Advertisment

ନୁଡୁଲ୍ସ ନେଲା ଜୀବନ! ପ୍ରାଣ ହରାଇଲା ୧୨ ବର୍ଷୀୟ ବାଳକ

ସେହିପରି ୬ ଜଣ ଗୁରୁତର ହୋଇଛନ୍ତି

Noodles

Noodles

Advertisment

ନୁଡୁଲ୍ସ ନେଲା ଜୀବନ। ନୁଡୁଲ୍ସ ଖାଇ ଆଖିବୁଜିଲା ୧୨ ବର୍ଷୀୟ ବାଳକ। ସେହିପରି ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର ପିଲଭିତରେ ଘଟିଛି ଏଭଳି ଘଟଣା।

Advertisment

ଉତ୍ତର ପ୍ରଦେଶରେ ପିଲଭିତରେ ଗୁରୁବାର ରାତିରେ ପୁରଣପୁର ଅଞ୍ଚଳରେ ନୁଡୁଲ୍ସ ଏବଂ ଚାଉଳ ଖାଇବା ପରେ ତିନି ପିଲାଙ୍କ ସମେତ ପରିବାରର ମୋଟ ୬ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିଲେ। ଏହାପରେ ଏକ ଘରୋଇ ଡାକ୍ତରଖାନାକୁ ଯାଇ ସମସ୍ତେ ଚିକିତ୍ସିତ ହୋଇ ଘରକୁ ତା'ପରଦିନ ଘରକୁ ଫେରିଥିଲେ। ତେବେ ସେଦିନ ରାତିରେ ପୁଣି ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ।

ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ମୁତାବକ, ୧୨ ବର୍ଷୀୟ ବାଳକ ରୋହନଙ୍କ ଅବସ୍ଥା ବିଗିଡି ଯାଇଥିଲା। ଏହାପରେ କିଛି ସମୟ ପରେ ତା'ର ମୃତ୍ୟୁ ହୋଇଥିଲା। କମ୍ୟୁନିଟି ହେଲ୍‌ଥ ସେଣ୍ଟର (CHC) ର ଡଃ.ରସିଦ କହିଛନ୍ତି, ଫୁଡ ପଏଜନିଂ ତଥା ଖାଦ୍ୟରେ ବିଷକ୍ରିୟା ହେବା ଅଭିଯୋଗରେ ଶନିବାର ଏଠାରେ ୬ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ଅନ୍ୟ ଜଣେ ନାବାଳକ ବିବେକଙ୍କ ଅବସ୍ଥା ଗୁରୁତର ଥିଲା। ତେଣୁ ତାଙ୍କୁ ନିକଟସ୍ଥ ବରେଲି ଜିଲ୍ଲାର ଏକ ଡାକ୍ତରଖାନାକୁ ସ୍ଥାନର କରାଯାଇଛି। ଅନ୍ୟ ୫ ଜଣଙ୍କ ଅବସ୍ଥା ସ୍ଥିର ରହିଛି।

Advertisment

ପରିବାରର ଏହି ୬ ଜଣ ବ୍ୟକ୍ତି ପାଖ ଜେନେରାଲ ଷ୍ଟୋର୍‌ର ବିଶେଷ ବ୍ରାଣ୍ଡର କିଣା ଯାଇଥିବା ଏକ ନୁଡୁଲ୍ସ ଖାଇଥିଲେ। ଏହାପରେ ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ତେବେ ଅନ୍ୟ କେତେକ ଲୋକ ମଧ୍ୟ ସମାନ ବ୍ରାଣ୍ଡର ନୁଡୁଲ୍ସ କିଣିଥିଲେ କିନ୍ତୁ କୌଣସି ଅଘଟଣ ଘଟି ନଥିଲା ବୋଲି ଏହି ଘଟଣାର ତଦନ୍ତ କରିଥିବା ଆସିଷ୍ଟାଣ୍ଟ କମିଶନର୍ ଫୁଡ୍ ଶଶାଙ୍କ ତ୍ରିପାଠୀ କହିଛନ୍ତି।

ତେବେ ନୁଡୁଲ୍ସ ସହ ଅନ୍ୟ କିଛି ଖାଦ୍ୟ ମିଶାଇ ଖାଇଥିବା ଯୋଗୁ ସେମାନଙ୍କ ଫୁଡ୍ ପଏଜନିଂର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ପରିବାର ଲୋକଙ୍କ ତରଫରୁ ଏନେଇ କୌଣସି ଅଭିଯୋଗ କରାଯାଇନଥିବା ପୁଲିସ କହିଛି।

Uttar Pradesh Food Poisoning Boy Dead Noodles
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe