Advertisment

କ୍ରିକେଟ ପଡ଼ିଆରେ ମାରିଲା କରେଣ୍ଟ, ଚାଲିଗଲା ନାବାଳକର ଜୀବନ

ପୁଲିସ୍‌ର କହିବା କଥା ଯେ ଦିନ ପ୍ରାୟ ୧.୩୦ ବେଳେ ଘଟଣା ନେଇ ପିସିଆରକୁ ଫୋନ ଆସିଥିଲା।

Boy

Boy

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା। କ୍ରିକେଟ ପଡ଼ିଆରେ ପ୍ରାଣ ହରାଇଛି ଜଣେ ୧୩ ବର୍ଷୀୟ ବାଳକ। କ୍ରିକେଟ ଖେଳିବା ବେଳେ ପିଲାଟି ବିଜୁଳି ଖୁଣ୍ଟ ପାଖରେ ପଡ଼ିଥିବା ବଲକୁ ଆଣିବାକୁ ଯାଇଥିଲା। ହେଲେ ଖୁଣ୍ଟିରେ କରେଣ୍ଟ ଚାର୍ଜ ହୋଇଯିବାରୁ ପିଲାଟିର ମୃତ୍ୟୁ ଘଟିଛି। ଦେଶର ରାଜଧାନୀ ଦିଲ୍ଲୀର ରାନହୋଲା ଅଞ୍ଚଳରେ ଏପରି ଘଟଣା ଘଟିଛି।

Advertisment

ଦିଲ୍ଲୀ ପୁଲିସ୍‌ର କହିବା କଥା ଯେ ଦିନ ପ୍ରାୟ ୧.୩୦ ବେଳେ ଘଟଣା ନେଇ ପିସିଆରକୁ ଫୋନ ଆସିଥିଲା। ଫୋନରେ କୁହାଯାଇଥିଲା ଯେ ଜଣେ ୧୩ ବର୍ଷୀୟ ପିଲା କ୍ରିକେଟ ଖେଳିବା ବେଳେ କରେଣ୍ଟ ମାଡ଼ରେ ଶିକାର ହୋଇଛି। ପୁଲିସ୍‌ କ୍ରିକେଟ ପଡ଼ିଆରେ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକମାନେ ପିଲାଟିକୁ ସ୍ଥାନୀୟ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ନେଇଯାଇଥିଲେ।

ତେବେ ସେଠାରେ ଡାକ୍ତରମାନେ ତା’କୁ ମୃତ ଘୋଷଣା କରିଥିଲେ। ପଡ଼ିଆରେ ଗୋଟିଏ ବଜୁଳି ଖୁଣ୍ଟ ରହିଥିଲା। ମ୍ୟାଚ୍‌ ବେଳେ ଖୁଣ୍ଟ ପାଖକୁ ବଲ ଚାଲି ଯାଇଥିଲା। ପିଲାଟି ସେଠାରୁ ବଲ ଆଣିବା ବେଳେ ଲୁହା ଖୁଣ୍ଟ ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ତା’କୁ କରେଣ୍ଟ ମାରିଥିଲା।

Advertisment

ସେ ବେଶ କିଛି ବାଟ ଛିଟିକି ହୋଇ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ତା’କୁ ହସ୍ପିଟାଲ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସ୍‌ କହିଛି।

କୋଟଲା ବିହାର ଫେଜ ୨ରେ ଘଟିଥିବା ଏହି ଘଟଣାରେ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬(୧)ରେ ମାମଲା କରିଛି। ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି। ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ବର୍ଷା ଲାଗି ରହିଛି। ସମ୍ଭବତଃ ଏହି କାରଣରୁ ବଦ୍ୟୁତ ଖୁଣ୍ଟରେ ଚାର୍ଜ ହୋଇଯାଇଥିବା କୁହାଯାଉଛି।

Electric Shock Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe