Advertisment

ଘାରିଲା ରିଲ୍ସ ନିଶା, ଡ୍ୟାମ୍‌କୁ ଡେଇଁ ପଡ଼ିଲେ ଯୁବକ

ପୂର୍ବରୁ ଲୋକଙ୍କୁ ପ୍ରେମ ନିଶା, ମଦ ନିଶା ଆଦି ଘାରୁଥିବା ବେଳେ ଏବେ ଘାରୁଛି ରିଲ୍ସ ନିଶା। ଏହି ରିଲ୍ସ ନିଶାରେ ବୁଢ଼ାଠୁ ଛୁଆ ସବୁ ବାଇଆ। କିଏ ଟ୍ରେନ୍‌ ଆଗରେ ଛିଡ଼ା ହୋଇ ରିଲ୍ସ କରୁଛି ତ କିଏ ରିଲ୍ସ କରୁ କରୁ ପାଣିକୁ ଡେଇଁ ଜୀବନ ହାରୁଛି।

author-image
Niharika Rout
Jump

Jump

ପୂର୍ବରୁ ଲୋକଙ୍କୁ ପ୍ରେମ ନିଶା, ମଦ ନିଶା ଆଦି ଘାରୁଥିବା ବେଳେ ଏବେ ଘାରୁଛି ରିଲ୍ସ ନିଶା। ଏହି ରିଲ୍ସ ନିଶାରେ ବୁଢ଼ାଠୁ ଛୁଆ ସବୁ ବାଇଆ। ସୋଶାଲ ମିଡିଆରେ ପପୁଲାର ହେବାକୁ କିଛି ଲାଇକ୍‌, କମେଣ୍ଟ ପାଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। କିଏ ଟ୍ରେନ୍‌ ଆଗରେ ଛିଡ଼ା ହୋଇ ରିଲ୍ସ କରୁଛି ତ କିଏ ରିଲ୍ସ କରୁ କରୁ ପାଣିକୁ ଡେଇଁ ଜୀବନ ହାରୁଛି।

Advertisment

ଏପରି ଏକ ସାଂଘାତିକ ଘଟଣା ମଧ୍ୟପ୍ରଦେଶର ଗୁନାରେ ଘଟିଛି। ରିଲ୍ସ ଚକ୍କରରେ ଜଣେ ଯୁବକ ଏକ ଡ୍ୟାମ୍‌କୁ ଡେଇଁ ପଡ଼ିଥିବେ ବେଳେ ସେଠାରୁ ତାଙ୍କ ମୃତଦେହ ବାହାରିଲା।

ରବିବାର ସନ୍ଧ୍ୟା ସମୟରେ ଯୁବକଜଣକ ନିଜ ସାଙ୍ଗଙ୍କ ସହ ଡ୍ୟାମ୍‌ ନିକଟକୁ ଯାଇଥିଲେ। ସେଠାରେ ସେ ରିଲ୍ସ କରିବା ନିମନ୍ତେ ସାଙ୍ଗକୁ ମୋବାଇଲ ଦେଇଥିଲେ। ଏହାପରେ ଆକ୍ସନ ମୁଡରେ ଥିବା ଯୁବକଜଣକ ଡ୍ୟାମ୍‌ରୁ ପାଣିକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିରେ ସେ ଉବୁଟୁବୁ ହେଉଥିବା ବେଳେ ଆଉ ସେଥିରୁ ବାହାରି ପାରି ନ ଥିଲେ।

Advertisment

ଖବର ପାଇ ପରିବାର ଲୋକେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ତା ’ ପରଦିନ ବାହାରିଲା ଯୁବକଙ୍କ ମୃତଦେହ। ନିଜ ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ମୁଣ୍ଡ ପିଟୁଥିବା ବେଳେ ରିଲ୍ସ ନିଶା ସେମାନଙ୍କ ପରିବାରକୁ ଉଜାଡ଼ି ଦେଇଥିବା କହୁଛନ୍ତି।

Madhya Pradesh