Advertisment

ଟିକେଟ୍‌ ବ୍ଲାକ୍‌ମାର୍କେଟିଂ: BookMyShow ସିଇଓଙ୍କୁ ସମନ୍‌

ବୁକ୍‌ ମାଇ ଶୋ'ର ସିଇଓ ଆଶିଷ ହେମରାଜାନୀ ଓ ଟେକ୍ନିକାଲ ହେଡ୍‌ଙ୍କୁ କୋଲ୍ଡପ୍ଲେ କନ୍‌ସର୍ଟ ଟିକେଟ୍‌ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ଇଓଡବ୍ଲୁ ପକ୍ଷରୁ ସମନ ଜାରି କରାଯାଇଛି।

Coldplay Concert

Coldplay Concert

Advertisment

ବଢ଼ିଲା BookMyShow ସିଇଓଙ୍କ ଅଡୁଆ। ସମନ ଜାରି କଲା ମୁମ୍ବାଇ ପୁଲିସ। ବୁକ୍‌ ମାଇ ଶୋ'ର ସିଇଓ ଆଶିଷ ହେମରାଜାନୀ ଓ ଟେକ୍ନିକାଲ ହେଡ୍‌ଙ୍କୁ କୋଲ୍ଡପ୍ଲେ କନ୍‌ସର୍ଟ ଟିକେଟ୍‌ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ଇଓଡବ୍ଲୁ ପକ୍ଷରୁ ସମନ ଜାରି କରାଯାଇଛି।

Advertisment

ଉଭୟଙ୍କୁ ଶନିବାର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ଏଠାରେ ସେମାନଙ୍କୁ ପୁଲିସ ପଚରାଉଚରା କରି ଉଭୟଙ୍କୁ ବୟାନ ରେକର୍ଡ କରିବ।

ସୂଚନା ମୁତାବକ, ଓକିଲ ଅମିତ ବ୍ୟାସଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ବୁକ୍ ମାଇ ଶୋ’ର ସିଇଓଙ୍କୁ ଡକାଇଛି। ଏହି ବୁକିଂ ପ୍ଲାଟଫର୍ମ ୨୦୨୫ ଜାନୁଆରୀ ୧୯ ରୁ ୨୫ ପର୍ଯ୍ୟନ୍ତ DY ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା କୋଲ୍ଡପ୍ଲେ କନ୍ସର୍ଟ ପାଇଁ ଟିକେଟ୍ କଳାବଜାରୀ କରୁଥିବା ଅଭିଯୋଗ ହୋଇଛି।

Advertisment

ଆଇନଜୀବୀ ବ୍ୟାସଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ଯେଉଁ ଟିକେଟ୍‌ ୨୫୦୦ ଟଙ୍କାରେ ମିଳୁଥିଲା ତାକୁ ଏବେ ଥାର୍ଥ ପାର୍ଟି ଏବଂ କିଛି ଇନ୍‌ଫ୍ଳୁଏନ୍ସର୍‌ଙ୍କ ଦ୍ୱାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁନଃବିକ୍ରୟ କରାଯାଉଛି। ସେ ଅଭିଯୋଗ କରିଛନ୍ତି ଯେ BookMyShow ଜନସାଧାରଣ ଏବଂ କୋଲ୍ଡପ୍ଲେ ପ୍ରଶଂସକଙ୍କୁ ଠକୁଛି। ତେଣୁ ଠକେଇ ଅଭିଯୋଗରେ କମ୍ପାନୀ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ସେ ଦାବି କରିଛନ୍ତି।

ପୂର୍ବରୁ ମୁମ୍ବାଇ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) ବୟାନ ରେକର୍ଡ କରିସାରିଛି ଏବଂ ଟିକେଟ୍ ବ୍ଲାକ୍ ମାର୍କେଟିଂରେ ଜଡିତ ଅନେକ ଦଲାଲଙ୍କୁ ଚିହ୍ନଟ କରିଛି। ଏହି ଘଟଣାର ତଦନ୍ତ ଜାରି ରହିଛି। ଖୁବଶୀଘ୍ର ଏହି ମାମଲା ସହ ଜଡିତ ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯିବ ବୋଲି ଆଶା କରାଯାଉଛି।

କୋଲ୍ଡପ୍ଲେ କ'ଣ?

କୋଲ୍ଡପ୍ଲେ ହେଉଛି ଏକ ମ୍ୟୁଜିକ କନ୍‌ସର୍ଟ। ୯ ବର୍ଷ ପରେ ଭାରତରେ ଏହି କନ୍‌ସର୍ଟ ହେବାକୁ ଯାଉଛି। ଆସନ୍ତା ବର୍ଷ ଜାନୁଆରୀ ୧୯ରୁ ୨୧ ଯାଏ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବ। ୨୦୧୬ରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଗୋଲ୍ଡେନ ସିଟିଜେନ୍ ଫେଷ୍ଟିଭାଲରେ କୋଲ୍ଡପ୍ଲେ ବ୍ୟାଣ୍ଡ ପରିବେଷଣ କରାଯାଇଥିଲା। ୮୦ ହଜାର ଲୋକ ଏହି ଶୋ’ର ଭାଗ ନେଇଥିଲେ, ଯେଉଁଥିରେ ଅନେକ ବଲିଉଡ ସେଲିବ୍ରେଟ୍ ସାମିଲ ଥିଲେ। ବର୍ତ୍ତମାନ ୯ବର୍ଷ ପରେ ବ୍ୟାଣ୍ଡ ପୁଣି ଭାରତକୁ ଆସୁଛି। କୋଲ୍ଡପ୍ଲେର ୱିକେଣ୍ଡ୍ ଫର ଦା, ୟଲୋ, ଫିକ୍ସ ୟୁ ଭାରତରେ ବେଶ୍‌ ଲୋକପ୍ରିୟ।

୧୯୯୭ ମସିହାରେ ଲଣ୍ଡନରେ କୋଲ୍ଡପ୍ଲେ ବ୍ୟାଣ୍ଡ ଆରମ୍ଭ ହୋଇଥିଲା। କ୍ରିସ୍ ମାର୍ଟିନ୍, ଜନି ବକଲ୍ୟାଣ୍ଡ, ଗାୟ ବ୍ୟାରିମ୍ୟାନ୍, ୱିଲ୍ ଚାମ୍ପିଅନ୍ ଏବଂ ଫିଲ୍ ହାର୍ଭେ ଏହି ବ୍ୟାଣ୍ଡର ସଦସ୍ୟ ଅଟନ୍ତି। କୋଲ୍ଡପ୍ଲେ ୭ ଥର ଗ୍ରାମୀ ଆଓ୍ୱାର୍ଡ ମିଳିସାରିଛି।

Mumbai Police Ticket Black Marketing Coldplay BookMyShow CEO Summoned
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe