Advertisment

ପ୍ରେମ, ବାସନା ନୁହେଁ: ନାବାଳିକା ଦୁଷ୍କର୍ମ ମାମଲାରେ ଯୁବକଙ୍କୁ ମିଳିଲା ଜାମିନ

ଅଭିଯୁକ୍ତଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ବ୍ୟାପାର ରହିଥିଲା। ତେଣୁ ସେମାନଙ୍କ ଭିତରେ ଥିବା ପ୍ରେମ ଯୋଗୁ ତଥାକଥିତ ଶାରିରୀକ ସମ୍ପର୍କ ସୃଷ୍ଟି ହୋଇଥିଲା। ଉକ୍ତ ଶାରିରୀକ ସମ୍ପର୍କ ବାସନା ପାଇଁ ଘଟି ନଥିଲା।

Stop Rape

Stop Rape

Advertisment

ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ୨୬ ବର୍ଷୀୟ ଯୁବକଙ୍କୁ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଜାମିନ ଦେଇଛନ୍ତି। ସେ ଜଣେ ୧୩ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ଅଭିଯୁକ୍ତଙ୍କୁ ଜାମିନ ଦେବା ବେଳେ କୋର୍ଟ କହିଛନ୍ତି, ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ବ୍ୟାପାର ରହିଥିଲା। ତେଣୁ ସେମାନଙ୍କ ଭିତରେ ଥିବା ପ୍ରେମ ଯୋଗୁ ତଥାକଥିତ ଶାରିରୀକ ସମ୍ପର୍କ ସୃଷ୍ଟି ହୋଇଥିଲା। ଉକ୍ତ ଶାରିରୀକ ସମ୍ପର୍କ ବାସନା ପାଇଁ ଘଟି ନଥିଲା। 

ଅଭିଯୁକ୍ତ ନୀତୀନ ଧାବେରାଓଙ୍କ ବିରୋଧରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ନୀତୀନ ଜାମିନ ପାଇଁ ଆବେଦନ କରିଥିଲେ। ନାଗପୁର ବେଞ୍ଚର ବିଚାରପତି ଜଷ୍ଟିସ ଉର୍ମିଲା ଯୋଶୀ-ଫାଲକେ ତାଙ୍କ ରାୟରେ କହିଛନ୍ତି, ପୀଡ଼ିତା ଜଣଙ୍କ ସ୍ୱୀକାର କରିଛନ୍ତି ଯେ ସେ ନିଜ ଇଚ୍ଛାରେ ଘରୁ ବାହାରକୁ ଆସିଥିଲେ।

Advertisment

ଅଭିଯୁକ୍ତଙ୍କ ବୟସ ମଧ୍ୟ ୨୬ ବର୍ଷ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ତେଣୁ ସେମାନେ ଏକାଠି ହୋଇଥିଲେ। ପରସ୍ପର ପ୍ରତି ଥିବା ଆକର୍ଷଣ ଯୋଗୁ ତଥାକଥିତ ଶାରିରୀକ ସମ୍ପର୍କ ସୃଷ୍ଟି ହୋଇଥିଲା। ପୀଡ଼ିତା ଜଣଙ୍କ କହିଛନ୍ତି ଯେ ତାଙ୍କ ସହ ବଳପୂର୍ବକ ଅଭିଯୁକ୍ତ ଜଣଙ୍କ କିଛି ବି କରି ନାହାନ୍ତି। ଉଭୟ ଏକାଠି ଓ ସହମତି ଭିତ୍ତିରେ ଘର ଛାଡ଼ି ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ରହିଥିଲେ। ତେଣୁ ବାସନାର ବଶବର୍ତ୍ତୀ ହୋଇ ଅଭିଯୁକ୍ତ ଜଣଙ୍କ ଯୌନ ନିର୍ଯାତନା ଦେଇଥିବାର କୌଣସି ପ୍ରମାଣ ନାହିଁ ବୋଲି ଜଷ୍ଟିସ ଉର୍ମିଲା କହିଛନ୍ତି।

ପୀଡ଼ିତାଙ୍କ ବାପା ଅଭିଯୋଗ କରିଥିଲେ ଯେ ତାଙ୍କର ୧୩ ବର୍ଷୀୟ ଝିଅ ୨୦୨୦ ମସିହା ଅଗଷ୍ଟ ୨୩ରେ ବହି କିଣିବା ପାଇଁ ଘରୁ ବାହାରିଥିଲେ। କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ। ପ୍ରଥମେ ତାଙ୍କ ବାପା ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପୁଲିସ୍‌ ଏହାକୁ ଆଧାର କରି ନାବାଳିକାଙ୍କୁ ଖୋଜି ବାହାର କରିଥିଲେ। ଝିଅ ଜଣଙ୍କ ପୁଲିସ୍‌କୁ କହିଥିଲେ ଯେ ଅଭିଯୁକ୍ତ ଓ ସେ ପରସ୍ପରକୁ ପ୍ରେମ କରନ୍ତି।

ଅଭିଯୁକ୍ତ ଜଣଙ୍କ ତାଙ୍କୁ ବାହା ହେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହି ପ୍ରତିଶ୍ରୁତି ପରେ ଝିଅ ଜଣଙ୍କ ତାଙ୍କ ଘରେ ଥିବା ଅଳଙ୍କାର ଓ ଟଙ୍କା ଧରି ନୀତୀନଙ୍କ ସହ ଫେରାର ହୋଇ ଯାଇଥିଲେ। ଘରୁ ଫେରାର ହେବା ପରେ ଉଭୟ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ରହିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସୃଷ୍ଟି ହୋଇଥିଲା।

ଏକଥା ଜଣାପଡ଼ିବା ପରେ ପରିବାର ଲୋକ ନୀତୀନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍‌ ୩୬୩,୩୭୬,୩୭୬(୨), ୩୭୬(୩) ସହ ପୋକସୋ ଆଇନ ଅନୁସାରେ ମାମଲା କରିଥିଲା।

Bombay HighCourt Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe