Advertisment

ଥମୁନି ନିର୍ବାଚନୀ ହିଂସା; BJP କର୍ମୀଙ୍କ ଘର ଓ TMC କାର୍ଯ୍ୟାଳୟ ବାହାରେ ବୋମା ମାଡ଼

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ପଶ୍ଚିମବଙ୍ଗରେ ବୋମା ମାଡ଼।

ଅଦ୍ୟତନ ହୋଇଛି
CCTV Footage

CCTV Footage

Advertisment

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା। ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନର କିଛି ଘଣ୍ଟା ପରେ ଜଣେ ବିଜେପି କର୍ମୀଙ୍କ ବାସଭବନ ଏବଂ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ବାହାରେ ବୋମା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ବାରକପୁର ସହରରେ ଥିବା ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ ବାହାରେ କିଛି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ବେଳେ ଜଣେ ବିଜେପି କର୍ମୀଙ୍କ ଘର ଉପରକୁ ବୋମା ମାଡ଼ କରାଯାଇଥିବା ସୂଚନା ମିଳିଛି। 

ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ସେପଟେ ନଦିଆ ଜିଲ୍ଲାରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ତୃଣ ମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ମୃତକଙ୍କ ନାମ ହଫିଜୁଲ ଶେଖ। ହଫିଜୁଲଙ୍କୁ ତାଙ୍କ ଚା ଦୋକାନରେ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। 

Advertisment
Bjp TMC Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe