Advertisment

୨୮ରେ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ, ୩୦ରେ ଅବସର

ଶୁକ୍ରବାର ଜଷ୍ଟିସ ଧାନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରବିବାର ସେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେବେ।

author-image
Hemant Lenka
Bombay

Bombay

ଦୀର୍ଘଦିନ ଧରି ଖାଲି ପଡ଼ିଥିବା ବମ୍ବେ ହାଇକୋର୍ଟକୁ ଶେଷରେ ମୁଖ୍ୟ ବିଚାରପତି ମିଳିଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଆରଡି ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ୪୬ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ସେ ମାତ୍ର ୪ ଦିନ ପାଇଁ ମୁଖ୍ୟ ବିଚାରପତି ଭାବେ କାମ କରିପାରିବେ। ଶୀର୍ଷ ପଦରେ ଏତେ କମ ଦିନ କାମ କରିବା ବିଚାରପତି ଇତିହାସରେ ପ୍ରଥମ ଘଟଣା।

Advertisment

ଶୁକ୍ରବାର ଜଷ୍ଟିସ ଧାନୁକାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରବିବାର ସେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ନେବେ। ଜଷ୍ଟିସ ଧାନୁକା ୨୦୧୨ ମସିହା ଜାନୁଆରୀ ୨୩ରେ ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ। ଆସନ୍ତା ମେ’ ୩୦ ତାରିଖରେ ସେ ଅବସର ନେବେ।

ଏହାର ଅର୍ଥ ମେ’ ୨୮ରେ ଜଷ୍ଟିସ ଧାନୁକା ଶପଥ ନେବାକୁ ଥିବା ବେଳେ ୩୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ। ହାଇକୋର୍ଟ ବିଚାରପତିଙ୍କ ଅବସରର ବୟସ ହେଉଛି ୬୨।

Advertisment

ଏପ୍ରିଲ ୧୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଧାନୁକାଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ। ଏହାପୂର୍ବରୁ ଦୀର୍ଘ ୫ ମାସ ହେଲା ବମ୍ବେ ହାଇକୋର୍ଟରେ ସ୍ଥାୟୀ ବିଚାରପତି ନଥିଲେ। ଡିସେମ୍ବର ୧୧ରେ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ଦୀପକଙ୍କର ଦତ୍ତ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇ ଥିଲେ।

ସେବେଠାରୁ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ଖାଲି ପଡ଼ିଥିଲା। ଜଷ୍ଟିସ ଦୀପକଙ୍କର ବଦଳି ପରେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଏସ୍‌ଭି ଗଙ୍ଗାପୁରୱାଲା କାମ ଚଳା ମୁଖ୍ୟ ବିଚାରପତି ଭାବେ କାମ କରୁଥିଲେ। ତେବେ ଶୁକ୍ରବାର ଜଷ୍ଟିସ ଧାନୁକା ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି।

Supreme Court Bombay HighCourt