Advertisment

ଡେଙ୍ଗୁରୁ ସୁସ୍ଥ ହୋଇଥିଲେ, ହଠାତ୍‌ ସ୍କୁଲରେ ଚାଲିଗଲା ୧୩ ବର୍ଷୀୟ ପିଲାର ଜୀବନ

ନିକଟରେ ସେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିଲେ। କିନ୍ତୁ କିଛି ଦିନ ତଳେ ସେ ସୁସ୍ଥ ହୋଇଯାଇଥିଲେ। ତଥାପି ହଠାତ୍‌ କାହିଁକି ତାଙ୍କର ମୃତ୍ୟୁ ଘଟିଲା, ସେକଥା ଜଣାପଡ଼ି ନାହିଁ।

OM

OM

Advertisment

ସ୍କୁଲର ପିଟି କ୍ଲାସରେ ହଠାତ୍‌ ବସିଥିବା ବେଳେ ଚାଲି ଯାଇଛି ଜଣେ ୧୩ ବର୍ଷୀୟ ପିଲାର ଜୀବନ। ମୁମ୍ବାଇର କାଣ୍ଡିଭ୍ଲିର ଗୋଟିଏ ସ୍କୁଲରେ ଏପରି ଘଟଣା ଘଟିଛି। ପିଲାଟିର ଘର ଗୁଜରାଟରେ ହୋଇଥିବା ବେଳେ ସେ ସ୍କୁଲ ହଷ୍ଟେଲରେ ରହୁଥିଲେ।

Advertisment

ନିକଟରେ ସେ ଡେଙ୍ଗୁ ଜ୍ୱରରେ ପୀଡ଼ିତ ଥିଲେ। କିନ୍ତୁ କିଛି ଦିନ ତଳେ ସେ ସୁସ୍ଥ ହୋଇଯାଇଥିଲେ। ତଥାପି ହଠାତ୍‌ କାହିଁକି ତାଙ୍କର ମୃତ୍ୟୁ ଘଟିଲା, ସେକଥା ଜଣାପଡ଼ି ନାହିଁ।

ପ୍ରାଣ ହରାଇଥିବା ଛାତ୍ର ଜଣଙ୍କ ହେଲେ ଓମ ଗାନ୍ଦେଚା। ସେ କାଣ୍ଡିଭ୍ଲିର ଆରଜେ ମଖେଚା ସ୍କୁଲରେ ୮ମ ଶ୍ରେଣୀରେ ପଢ଼ୁଥିଲେ। ସୋମବାର ସ୍କୁଲର ପିଟି ସାର୍‌ ଅଷ୍ଟମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସ୍କୁଲକୁ ଲାଗିଥିବା ଗୋଟିଏ ପଡ଼ିଆକୁ ନେଇଥିଲେ।

Advertisment

ସବୁ ପିଲା ଗୋଟିଏ ଗଛ ତଳେ ବସିଥିବା ବେଳେ ହଠାତ୍‌ ଓମ ଅସୁସ୍ଥ ଅନୁଭବ କରିଥିଲେ। ସେ ଅଚେତ ହୋଇଯାଇଥିଲେ। ତୁରନ୍ତ ଅନ୍ୟ ପିଲାମାନେ ଏ ସମ୍ପର୍କରେ ପିଟି ସାରଙ୍କୁ ଖବର ଦେଇଥିଲେ। ସେ ଆସି ଓମଙ୍କ ମୁହଁରେ ପାଣି ପକାଇବା ସହ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ବି ଲାଭ ମିଳି ନଥିଲା।

ଓମକଙ୍କୁ ସେଠାରୁ ତୁରନ୍ତ ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବାବାସାହେବ ଆମ୍ବେଦକର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସକାଳ ପ୍ରାୟ ୧୦.୧୫ ମିନଟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ସମ୍ପର୍କରେ ପୁଲିସ୍‌ ଓ ସ୍କୁଲ କର୍ତ୍ତୃପକ୍ଷ ଓମଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସେହିପରି ପୁଲିସ୍‌ ପିଟି ସାର୍‌ଙ୍କ ବୟାନ ମଧ୍ୟ ରେକର୍ଡ କରିଛି। କେଉଁ ପରିସ୍ଥିତିରେ ଓମଙ୍କ ମୃତ୍ୟୁ ହେଲା, ତା’ର କାରଣ ଜାଣିବା ପାଇଁ ପୁଲିସ୍‌ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

Mumbai Gujarat Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe