Advertisment

ମୁଖ୍ୟମନ୍ତ୍ରୀ ଅଫିସକୁ ବୋମା ଧମକ

ସଚିବାଳୟକୁ ଖାଲି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପୂରା ଅଞ୍ଚଳରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି।

CM

CM

Advertisment

ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଅଫିସକୁ ମିଳିଛି ବୋମା ଧମକ। ଅଫିସରେ ବୋମା ରହିଥିବା ଧମକ ମିଳିବା ପରେ ଚଣ୍ଡିଗଡ଼ ପୁଲିସ୍‌ ହାଇଆଲର୍ଟ ଜାରି କରିଛି। ଆଜି ଅପରାହ୍ନ ୩.୧୫ରେ କେହି ଜଣେ ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲା। ଅଫିସ ବିଲଡିଂରେ ବୋମା ରହିଥିବା କଲ କରିଥିବା ବ୍ୟକ୍ତି ଧମକ ଦେଇଥିଲା। ଏହି ସୂଚନା ମିଳିବା ପରେ ସଚିବାଳୟ ପରିସରକୁ ଖାଲି କରଯାଇଥିଲା।

Advertisment

ଖବର ପାଇ କେନ୍ଦ୍ରୀୟ ଶିଳ୍ପାଞ୍ଚଳ ଫୋର୍ସ, ହରିୟାଣା ପୁଲିସ୍‌, ଚଣ୍ଡିଗଡ଼ ପୁଲିସ୍‌ ଓ ସିଆଇଡି ଟିମ ଘଟଣା ସ୍ଥଳରେ ପହଞ୍ଚିଲେ। ସେମାନେ ହରିୟାଣା ସଚିବାଳୟକୁ ଖାଲି କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ପୂରା ଅଞ୍ଚଳରେ ହାଇଆଲର୍ଟ ମଧ୍ୟ ଜାରି କରାଯାଇଛି। ବୋମା ନିଷ୍କ୍ରିୟ ଟିମ ଓ ସନ୍ଧାନୀ କୁକୁର ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି। ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଓ ପୂରା ଅଞ୍ଚଳରେ ଯାଞ୍ଚ ହୋଇଛି।

Advertisment

ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି। କିନ୍ତୁ ଏଯାଏ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ। ତଥାପି ପୁଲିସ୍‌ ସତର୍କତା ଦୃଷ୍ଟିରୁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି।

Haryana News Nayab Singh Saini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe