Advertisment

Budget 2026: ଓଡ଼ିଶାରେ ହେବ ବିରଳ ମୃତ୍ତିକା କରିଡର

ଚଳିତ ବର୍ଷ ତାମିଲନାଡୁ ଓ କେରଳରେ ବିଧାନସଭା ନିର୍ବାଚନ ହେବ। ସେହିପରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ରହିଛି। ତେଣୁ ଏହି ୪ ରାଜ୍ୟରେ ବିରଳ ଖଣିଜ କରିଡର ତିଆରି ପାଇଁ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

Niramala

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ

Advertisment

ରେକର୍ଡ ୯ମ ଥର ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ସମୟରେ ସରକାରଙ୍କ ଅନେକ ବଡ଼ବଡ଼ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ମଧ୍ୟରେ ରହିଛି ବିରଳ ମୃତ୍ତିକା କରିଡର। ଓଡ଼ିଶା ସମେତ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳରେ ବିରଳ ମୃତ୍ତିକା କରିଡର ତିଆରି କରାଯିବ ବୋଲି କେନ୍ଦ୍ର ସରକାର ବଜେଟରେ ବ୍ୟବସ୍ଥା କରିଛନ୍ତି। 

Advertisment

ଚଳିତ ବର୍ଷ ତାମିଲନାଡୁ ଓ କେରଳରେ ବିଧାନସଭା ନିର୍ବାଚନ ହେବ। ସେହିପରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଡବଲ ଇଞ୍ଜିନ ସରକାର ରହିଛି। ତେଣୁ ଏହି ୪ ରାଜ୍ୟରେ ବିରଳ ଖଣିଜ କରିଡର ତିଆରି ପାଇଁ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ। 

ବିରଳ ମୃତ୍ତିକାର ଚାହିଦା ବିଶ୍ୱବ୍ୟାପୀ ରହିଛି। ଏହାକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ମଧ୍ୟ ଚାଲିଛି। ଏପରି ସ୍ଥିତିରେ ଭାରତ ସରକାର ଓଡ଼ିଶାରେ ଏହାର କରିଡର ତିଆରି କରିବା ବେଶ ଗୁରୁତ୍ୱବହନ କରେ। ବିଦ୍ୟୁତ ଚାଳିତ ମୋଟର୍ସ, ପବନ ଟର୍ବାଇନ ଓ ସାଧାରଣ ବୈଦ୍ୟୁତିକ ସାମଗ୍ରୀ ଯଥା ବ୍ୟାଟେରୀ, ଲେଜର ଓ ମେଡିକାଲ ଛବି ପାଇଁ ବିରଳ ମୃତ୍ତିକା ବେଶ ଜରୁରୀ। ବିରଳ ମୃତ୍ତିକା କରିଡର ଦ୍ୱାରେ ବାହାର ଦେଶ ଉପରେ ଭାରତର ନିର୍ଭରତାକୁ ହ୍ରାସ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। 

Advertisment

ନିର୍ମଳା ସୀତରମଣ କହିଛନ୍ତି, ଚଳିତ ବଜେଟ୍‌ ଯୁବଶକ୍ତି ବଜେଟ୍‌ ହେବାକୁ ଯାଉଛି। କର୍ତ୍ତବ୍ୟ ଭବନରେ ଏହା ଆମର ପ୍ରଥମ ବଜେଟ୍‌। ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ସବ୍‌କା ସାଥ୍‌ ସବ୍‌କା ବିକାଶ। ଆମ ସରକାର ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦେଉଛି। 

ବଜେଟ ବେଳେ ବାୟୋ ଫାର୍ମା ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନାରେ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ବାୟୋଲୋଜିକ ଓ ବାୟୋସିମଲାର ଘରୋଇ ଉତ୍ପାଦନକୁ ଏହା ବଳ ଦେବ। ସେହିପରି ସେମିକଣ୍ଡକ୍ଟର ମିଶନ ୨.୦ ମଧ୍ୟ ଦେଶରେ ଲଞ୍ଚ ହେବ। ଶିଳ୍ପ ଭତ୍ତିକ ରିସର୍ଚ୍ଚ, ତାମିଲ କେନ୍ଦ୍ର ଓ ଦକ୍ଷ ଶ୍ରମ ବଳ ସୃଷ୍ଟି କରାଯିବ। 

Budget
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe