Advertisment

ବିବାହିତ ମହିଳାଙ୍କୁ ଗର୍ଭବତୀ କରାଇବା ପରେ ପଥରରେ ଛେଚି ହତ୍ୟା କଲା ବୟଫ୍ରେଣ୍ଡ

ରାମବିରିଙ୍କ ସହ ଆଦେଶ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ଶେଷରେ ରାମବିରି ଗର୍ଭବତୀ ହୋଇଯାଇଥିଲେ। ତେଣୁ ସେ ଆଦେଶ ଉପରେ ବାହା ହେବାକୁ ଚାପ ପକାଇଥିଲେ।

woman

woman

Advertisment

ବିବାହ ପରେ ବି ଯେଉଁ ପର ଯୁବକ ସହ ଅନୈତିକ ସମ୍ପର୍କ ରଖିଥିଲେ ସେ ହିଁ ତାଙ୍କ ଜୀବନ ନେଇଛି। ଅନୈତିକ ସମ୍ପର୍କ ରଖିବାରୁ ବିବାହିତ ମହିଳା ଜଣଙ୍କ ଗର୍ଭବତୀ ହୋଇ ଯାଇଥିଲେ। ଏଥିରେ ତାଙ୍କ ବୟଫ୍ରେଣ୍ଡ ବିଚଳିତ ହେବା ସହ ତାଙ୍କୁ ମାଡ଼ ମାରିବା ସହ ଅତ୍ୟନ୍ତ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଛି।

Advertisment

ଉତ୍ତର ପ୍ରଦେଶର ମୀରଟର ଗୋଟିଏ ପଡ଼ିଆରୁ ୩ ଦିନ ତଳେ ପୁଲିସ୍‌ ଜଣେ ଗର୍ଭବତୀଙ୍କ ମୃତଦେହକୁ ଜବତ କରିଥିଲା। ଏବେ ପୁଲିସ୍‌ ଏହି ଘଟଣାରେ ତାଙ୍କ ପ୍ରେମିକ ଓ ତା’ର ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଏମାନେ ମିଳିତ ଭାବେ ବିବାହିତ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ।

ପୁଲିସ କହିଛି ଯେ ଅଭିଯୁକ୍ତ ଆଦେଶ ଓ ତା’ର ୪ ସହଯୋଗୀ ରାମବିରି ନାମକ ମହିଳାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ପଡ଼ିଆରେ ଫିଙ୍ଗି ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।

Advertisment

ରାମବିରିଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ୍‌ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ରାମବିରି ୨୦୧୫ରେ ବିନୋଦ ନାମ ଜଣେ ବ୍ୟକ୍ତିଙ୍କୁ ବାହା ହୋଇଥିଲେ।

୨୦୨୨ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସବୁ କିଛି ଠିକଠାକ ଥିଲା। ହେଲେ ହଠାତ୍‌ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏଥିପାଇଁ ପ୍ରାୟ ବର୍ଷେ ହେଲାଣି ରାମବିରି ତାଙ୍କ ବାପାଙ୍କ ଘରେ ରହୁଥିଲେ। ବାପାଙ୍କ ଘରେ ରହିବା ବେଳେ ତାଙ୍କର ଭେଟ ଆଦେଶଙ୍କ ସହ ହୋଇଥିଲା। କିଛି ଦିନର ମିଳିମିଶା ପରେ ଉଭୟ ପରସ୍ପରକୁ ପ୍ରେମ କରିବା ଆରମ୍ଭ କରିଥିଲେ।

ଏହି ପ୍ରେମ ସମ୍ପର୍କ ଧୀରେଧୀରେ ନିବିଡ଼ ହୋଇଥିଲା। ରାମବିରିଙ୍କ ସହ ଆଦେଶ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ଶେଷରେ ରାମବିରି ଗର୍ଭବତୀ ହୋଇଯାଇଥିଲେ। ତେଣୁ ସେ ଆଦେଶ ଉପରେ ବାହା ହେବାକୁ ଚାପ ପକାଇଥିଲେ।

ବାରମ୍ବାର ରାମବିରି ବାହା ହେବାକୁ କହିବାରୁ ଆଦେଶ ଚିଢ଼ି ଯାଇଥିଲା। ଏଥିପାଇଁ ସେ ତା’ର ସାଙ୍ଗ ମାନଙ୍କ ସହ ମିଶି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା।

ଯୋଜନା ମୁତାବକ ଜୁଲାଇ ୨ରେ ଆଦେଶ ଫୋନ କରି ରାମବିରିଙ୍କୁ ନିଜ ଘରକୁ ଦେଖା କରିବା ପାଇଁ ଡାକିଥିଲା। ସେ ଘରକୁ ଆସିବା କ୍ଷଣି ଆଦେଶ ଓ ତା’ର ସାଙ୍ଗମାନେ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ମୁଣ୍ଡକୁ ପଥରରେ ଛେଚି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ଗୋଟିଏ ପଡ଼ିଆରେ ଫିଙ୍ଗି ସମସ୍ତେ ଫେରାର ହୋଇଯାଇଥିଲେ।

ଜୁଲାଇ ୨ରେ ରାମବିରିଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ମୃତଦେହ ଦିନକ ପରେ ପୁଲିସ୍‌ ଉଦ୍ଧାର କରିଥିଲା। ଏହାପରେ ତଦନ୍ତ କରି ଆଦେଶ, ଦୀପକ, ଆର୍ଯ୍ୟନ, ସନ୍ଦୀପ ଓ ରୋହିତକୁ ଗିରଫ କରିଛି। ଏବେ ସମସ୍ତେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି।

Uttar Pradesh Lover Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe