ଏବଂ ମେଲ ପଠାଇଥିବା ବ୍ୟକ୍ତି କିଏ ଓ ଏହା କେଉଁଠୁ ଆସିଛି ତାହା ଯାଞ୍ଚ କରୁଛି।

ସେପଟେ ବୋମା ବିସ୍ଫୋରଣ ଧମକ ମିଳିବା ପରେ ତୁରନ୍ତ ସ୍କୁଲ ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର ଟିମ୍‌ ମଧ୍ୟରେ ସ୍କୁଲରେ ପହଞ୍ଚିଛି। ତଲାସି ଜାରି ରହିଛି। ତେବେ ଏହା ଏକ ଗୁଜବ ବୋଲି ପୁଲିସ କହିଛି। ତଦନ୍ତ ପରେ ପୁଲିସ କିଛି ବି ସନ୍ଦେହଜନକ ତଥା ବିସ୍ଫୋରକ ସାମଗ୍ରୀ ପାଇନାହିଁ। 

Advertisment

ଗତ ଅକ୍ଟୋବର ମାସରେ ରୋହିଣୀ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ତେଣୁ ଏବେ ପୁଣି ଥରେ ସ୍କୁଲକୁ ଧମକ ଆସିବା ପରେ ଦିଲ୍ଲୀର ସ୍କୁଲ ଗୁଡ଼ିକାରେ ବଢ଼ିଛି ସୁରକ୍ଷା ଚିନ୍ତା। ଏହାପୂର୍ବରୁ ୨ ଫେବୃଆରୀ ୨୦୨୪ ରେ ଡିପିଏସ୍ ଆର.କେପୁରମ୍ ପ୍ରିନ୍ସପାଲ୍‌ଙ୍କୁ ସ୍କୁଲରେ ବୋମା ଥିବା ନେଇ ଧମକ ଦିଆଯାଇଥିଲା।

ଚଳିତ ବର୍ଷ ସ୍କୁଲ, ଡାକ୍ତରଖାନା ଏବଂ ବିମାନରେ ବୋମା ଥିବା ବିଷୟରେ ଅନେକ ମିଛ ମେଲ୍‌ ଆସିଥିଲା। ଅଧିକାଂଶ ସମୟରେ, ଏହି ଧମକପୂର୍ଣ୍ଣ ମେଲ କିମ୍ବା ଫୋନ୍ କଲ ମିଥ୍ୟା ପ୍ରମାଣିତ ହୋଇଛି, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରାଯାଉଛି।

Bomb Threat Delhi School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe