Advertisment

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହାତୁଡ଼ିରେ ଛେଚି ହତ୍ୟା! ମୃତଦେହକୁ ଫ୍ୟାନରେ ଟାଙ୍ଗିଲା କିଏ?

ଅଭିଯୁକ୍ତ ଯୁବକ ଜଣକ ହେଲା ଶାହିଦ। ନାବାଳିକାଙ୍କ ସହ ତା’ର କି ପ୍ରକାରର ସମ୍ପର୍କ ଥିଲା ଓ ହତ୍ୟା ପଛର କାରଣ କ’ଣ, ତା’ର ତଦନ୍ତ ଏବେ ପୁଲିସ୍‌ କରୁଛି।

Stop Rape

Stop Rape

Advertisment

ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଏଠାରେ ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ନାବାଳିକାଙ୍କୁ ତାଙ୍କ ଘର ଭିତରେ ପଶି ପ୍ରଥମେ ଦୁଷ୍କର୍ମ କରିବା ପରେ ଜଣେ ଯୁବକ ତାଙ୍କ ମୁଣ୍ଡକୁ ହାତୁଡ଼ିରେ ଛେଚି ହତ୍ୟା କରିଛି। ଶେଷରେ ମୃତଦେହକୁ ଫ୍ୟାନରେ ଟାଙ୍ଗି ଫେରାର ହୋଇ ଯାଇଥିବା ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

Advertisment

କିନ୍ତୁ ଅଭିଯୁକ୍ତ ଯୁବକ ଜଣଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହ ସେ ନାବାଳିକାଙ୍କ ବାପାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ସେ ଏକାକୀ କେମିତି ମୃତଦେହକୁ ଟେକି ଫ୍ୟାନରେ ଟାଙ୍ଗିଲା ବୋଲି ମଧ୍ୟ ପ୍ରଶ୍ନ କରିଛି। ପରିବାର ଲୋକ ହିଁ ନାବାଳିକାଙ୍କ ପ୍ରେମ ସମ୍ପର୍କକୁ ବିରୋଧରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣଙ୍କ ପରୋକ୍ଷରେ ପୁଲିସ୍‌କୁ ଜଣାଇବାକୁ ଚେଷ୍ଟା କରିଛି।  

ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ ବୁଧବାର ଏପରି ଛାତି ଥରାଇ ଦେବା ଭଳି ଘଟଣା ଘଟିଛି। ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

Advertisment

ଅଭିଯୁକ୍ତ ଜଣକ ତାକରୋହିରେ ଥିବା ପୀଡ଼ିତାଙ୍କ ଘରେ କେହି ନଥିବା ବେଳେ ପ୍ରବେଶ କରିଥିଲା। ଦିନ ୧ଟାରୁ ୧.୩୦ ମଧ୍ୟରେ ସେ ଘରେ ପଶିଥିଲା। ପ୍ରଥମେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ହାତୁଡ଼ିରେ ପିଟି ହତ୍ୟା କରିଥିଲା। ଫେରାର ହେବା ପୂର୍ବରୁ ଅଭିଯୁକ୍ତ ଜଣକ ନାବାଳିକାଙ୍କ ମୃତଦେହକୁ ଘରର ଫ୍ୟାନରେ ମଧ୍ୟ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଯୁବକ ଜଣକ ହେଲା ଶାହିଦ। ନାବାଳିକାଙ୍କ ସହ ତା’ର କି ପ୍ରକାରର ସମ୍ପର୍କ ଥିଲା ଓ ହତ୍ୟା ପଛର କାରଣ କ’ଣ, ତା’ର ତଦନ୍ତ ଏବେ ପୁଲିସ୍‌ କରୁଛି।

ପୀଡ଼ିତାଙ୍କ ବାପା ମା’ କପଡ଼ା ଇସ୍ତ୍ରୀ କରି ଘର ଚଳାନ୍ତି। ବୁଧବାର ମଧ୍ୟ ସେମାନେ ଦୋକାନକୁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଏକାକୀ ଘରରେ ରହିଥିଲେ। ଏତିକି ବେଳେ ଶାହିଦ ପୂରା ଘଟଣା ଘଟାଇଛି।

ପୀଡ଼ିତାଙ୍କ ବାପା କହିଛନ୍ତି, “ମୋ ପତ୍ନୀ ଘରେ ପହଞ୍ଚିଲା ବେଳକୁ ଶାହିଦ ବାରଣ୍ଡାରେ ଛିଡ଼ା ହୋଇଥିଲା। ତାକୁ ସେ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ଶାହିଦ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।” ପୁଲିସ୍‌ କହିଛି ଯେ ମୁଣ୍ଡରେ ଆଘାତ ଲାଗିବା ଯୋଗୁ ନାବାଳିକାଙ୍କ ମୃତ୍ୟୁ ହୋଇଛି। ତଥାପି ପୁଲିସ୍‌ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ୧୦ମ ଶ୍ରେଣୀର ଛାତ୍ରୀ। ବେଶ କିଛି ଦିନ ହେଲା ଶାହିଦ ନାବାଳିକାଙ୍କୁ ହଇରାଣ କରୁଥିଲା। ପରିବାର ଲୋକଙ୍କକ ଅଭିଯୋଗ ପରେ ପୁଲିସ ଶାହିଦକୁ ଗିରଫ କରିଛି।

ତେବେ ଶାହିଦ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ସେ ପୁଲିସ୍‌ କହିଛି ଯେ ନାବାଳିକାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଘରେ କେହି ନଥିବାରୁ ବୁଧବାର ନାବାଳିକା ଜଣଙ୍କ ତାକୁ ଡାକିଥିଲେ। ଉଭୟ ଅଶ୍ଳୀଳ ଅବସ୍ଥାରେ ରହିଥିବା ବେଳେ ନାବାଳିକାଙ୍କ ପରିବାର ଲୋକ ଚାଲି ଆସିଥିଲେ। ଭୟରେ ଶାହିଦ ସେଠାରୁ ଦୌଡ଼ି ପଳାଇଥିଲେ। ଏହାପରେ କ’ଣ ସବୁ ହୋଇଛି, ସେକଥା ସେ ଜାଣି ନଥିବା ପୁଲିସ୍‌କୁ କହିଛି।

Uttar Pradesh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe