Advertisment

କୋଚିଂ କ୍ଲାସ୍‌ରେ ପହଞ୍ଚିଲେ ଛାତ୍ର, ଛାତ୍ରୀଙ୍କ ଉପରକୁ କଲେ ଫାୟାରିଂ

ହଠାତ୍‌ ଜଣେ ଛାତ୍ର କ୍ଲାସ୍‌ରେ ପହଞ୍ଚିଲା । ଆଉ ସଙ୍ଗେସଙ୍ଗେ ଜଣେ ଛାତ୍ରୀଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କଲା।

author-image
Niharika Rout
Firing

Firing

କୋଚିଂ କ୍ଲାସ୍‌ ଖଚାଖଚ ଭିଡ଼ ଥିଲା। ପିଲାମାନେ ପାଠପଢ଼ାରେ ବ୍ୟସ୍ତ ଥିଲେ। ଏହି ସମୟରେ ହଠାତ୍‌ ଜଣେ ଛାତ୍ର କ୍ଲାସ୍‌ରେ ପହଞ୍ଚିଲା । ଆଉ ସଙ୍ଗେସଙ୍ଗେ ଜଣେ ଛାତ୍ରୀଙ୍କୁ ଟାର୍ଗେଟ କରି ଗୁଳି ମାଡ଼ କଲା। ଏଥିରେ ଛାତ୍ରୀଜଣକ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ମୁଖ୍ୟତଃ ବିଦେଶରେ ହେଉଥିବା ବେଳେ ଏଥର ଏପରି ଏକ ଭୟଙ୍କର କାଣ୍ଡ ବିହାରରେ ଘଟିଛି।

Advertisment

ବିହାର ମୁଜଫରନଗରର ଏକ କୋଚିଂ ସେଣ୍ଟରରେ ଘଟିଛି ଏପରି ଏକ ନାରକୀୟ କାଣ୍ଡ। ସେଣ୍ଟରରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ୍‌ ଚାଲିଥିବା ବେଳେ ସେଠାରେ ଜଣେ ଛାତ୍ର ପହଞ୍ଚିଥିଲେ। ଛାତ୍ରଜଣକ ବନ୍ଧୁକ ଧରିଥିବା ବେଳେ ହଠାତ୍‌ ଫାୟାରିଂ କରିଥିଲେ।

ଅନ୍ୟମାନେ ଗୁଳି ଶବ୍ଦ ଶୁଣି ପଛକୁ ବୁଲି ଅନାଇଲା ବେଳକୁ ଜଣେ ଛାତ୍ରୀ ଲହୁଲୁହାଣ ହୋଇ ତଳେ ପଡ଼ିଛନ୍ତି। ତାଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଗୁଳି ଚଳାଇ ଅଭିଯୁକ୍ତ ଛାତ୍ରଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

Advertisment

ତୁରନ୍ତ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ପହଞ୍ଚି ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୁକ୍ତଜଣକ ଫେରାର ଥିବା ବେଳେ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନି।

Bihar Firing