Advertisment

ହାତ ଛାଡ଼ି ପଦ୍ମ ଧରିଲେ ବକ୍ସର ବିଜେନ୍ଦ୍ର ସିଂହ

ବିଜେନ୍ଦ୍ର ସିଂହ ବିଜେପିରେ ଯୋଗଦେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ଟିକେଟରେ ଏଥର ବିଜେନ୍ଦ୍ର ସିଂହ ମଥୁରାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

Boxer Vijender Singh

Boxer Vijender Singh

Advertisment

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ଅନେକ ନେତା ଦଳ ଡିଆଁ ଚଳାଇଛନ୍ତି। କିଏ କଂଗ୍ରେସ ଛାଡି ବିଜେପିରେ ମିଶୁଛି ତ ଆଉ କିଏ ବିଜେପି ଛାଡି କଂଗ୍ରେସ ହାତ ଧରିଛି। ଏହାରି ଭିତରେ ହାତ ଛାଡି ପଦ୍ମ ଧରିଛନ୍ତି ବକ୍ସର ବିଜେନ୍ଦ୍ର ସିଂହ। ସେ ଆଜି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

Advertisment

ବିଜେନ୍ଦ୍ର ସିଂହ ବିଜେପିରେ ଯୋଗଦେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କଂଗ୍ରେସ ଟିକେଟରେ ଏଥର ବିଜେନ୍ଦ୍ର ସିଂହ ମଥୁରାରୁ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏନେଇ କିନ୍ତୁ ଅନ୍ତର୍ଜାତୀୟ ବକ୍ସରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଥିଲା।

୩୮ ବର୍ଷୀୟ ବିଜେନ୍ଦ୍ର ସିଂହ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ। ଦକ୍ଷିଣ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ଏଠାରୁ ହାରି ଯାଇଥିଲେ। ବିଜେପି ବର୍ତ୍ତମାନ ସାଂସଦ ରମେଶ ବିଘୁଡି ତାଙ୍କୁ ୬ ଲଋ ଭୋଟ ବ୍ୟବଧାନରେ ହରାଇଥିଲେ।

Advertisment
Vijender Singh Bjp Congress Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe