Advertisment

ସ୍ତ୍ରୀ ପାଖରେ ଆଉ ମାସେ ସମୟ, ଜେଲ୍‌ରୁ ବାହାରିବେ ନରେଶ୍‌ ଗୋଏଲ୍‌

ଗତବର୍ଷ ସେପ୍ଟେମ୍ବର ମାସରେ ଇଡି ଜେଟ୍‌ ଏୟାରଓ୍ୱେଜ୍‌ ମାଲିକ ନରେଶ ଗୋଏଲ୍‌ଙ୍କୁ ଗିରଫ କରିଥିଲା।

author-image
Madhupriya Mistry
Jet Airways founder Naresh Goyal

Jet Airways founder Naresh Goyal

ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଜେଟ୍‌ ଏୟାରଓ୍ୱେଜ୍‌ ମାଲିକ ନରେଶ ଗୋଏଲ୍‌ଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ତାଙ୍କୁ ଦୁଇ ମାସ ପାଇଁ ଅନ୍ତରୀଣ ଜାମିନ ମିଳିଛି।

Advertisment

ତାଙ୍କ ସ୍ତ୍ରୀ ଅନୀତା ଗୋଏଲ୍‌ ଦୀର୍ଘ ଦିନ ହେବ କ୍ୟାନ୍‌ସରରେ ପୀଡିତ ଅଛନ୍ତି। ସେ ମାତ୍ର ଆଉ ୧ ମାସ ଜୀବିତ ରହିବେ। ଏହାକୁ ନେଇ ମେଡିକାଲ ଗ୍ରାଉଣ୍ଡ ଆଧାରରେ କୋର୍ଟ ନରେଶ ଗୋଏଲ୍‌ଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଜଷ୍ଟିସ ଏନ୍‌ଜେ ଜମାଦାରଙ୍କ ଖଣ୍ଡପୀଠଙ୍କ ମୁତାବକ, ନରେଶ ଗଏଲ୍‌ଙ୍କୁ ଏକ ଲକ୍ଷ ଟଙ୍କା ଜାମିନ ବଣ୍ଡ ଦେବାକୁ ହେବ। ଏଥିସହ ସେ ସ୍ୱତନ୍ତ୍ର ଅଦାଲତର ପୂର୍ବ ଅନୁମତି ବିନା ମୁମ୍ବାଇ ଛାଡି ଯାଇପାରିବେ ନାହିଁ। କେବଳ ସେତିକି ନୁହେଁ କୋର୍ଟରେ ପାସପୋର୍ଟ ଜମା କରିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

କହିରଖୁ ଯେ ନରେଶ ଗୋଏଲ୍‌ ମଧ୍ୟ କ୍ୟାନ୍‌ସର୍‌ରେ ପୀଡିତ ଅଛନ୍ତି। ନିକଟରେ ସେ ଏବଂ ତାଙ୍କ ପତ୍ନୀ କ୍ୟାନ୍‌ସରରେ ପୀଡିତ ଥିବା ଦର୍ଶାଇ ସ୍ୱାସ୍ଥ୍ୟଗତ ଓ ମାନବିକତା ଆଧାରରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ହେଲେ ଏହି ଆବେଦନକୁ କୋର୍ଟରେ ପ୍ରବବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଥିଲା।

ଗତ ଫେବ୍ରୁଆରୀ ମାସରେ ଏକ ସ୍ୱତନ୍ତ୍ର ଅଦାଲତ ନରେଶ ଗୋଏଲ୍‌ଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ କୋର୍ଟ ତାଙ୍କୁ ନିଜ ପସନ୍ଦର ଯେକୌଣସି ବି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଅନୁମତି ଦେଇଥିଲେ। ଏହାପରେ ଏପ୍ରିଲ ମାସରେ ସେ ଜାମିନ ପାଇଁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

କାନାରା ବ୍ୟାଙ୍କ ଜେଟ୍‌ ଏୟାରଓ୍ୱେଜ୍‌କୁ ଲୋନ୍‌ ରୂପେ ୫୩୮.୬୨ କୋଟି ଟଙ୍କା ଦେଇଥିଲା। ଏଥିରେ ହେରଫେର କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ଇଡି ନରେଶ ଗୋଏଲ୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଇଡି ଚାର୍ଜସିଟ୍‌ ଦାଖଲ କରିବା ପରେ ନଭେମ୍ବର ମାସରେ ପତ୍ନୀ ଅନୀତା ଗୋଏଲଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କ ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋର୍ଟ ସେହିଦିନ ହିଁ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।

Bombay High Court Money Laundering Case Interim Bail Naresh Goyal Jet Airways