Advertisment

ମତଦାନ କଲେ ପୂର୍ବତନ ନକ୍ସଲ କମାଣ୍ଡର, ନିର୍ବାଚନକୁ ୧୩ ବର୍ଷ ପାଇଁ କରିଥିଲେ ବୟକଟ

ସୁମିତ୍ରା ସାହୁ ଦୀର୍ଷ ବର୍ଷ ଧରି ଛତିଶଗଡ଼ର ଅମଦାଇ ଏରିଆ କମିଟିର ପୂର୍ବ ମହିଳା କମାଣ୍ଡର ଥିଲେ। ଏବେ ସେ ଛତିଶଗଡ଼ ପୁଲିସ୍‌ରେ କନଷ୍ଟେବଳ ଭାବେ କାମ କରୁଛନ୍ତି।

author-image
Niharika Rout
Former-female-naxal- commander

Former-female-naxal- commander

ଦିନେ ଯିଏ ନିର୍ବାଚନ ନାଁ ଶୁଣିଲେ ଯେ ରାଗି ହିତାହିତ ଜ୍ଞାନ ଭୁଲି ଯାଉଥିଲେ, ୩ ବର୍ଷ ପାଇଁ ମତଦାନକୁ ବୟକଟ କରିଥିଲେ, ଆଜି ସେ ଦେଇଛନ୍ତି ଭୋଟ। ଏପରି ଏକ ଘଟଣା ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦେଖିବାକୁ ମିଳିଛି। ଆଜି ବିଧାନସଭା ନିର୍ବାଚନରେ ଭୋଟ ଦେଇ ନିଜ ମତାଧିକାର ସାବ୍ୟସ୍ତ କରିଥିବା ପୂର୍ବତନ ମହିଳା ନକ୍ସଲ କ୍ୟାଡେଟଜଣକ ହେଲେ ସୁମିତ୍ରା ସାହୁ ।

Advertisment

ସୁମିତ୍ରା ସାହୁ ଦୀର୍ଷ ବର୍ଷ ଧରି ଛତିଶଗଡ଼ର ଅମଦାଇ ଏରିଆ କମିଟିର ପୂର୍ବ ମହିଳା କମାଣ୍ଡର ଥିଲେ। ମାତ୍ର ରାଜ୍ୟ ସରକାରଙ୍କ ବହୁ ପ୍ରୟାସ ଓ ଯୋଜନା ପରେ ସେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିଲେ। ଏବେ ସେ ଛତିଶଗଡ଼ ପୁଲିସ୍‌ରେ କନଷ୍ଟେବଳ ଭାବେ କାମ କରୁଛନ୍ତି। ଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥାରେ ଭରସା କରି ସେ ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଛତିଶଗଡ଼ ସବୁଠୁ ଅଧିକ ନକ୍ସଲ ପ୍ରବଣ ରାଜ୍ୟ ହୋଇଥିବା ବେଳେ ଏଠାରେ ଧନଜୀବନକୁ ସୁରକ୍ଷିତ ରଖି ନିର୍ବାଚନ କରାଇବା ଏକ ଚ୍ୟାଲେଞ୍ଜ ପାଲଟିଛି। ନକ୍ସଲ ଗଡ କୁହାଯାଉଥିବା ବସ୍ତର ଅଞ୍ଚଳରେ ପ୍ରାୟ ୬୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଏଥିମଧ୍ୟରେ ୪୦ ହଜାର CAPF ଏବଂ ୨୦ ହଜାର ରାଜ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନକ୍ସଲ ଦମନ ପାଇଁ କୋବ୍ରା ବାହିନୀ ସହ ମହିଳା କମାଣ୍ଡୋ ନିୟୋଜିତ ହୋଇଛନ୍ତି।

Advertisment

ଛତିଶଗଡ଼ର ନକ୍ସଲ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି। ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୁଲିଂ ଟିମ୍ ଯାଇଛନ୍ତି। ପ୍ରଥମଥର ପାଇଁ ୧୨୬ଟି କେନ୍ଦ୍ରରେ ଲୋକେ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିବେ।

Chhattisgarh