Advertisment

ମହାରାଷ୍ଟ୍ର ରୋଗୀ ମୃତ୍ୟୁ ଘଟଣା: ଆସନ୍ତାକାଲି ଜରୁରୀ ଶୁଣାଣି, ବଜେଟ୍ ଚିଠା ଦାଖଲ କରିବାକୁ ନିର୍ଦ୍ଦେଶ

ସ୍ୱାସ୍ଥ୍ୟ ପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ବଜେଟର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଦ୍ୟତନ ହୋଇଛି
bombay high court

bombay high court

Advertisment

ମହାରାଷ୍ଟ୍ର ସରକାରୀ ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ବ୍ୟଗ୍ରତା ପ୍ରକାଶ କଲେ ହାଇକୋର୍ଟ। ଆସନ୍ତାକାଲି ବମ୍ବେ ହାଇକୋର୍ଟ ଏ ଉପରେ ଏକ ଜରୁରୀ ଶୁଣାଣି କରିବେ। ସ୍ୱାସ୍ଥ୍ୟ ପରିଚାଳନା ନେଇ ପ୍ରସ୍ତୁତ ହୋଇଥିବା ବଜେଟର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ମୁଖ୍ୟ ବିଚାରପତି ଜଷ୍ଟିସ ୟୁକେ ଉପାଧ୍ୟାୟ ଏବଂ ଜଷ୍ଟି ଅରିଫ ଡକ୍ଟର ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ତିନିରୁ ଚାରି ଦିନ ମଧ୍ୟରେ ରାଜ୍ୟର କେତେକ ସରକାରୀ ହସ୍ପିଟାଲରେ ଏକତ୍ରିତ ଭାବେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଡ. ଶଙ୍କରରାଓ ଚୌହ୍ୱାନ ମେଡିକାଲ କଲେଜ ଏବଂ ହସ୍ପିଟାଲରେ 72 ଘଣ୍ଟା ମଧ୍ୟରେ 35 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ନାଗପୁରର ମାୟୋ ହସ୍ପିଟାଲରେ 25 ଜଣଙ୍କ ଜୀବନ ଯାଇଛି।

ସେହିପରି ଘାଟି ହସ୍ପିଟାଲ(ଛତ୍ରପତି ସମ୍ୱଜିନଗର) 10-18 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। କମ୍ ସମୟ ମଧ୍ୟରେ ଏତେ ସଂଖ୍ୟଙ୍କ ରୋଗୀଙ୍କ ମୃତ୍ୟୁକୁ ନେଇ ଏକ ଆତଙ୍କ ସୃଷ୍ଟି ହୋଇଛି। କେଉଁ କାରଣରୁ ମୃତ୍ୟୁ ଘଟୁଛି ତାର ସ୍ପଷ୍ଟତା ମିଳିପାରି ନ ଥିବାବେଳେ ଶଙ୍କରରାଓ ଚୌହ୍ୱାନ ମେଡିକାଲ୍ ଡିନ୍ କହିଥିଲେ ଯେ, ଔଷଧ ଏବଂ ପର୍ଯ୍ୟାପ୍ତ ଡାକ୍ତର ଉପଲବ୍ଧ ଅଛନ୍ତି। ରୋଗୀଙ୍କ ଶରୀରେ ଚିକିତ୍ସାର ପ୍ରଭାବ ପଡୁନଥିବାରୁ ମୃତ୍ୟୁ ଘଟୁଥିବା ସେ କହିଥିଲେ। ଏସବୁ ମଧ୍ୟରେ ହାଇକୋର୍ଟ ଜରୁରୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  

Advertisment
Maharashtra Hospital Deaths Bombay High Court Patient Death News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe