Advertisment

ନିଷ୍ଠୁର ବୟଫ୍ରେଣ୍ଡ; ଗର୍ଲଫ୍ରେଣ୍ଡକୁ ମାରି ପଥର କଟା ମେଶିନରେ ଖଣ୍ଡ ଖଣ୍ଡ କରିଦେଲେ

ଥର କଟା ମେସିନରେ ମୃତଦେହକୁ ଓ ମୁଣ୍ଡକୁ ବି ଖଣ୍ଡ ଖଣ୍ଡ କରିଦେଲେ। ଏହାକୁ ଘରେ ଫ୍ରିଜରେ କିଛି ଦିନ ରଖିବା ପରେ ନିକଟସ୍ଥ ଡମ୍ପିଂୟାଡରେ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଫୋପାଡ଼ିଥିବା ବେଳେ ଧରା ପଡ଼ିଥିଲେ।

Couple Shadow Image

Couple Shadow Image

Advertisment

ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାଲକର ନାମ୍ନୀ ଯୁବତୀଙ୍କ ମର୍ଡର କେସ୍‌ ମନରୁ ନ ଲିଭୁଣୁ ସମାନ ଭାବେ ହାଇଦ୍ରାବାଦରେ ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧାର ନେଇଥିବା ଟଙ୍କା ମାଗିବାରୁ ନିଜ ୫୫ ବର୍ଷୀୟା ଗର୍ଲଫ୍ରେଣ୍ଡଙ୍କୁ ମାରିଦେଲେ ୪୮ ବର୍ଷୀୟ ବୟଫ୍ରେଣ୍ଡ। କେବଳ ମାରିଲେ ନାହିଁ, ପଥର କଟା ମେସିନରେ ମୃତଦେହକୁ ଓ ମୁଣ୍ଡକୁ ବି ଖଣ୍ଡ ଖଣ୍ଡ କରିଦେଲେ। ଏହାକୁ ଘରେ ଫ୍ରିଜରେ କିଛି ଦିନ ରଖିବା ପରେ ନିକଟସ୍ଥ ଡମ୍ପିଂୟାଡରେ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଫୋପାଡ଼ିଥିବା ବେଳେ ଧରା ପଡ଼ିଥିଲେ। ଆଉ ତା’ ପରେ ସାମନାକୁ ଆସିଲା ଏହି ଭୟଙ୍କର ହତ୍ୟାକାଣ୍ଡର ଚିତ୍ର ।

Advertisment

ମୃତା ମହିଳାଜଣକ ୫୫ ବର୍ଷୀୟା ୟେରମ ଅନୁରାଧା ରେଡ୍ଡି ବୋଲି ଜଣାଯାଇଛି। ତାଙ୍କ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ପୁରୁଷ ବନ୍ଧୁ ଚନ୍ଦ୍ରମୋହନଙ୍କୁ ଗିରଫ କରିଛି।

ଅନୁରାଧା ଦୀର୍ଘ ବର୍ଷ ହେବ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ବେଳେ ସୁଧରେ ଟଙ୍କା ଧାର ଦେଇ ନିଜ ଗୁଜରାଣ ମେଣ୍ଟାଉଥିଲେ। ଇତି ମଧ୍ୟରେ ତାଙ୍କର ଚନ୍ଦ୍ରମୋହନଙ୍କ ସହ ପରିଚୟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରାୟ ୧୫ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା। ଏପରିକି ସେ ଚନ୍ଦ୍ରମୋହନଙ୍କ ଘରର ତଳ ମହଲାରେ ରହୁଥିଲେ।

Advertisment

ଚନ୍ଦ୍ରମୋହନ ୨୦୧୮ ମସିହାରେ ଅନୁରାଧାଙ୍କଠାରୁ ୭ ଲକ୍ଷ ଟଙ୍କା ଧାର ନେଇଥିବା ବେଳେ ଆଉ ଫେରାଇବା ନାଁ ଧରୁ ନ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ତିକ୍ତ ହେବାକୁ ଲାଗିଲା।

ଗତ ୧୨ ତାରିଖ ମଧ୍ୟାହ୍ନ ସମୟରେ ଉଭୟଙ୍କ ମଧ୍ୟରେ ତିକ୍ତତା ସାଂଘାତିକ ରୂପ ନେଇଥିବା ବେଳେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଚନ୍ଦ୍ରମୋହନ ଏକ ଛୁରୀରେ ଅନୁରାଧାଙ୍କୁ ବାରମ୍ବାର ଆଘାତ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହାପରେ ମୃତଦେହ କିପରି ଫୋପାଡ଼ିବେ ସେ ଚିନ୍ତା ତାଙ୍କୁ ଘାରିଥିଲା। କେହି ଯେପରି ଏହାର ଟେର ପାଇବେନି ସେଥିପାଇଁ ସେ ଏକ ପଥର କଟା ମେଶିନ ଆଣି ଅନୁରାଧାଙ୍କ ମୁଣ୍ଡ ଓ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଲେ। ଏହାପରେ ତାହାକୁ ବିଭିନ୍ନ ଜରିରେ ପଶାଇ ଏକ ବଡ଼ ଫ୍ରିଜରେ ଭର୍ତ୍ତି କରି ରଖିଲେ। ମୃତଦେହର ଦୁର୍ଗନ୍ଧ ଯେପରି ବାହାରକୁ ନ ଯିବ ସେଥିପାଇଁ ଘରେ ପରଫ୍ୟୁମ, ଧୂପକାଠି ଅଆଦିର ବହୁଳ ବ୍ୟବହାର କରୁଥିଲେ।

କିଛି ଦିନ ଯିବା ପରେ ଅନୁରାଧାଙ୍କ ଖଣ୍ଡବିଖଣ୍ଡିତ ମୁଣ୍ଡକୁ ଏକ ଜରି ବ୍ୟାଗରେ ଭର୍ତ୍ତି କରି ଡମ୍ପିଂୟାର୍ଡରେ ଫୋପାଡ଼ି ଥିଲେ। ଜରି ବ୍ୟାଗରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୁଣ୍ଡ ଦେଖି ସଫେଇ କର୍ମଚାରୀ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ତନାଘନା କରି ଚନ୍ଦ୍ରମୋହନଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ଘରୁ ମୃତଦେହର ଅବଶିଷ୍ଟାଶଂ ଜବତ କରିଛି।

Murder Deadbody Boyfriend Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe