Advertisment

‘ଲଗ୍‌ ଅଫ୍‌’ ଲେଖି ୧୪ ମହଲାରୁ ଡେଇଁ ପଡ଼ିଲେ ନାବାଳକ

ଅନଲାଇନ୍‌ ଗେମ୍‌ରେ ମିଳିଥିବା ଟାକ୍ସ ଯୋଗୁ ୧୪ ମହଲାରୁ ଡେଇଁ ଜୀବନ ହାରିଦେଲେ ନାବାଳକଜଣକ । ଆଉ ପଛରେ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇ ଯାଇଥିବା ସୁଇସାଇଡ ନୋଟ୍‌ରେ ‘ଲଗ୍‌ ଅଫ୍‌’ ଲେଖିଥିବା ଜଣାଯାଇଛି।

Mobile Game

Mobile Game

Advertisment

ଅନଲାଇନ୍‌ ଗେମ୍‌ର ମାୟା ଉଜାଡ଼ିଦେଲା ସଂସାର। ଏହାର ମାୟାରେ ପଡ଼ି ସବୁକିଛି ଭୁଲିଗଲେ ୧୬ ବର୍ଷୀୟ ନାବାଳକ । ଧୀରେ ଧୀରେ ହିଂସ୍ର ହୋଇ ଉଠିଲେ। ବଦଳିଗଲା ସ୍ୱାଭବ ଓ ଆଚରଣ । ଆଉ ଶେଷରେ ଅନଲାଇନ୍‌ ଗେମ୍‌ରେ ମିଳିଥିବା ଟାକ୍ସ ଯୋଗୁ ୧୪ ମହଲାରୁ ଡେଇଁ ଜୀବନ ହାରିଦେଲେ ନାବାଳକଜଣକ । ଆଉ ପଛରେ ନିଜ ବାପାମା’ଙ୍କ ପାଇଁ ଛାଡ଼ି ଦେଇ ଯାଇଥିବା ସୁଇସାଇଡ ନୋଟ୍‌ରେ ‘ଲଗ୍‌ ଅଫ୍‌’ ଲେଖିଥିବା ଜଣାଯାଇଛି। 

Advertisment

ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ପୁଣେର ପିମ୍ପର- ଚିଞ୍ଚୱଡ ସହରରେ ହୋଇଛି। ଆତ୍ମହତ୍ୟା ପୂର୍ବରୁ ନାବାଳକଜଣକ ନିଜ ନୋଟବୁକ୍‌ରେ ସ୍କେଚ ଓ ନକ୍ସ ତିଆରି କରିଥିବା ଦେଖିବାକୁ ମିଳିଛି । ମୃତ ନାବାଳକଙ୍କ ଲାପଟପ୍‌ର ପାସୱାର୍ଡ ତା’ ବାପାମା’ଙ୍କୁ ଜଣା ନ ଥିବାରୁ ଏବେ ତାହାକୁ ଖୋଲିବାକୁ ସାଇବର ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି ପୁଲିସ୍‌।

ମୃତ ନାବାଳକଙ୍କ ମା’ଙ୍କ କହିବାନୁଯାୟୀ, ଗତ ୬ ମାସ ମଧ୍ୟରେ ପୁଅ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଏପରି ଆକ୍ରାତ୍ମକ ହୋଇ ଯାଇଥିଲା ଯେ ତା’ ସମ୍ମୁଖକୁ ଯିବାକୁ ଭୟ ଲାଗୁଥିଲା। ସେ ଗେମ୍‌ ନିଶାରେ ପଡ଼ି ଏପରି ହୋଇଥିବା ଜାଣିବା ପରେ ତା’ଠୁ ଲାପ୍‌ଟପ୍‌ ରଖି ଦେଇଥିଲି । ମାତ୍ର ସେ ମୋ’ଠୁ ତାହାକୁ ଛଡ଼ାଇ ନେଇଥିଲା। ସେ ଏତେ ବଦଳି ଯାଇଥିଲା ଯେ ତାକୁ ନିଆଁକୁ ଡର ଲାଗୁ ନ ଥିଲା ଓ ସେ ଛୁରୀ ସହ ଖେଳୁଥିଲା।  

Advertisment

ଆଜିକାଲି ଦୁନିଆରେ ସବୁ କିଛି ଡିଜିଟାଲ ହୋଇଗଲାଣି। ପିଲାଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବା ସମ୍ଭବ ହୋଇ ପାରୁନି। ତେଣୁ ଏପରି ଗେମ୍‌ ସରକାର ବ୍ୟାନ୍‌ କରିବା ଉଚିତ ।

୧୪ ମହଲାରୁ ଡେଇଁବା ନିମନ୍ତେ ତାକୁ ନିହାତି ଭାବେ ଟାକ୍ସ ଦିଆଯାଇଥିବ । ଫଳରେ ସେ ଏହାର ପରିଣାମ ନ ଭାବି ଡେଇଁ ପଡ଼ିଥିବା ତା’ ମା’ କହିଛନ୍ତି। ତେଣୁ ଏପରି ଗେମ୍ ସାଇଟ୍‌କୁ ବନ୍ଦ କରିବାକୁ ସେ ସରକାରଙ୍କ ନିକଟରେ ଅପିଲ୍‌ କରିଛନ୍ତି।

ନାବାଳକଙ୍କ ପିତା କହିଛନ୍ତି, ମୋ’ ପିଲା ପାଠପଢ଼ାରେ ଖୁବ୍‌ ଭଲ ଥିଲା। ଖୁବ୍‌ ଭଲ ମାର୍କ ବି ରଖୁଥିଲା। ହେଲେ କୌଣସି ବାପାମା’ ପିଲା ଉପରେ ୨୪ ଘଣ୍ଟା ନଜର ରଖି ପାରିବେନି। ସେ ନିଜ ଲାପଟପ୍‌ର ହିଷ୍ଟ୍ରିକୁ ଡିଲିଟ ମାରି ଦେଉଥିଲା। ମୋ’ ପୁଅର ଦୁଇଟି ମେଲ୍‌ ଆଇଡି ଥିବା ମୋତେ ଜଣା ନ ଥିଲା। ସେଥିରୁ ଗୋଟିଏରେ ‘ବ୍ଲୁ ୱେଲ’ ପରି ଗେମ୍‌ ଥିଲା ଯାହା ନିଶାରେ ସେ ପଡ଼ି ଯାଇଥିବା ମୃତ ନାବାଳକଙ୍କ ବାପା କହିଛନ୍ତି।

Suicide Mobile Game Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe