Advertisment

Mass Shooting: ସିଡ୍‌ନୀ ନରସଂହାର: ସାମ୍ନାକୁ ଆସିଲା ଆତଙ୍କୀ ସାଜିଦର ହାଇଦ୍ରାବାଦ ଲିଙ୍କ୍‌

ସାଜିଦ ଆକ୍ରମର ପରିବାର ଲୋକଙ୍କ କହିବା କଥା ଯେ ସେମାନେ ଦୀର୍ଘ ବର୍ଷ ତଳେ ଆକ୍ରମ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲେ। ସାଜିଦ ଜଣେ ଖ୍ରୀଷ୍ଟିୟାନ ସଂପ୍ରଦାୟର ମହିଳାଙ୍କୁ ବିବାହ କରିବାରୁ ପରିବାର ଲୋକ ତା’ ସହ ସମ୍ପର୍କଚ୍ଛିନ୍ନ କରିଥିଲେ।

author-image
Hemant Lenka
Syden

ଆକ୍ରମଣକାରୀ

ଅଷ୍ଟ୍ରେଲିଆ(Australia) ସିଡ୍‌ନୀ ସ୍ଥିତ ବଣ୍ଡି ବିଚ୍‌ ଆତଙ୍କବାଦୀ ହମଲା ସହ ହାଇଦ୍ରାବାଦ ଲିଙ୍କ। ଗୁଳି ମାଡ଼ ଘଟଣାରେ ସାମିଲ ଥିବା ସାଜିଦ ଆକ୍ରମର ମୂଳ ଘର ଭାରତର ହାଇଦ୍ରାବାଦରେ। ସେ ୧୯୯୮ରେ ହାଇଦ୍ରାବାଦ ଛାଡ଼ି ଅଷ୍ଟ୍ରେଲିଆ ଚାଲି ଯାଇଥିଲା ବୋଲି ଆଜି ତେଲଙ୍ଗାନା ପୁଲିସ୍ ସ୍ପଷ୍ଟ କରିଛି।

Advertisment

ରବିବାର ସାଜିତ ଓ ତା’ର ୨୪ ବର୍ଷୀୟ ପୁଅ ନାଭିଦ ଆକ୍ରମ ସୁମଦ୍ର କୂଳରେ ଆୟୋଜିତ ଇହୁଦୀ କାର୍ଯ୍ୟକ୍ରମ ହାନୁକା ଉପରେ ଗୁଳି ବର୍ଷା କରିଥିଲେ। ଏଥିରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସାଜିଦ ପାଖରେ ଭାରତୀୟ ପାସପୋର୍ଟ ରହିଥିବା ବେଳେ ତା’ ପୁଅ ହେଉଛି ଅଷ୍ଟ୍ରେଲୀୟ ନାଗରିକ। ଘଟଣା ଦିନ ସାଜିଦ ପୁଲିସ୍‌ ଗୁଳିରେ ନିହତ ହୋଇଥିବା ବେଳେ ନଭିଦ ଗୁଳିମାଡ଼ରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। 

ପ୍ରଥମେ ଏହି ବାପ-ପୁଅଙ୍କ ଲିଙ୍କ ପାକିସ୍ତାନ ସହ ରହିଥିବା ଖବର ପ୍ରକାଶ ପାଇଥିଲା। ଉଭୟଙ୍କୁ ପାକିସ୍ତାନର ମୂଳ ନାଗରିକ ଭାବେ ଦର୍ଶାଯାଇଥିଲା। କିନ୍ତୁ ଏବେ ସାଜିଦ ହାଇଦ୍ରାବାଦର ମୂଳ ବାସିନ୍ଦା ଥିଲା ବୋଲି ତେଲଙ୍ଗାନା ଡିଜିପି ପ୍ରେସ ରିଲିଜ ଜରିଆରେ କହିଛନ୍ତି। 

Advertisment

ତାଙ୍କ କହିବା କଥା ଯେ ସାଜିଦ ଓ ନାଭିଦ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ହେବର କୌଣସି ଲିଙ୍କ ଭାରତ କିମ୍ବା ତେଲଙ୍ଗାନା ସହ ନାହିଁ। ସାଜିଦ ବିଦେଶୀକୁ ଯିବା ପରେ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲା। 

ସାଜିଦ ଆକ୍ରମର ପରିବାର ଲୋକଙ୍କ କହିବା କଥା ଯେ ସେମାନେ ଦୀର୍ଘ ବର୍ଷ ତଳେ ଆକ୍ରମ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲେ। ସାଜିଦ ଜଣେ ଖ୍ରୀଷ୍ଟିୟାନ ସଂପ୍ରଦାୟର ମହିଳାଙ୍କୁ ବିବାହ କରିବାରୁ ପରିବାର ଲୋକ ତା’ ସହ ସମ୍ପର୍କଚ୍ଛିନ୍ନ କରିଥିଲେ।

୧୯୯୮ରେ ସାଜିଦ ଭାରତ ଛାଡ଼ିଥିଲା। ଏହାପୂର୍ବରୁ ହାଇଦ୍ରାବାଦରେ ତା’ ନାଁରେ କୌଣସି ପ୍ରକାରର ମାମଲା କିମ୍ବା ସନ୍ଦିଗ୍ଧ ଗତିବିଧିର ଖବର ନଥିବା ତେଲଙ୍ଗାନା ପୁଲିସ୍‌ କହିଛି। ୨୭ ବର୍ଷ ମଧ୍ୟରେ ସେ ମାତ୍ର ୬ ଥର ଭାରତ ଆସିଥିଲା। 

ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବେ ରହିବା ପୂର୍ବରୁ ୟୁରୋପ ଅରଜିନର ମହିଳା ଭେନେରା ଗ୍ରୋସୋଙ୍କୁ ବିବାହ କରିଥିଲା ସାଜିଦ। ନାଭିଦ ବ୍ୟତୀତ ଏହି ଦମ୍ପତିଙ୍କ ଜଣେ ଝିଅ ମଧ୍ୟ ରହିଛନ୍ତି। ଅଷ୍ଟ୍ରେଲିଆରେ ସାଜିଦ ସ୍ଥାୟୀ ଭାବେ ରହୁଥିଲେ ହେଁ ତା’ ପାଖରେ ଭାରତୀୟ ପାସପୋର୍ଟ ରହିଥିଲା। ତା’ର ପୁଅ ଓ ଝିଅ ଅଷ୍ଟ୍ରେଲିଆରେ ଜନ୍ମ ଗ୍ରହଣ କରିଥିଲେ ଓ ଉଭୟ ଅଷ୍ଟ୍ରେଲୀୟ ନାଗରିକ। 

ସରକାରୀ ସୂତ୍ର ଅନୁସାରେ, ସାଜିଦର ବାପା ସାଉଦିରୁ ଫେରିବା ପରେ ହାଇଦ୍ରାବାଦରେ ଗୋଟିଏ ଆପାର୍ଟମେଣ୍ଟ କିଣିଥିଲେ। ସେହି ସମୟରେ ସାଜିଦ ଛାତ୍ର ଭିସା ଜରିଆରେ ଅଷ୍ଟ୍ରେଲିଆ ଚାଲି ଯାଇଥିଲା। ସାଜିଦ ସହ ପରିବାର ଲୋକଙ୍କ କୌଣସି ସମ୍ପର୍କ ନଥିଲେ ହେଁ ଏବେ ସେମାନେ ସୁରକ୍ଷାକର୍ମୀଙ୍କ ରାଡାରରେ ରହିଥିବା ଜଣାପଡ଼ିଛି। 

Australia