Advertisment

ଦୁନିଆ ଦେଖିଲା BSF ଯବାନଙ୍କ ଧୈର୍ଯ୍ୟ: ସୀମାରେ ଡହଳ ବିକଳ ବାଂଲାଦେଶୀଙ୍କୁ ବୁଝାଇଲେ

ବାଂଲାଦେଶ ସୀମାକୁ ଲାଗିଥିବା ଭାରତୀୟ ସୀମାରେ ମୁତୟନ ବିଏସଏଫ ଯବାନ କେମିତି ନିଜ ଧୈର୍ଯ୍ୟ ପରୀକ୍ଷା ଦେଇଛନ୍ତି, ତା’ର ପ୍ରମାଣ ପୂରା ଦୁନିଆ ଦେଖିଛି।

BSF

BSF

Advertisment

ସବୁବେଳେ ସମସ୍ତେ ଭାରତୀୟ ସେନାର ପରାକ୍ରମ ଦେଖିଥିବେ। ହେଲେ ଏବେ ଜଣେ ବିଏସଏଫ ଯବାନ ନିଜର ଶାନ୍ତ ସ୍ୱାଭାବ ନୀତି ପାଇଁ ସମସ୍ତଙ୍କ ହୃଦହ ଜିତିଛନ୍ତି। ହିଂସା ଯୋଗୁ ଡହଳ ବିକଳ ହୋଇ ଭାରତରରେ ଆଶ୍ରୟ ନେବାକୁ ଚାହୁଁଥିବା ଶତାଧିକ ବାଂଲାଦେଶୀଙ୍କୁ ବେଶ ଚମତ୍କାର ଢଙ୍ଗରେ ବୁଝାଇବାକୁ ସକ୍ଷମ ହୋଇଛନ୍ତି ସୀମାରେ ମୁତୟନ ଜଣେ ବିଏସ୍‌ଏଫ ଯବାନ।

Advertisment

ବାଂଲାଦେଶ ସୀମାକୁ ଲାଗିଥିବା ଭାରତୀୟ ସୀମାରେ ମୁତୟନ ବିଏସଏଫ ଯବାନ କେମିତି ନିଜ ଧୈର୍ଯ୍ୟ ପରୀକ୍ଷା ଦେଇଛନ୍ତି, ତା’ର ପ୍ରମାଣ ପୂରା ଦୁନିଆ ଦେଖିଛି। ପଶ୍ଚିତବଙ୍ଗର କୋଚବେହାରକୁ ଲାଗିଥିବା ବାଂଲାଦେଶ ସୀମାରେ ପୂରା ଘଟଣା ଘଟିଛି।

ଏହି ସୀମାରେ ଛୋଟ ନାଳ ଭିତରେ ପଶି ଶତାଧିକ ବାଂଲାଦେଶୀ ଭାରତରେ ଶରଣ ନେବାକୁ ଆସୁଥିଲେ। ସେମାନେ ପାଣିରେ ପଶି ଭାରତକୁ ଯିବା ପାଇଁ ଅନୁମତି ମାଗୁଥିଲେ ହେଁ ଜଣେ ବିଏସଏଫ ଯବାନ ସେମାନଙ୍କୁ କେମିତି ବୁଝାଇ ଶାନ୍ତ କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି।

Advertisment

ଅନେକ ବିଏସଏଫ ଯବାନ ସୀମାରେ ମୁତୟନ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ବେଙ୍ଗଲୀ ଭାଷାରେ କହୁଛନ୍ତି ଯେ “ଆମେ ଆପଣମାନେ ଭୋଗୁଥିବା ସମସ୍ୟାକୁ ଜାଣିଛୁ। ସମସ୍ୟାରୁ ମୁକୁଳିବା ପାଇଁ ଆପଣମାନେ ଆସିଛନ୍ତି। କିନ୍ତୁ ପ୍ରବେଶ ପାଇଁ ଆଲୋଚନା ଆବଶ୍ୟକ। ସମସ୍ୟା ଏଭଳି ଢଙ୍ଗରେ ସମାଧାନ ହୋଇପାରିବ ନାହିଁ। ଆମେ ଚାହିଁଲେ ମଧ୍ୟ ଆପଣମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ପାରିବୁ ନାହିଁ।”

ବାଂଲାଦେଶୀ ଶରଣାର୍ଥୀମାନେ ଛାଡ଼ିବାକୁ ଦାବି ଜାରି ରଖିବାରୁ ସେ ପୁଣି କହିଛନ୍ତି ଯେ “ଦୟା କରି ମୋତେ ଶୁଣନ୍ତୁ। ନାରାବାଜୀ କଲେ କିଛି ବି ଲାଭ ହେବ ନାହିଁ। ପୂରା ଦୁନିଆ ଆପଣଙ୍କ ସମସ୍ୟା ସମ୍ପର୍କରେ ଜାଣିଛି। କିନ୍ତୁ ଆଲୋଚନା ଆବଶ୍ୟକ। ଥରେ ଆଲୋଚନା ହେଉ, ତା’ପରେ ଆମେ ଆପଣମାନଙ୍କୁ କେମିତି ସୁରକ୍ଷା ଦେଇପାରିବୁ ସେକଥା ଦେଖିବୁ।

ଆପଣମାନେ ଦେଖି ପାରୁଥିବେ, ଏଠାରେ ବରିଷ୍ଠ ଅଧିକାରୀମାନେ ରହିଛନ୍ତି। କିନ୍ତୁ ଆପଣମାନେ ଯଦି କହିବେ ତୁରନ୍ତ ଅନୁମତି ଦିଆଯାଉ, ତା’ହେଲେ ଏହା କ’ଣ ସମ୍ଭବ? ମୁଁ ମୋ ଦେଶ ତରଫରୁ ଆପଣମାନଙ୍କୁ ଅନୁରୋଧ କରୁଛି। ଆପଣମାନଙ୍କ ସମସ୍ୟାର ସାମାଧାନ ଆଲୋଚନା ଦ୍ୱାରା ହେବ। ଆମେ ଆପଣମାନଙ୍କୁ ଫେରି ଯିବାକୁ ଅନୁରୋଧ କରୁଛୁ। ଘଣ୍ଟେ କି ଦୁଇ ଘଣ୍ଟା ମଧ୍ୟରେ କୌଣସି ସମାଧାନ ହୋଇପାରିବ ନାହିଁ।”

ପାଣି ଭିତରେ ପଶି ଭାରତକୁ ଆସିବାକୁ ଅପେକ୍ଷା କରିଥିବା ଲୋକମାନେ ଏକା ସ୍ୱରରେ କହିଥିଲେ ଯେ “ଦୟା କରି ଆମକୁ ଛାଡ଼ନ୍ତୁ। ସେମାନେ ଆମ ଘର ଜାଳିଦେବେ। ଆମେ ଅତ୍ୟାଚାରର ଶିକାର ହେବୁ।”

ଏହା ଶୁଣି ବିଏସ୍‌ଏଫ ଯବାନ ଜଣଙ୍କ କହିଥିଲେ ଯେ “ଆମେ ଜାଣିଛୁ ଯେ ଆପଣମାନେ ଅସୁବିଧାରେ ରହିଛନ୍ତି। ମୋ ବରିଷ୍ଠ ଅଧିକାରୀମାନେ ଆପଣମାନଙ୍କ ସୁରକ୍ଷାକର୍ମୀଙ୍କ ସହ କଥା ହୋଇଛନ୍ତି। ସେମାନେ ଆପଣଙ୍କ ସମସ୍ୟାକୁ ଶୁଣିବେ। ସେମାନେ ଆପଣମାନଙ୍କୁ ଫେରି ଯିବାକୁ କହିଛନ୍ତି।”

ବିଏସଏଫ ଯବାନଙ୍କ ଏପରି ଶାନ୍ତ ସ୍ୱାଭାବର ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହିପରି ଶରଣାର୍ଥୀଙ୍କ ଚାପ ସତ୍ତ୍ୱେ ବିଏସଏଫ ପକ୍ଷରୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇ ନାହିଁ।

Bangladesh Violence Bangladesh BSF Jawan BSF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe