/odisha-reporter/media/media_files/2025/11/05/rahul-gandhi-2025-11-05-13-41-47.jpg)
ରାହୁଲ ଗାନ୍ଧି
ଭୋଟ ଚୋରିକୁ ନେଇ ଲୋକସଭାର ବିରୋଧୀ ଦଳ ରାହୁଲ ଗାନ୍ଧି(Rahul Gandhi) ଆଜି ବଡ଼ ଦାବି କରିଛନ୍ତି। ସମ୍ଭବତଃ ସେ ନିଜର ବହୁପ୍ରତିକ୍ଷୀତ ହାଇଡ୍ରୋଜେନ ବୋମା ସାମ୍ନାକୁ ଆଣିଛନ୍ତି। ସେ ତଥ୍ୟ ପ୍ରମାଣ ସହ ହରିୟାଣ ଭୋଟ ଚୋରିର କାରସାଦି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଗତବର୍ଷ ହରିୟାଣାରେ ବିଧାନସଭା ନିର୍ବାଚନ ହୋଇଥିଲା।
ସମସ୍ତଙ୍କୁ ଚକିତ କରି ବିଜେପି ଏଠାରେ ବିଜୟୀ ହୋଇଥିଲା। ସବୁ ରାଜନୀତିକ ପଣ୍ଡିତ ଓ ଏକଜିଟ ପୋଲର ଭବିଷ୍ୟଣବାଣୀ ଭୁଲ ହୋଇଥିଲା। ଏବେ ବିଜେପି ଭୋଟ ଚୋରି କରି ହରିୟାଣାରେ ବିଜୟୀ ହୋଇଥିଲା ବୋଲି ରାହୁଲ ଗାନ୍ଧି କାଗଜପତ୍ର ଦେଖାଇ ପୂରା ଦେଶକୁ ଜଣାଇଛନ୍ତି।
ତାଙ୍କ କହିବା କଥା ଯେ ହରିୟାଣା(Haryana)ରେ ଅତିକମରେ ୨୫ ଲକ୍ଷ ଭୋଟରେ ହେରଫେର ହୋଇଛି। ରାଜ୍ୟର ୨ କୋଟି ଭୋଟର ଥିବା ବେଳେ ୨୫ ଲକ୍ଷରେ ଠକେଇ ହୋଇଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ଏହାର ଅର୍ଥ ହରିୟାଣର ୮ଟି ଭୋଟରଙ୍କ ମଧ୍ୟରେ ଜଣେ ନକଲି। ୧୨.୫% ଭୋଟର ଫେକ୍।”
ରାହୁଲ ଗାନ୍ଧିଙ୍କ କହିବା କଥା ଯେ ସମସ୍ତ ଏକ୍ସଜିଟ ପୋଲ ହରିୟାଣାରେ କଂଗ୍ରେସ ଜିତିବ ବୋଲି ଆକଳନ କରିଥିଲେ। କିନ୍ତୁ ରେଜଲ୍ଟ ବିଜେପି ସପକ୍ଷରେ ଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ରାହୁଲ ଭୋଟ ଚୋରିର ତଥ୍ୟ ଉପସ୍ଥାପନ କରିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ନାୟବ ସିଂହ ସୈନିଙ୍କ ଗୋଟିଏ ଭିଡିଓ ସମସ୍ତଙ୍କୁ ଦେଖାଇଛନ୍ତି।
ଏଥିରେ ସୈନି ରେଜଲ୍ଟ ବାହାରିବା ପୂର୍ବରୁ କହୁଛନ୍ତି ଯେ “ସବୁ କିଛିର ବ୍ୟବସ୍ଥା ହୋଇଛି ଓ ବିଜେପି ନିର୍ବାଚନ ଜିତିବାକୁ ଯାଉଛି।” ଏହାକୁ ଦେଖାଇ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି ଯେ “କ’ଣ ସବୁ ବ୍ୟବସ୍ଥା କରାଯାଇଥିଲା?”
ଭୋଟ ଚୋରି(vote-chori)ର ଉଦାହରଣ ଦେଇ ରାହୁଲ ଗାନ୍ଧି କହିଛନ୍ତି ଯେ ଜଣେ ମହିଳାଙ୍କ ଫଟୋକୁ ବ୍ୟବହାର କରି ୨୨ ଜଣ ଭୋଟରଙ୍କ ନାଁ ପଞ୍ଜୀକରଣ କରାଯାଇଛି। ଭୋଟର ଭାବେ ଯେଉଁ ମହିଳାଙ୍କ ଫୋଟ ୨୨ ଥର ବ୍ୟବହାର କରାଯାଇଛି, ସେ ହେଉଛନ୍ତି ବ୍ରାଜିଲର ମଡେଲ ମାଥ୍ୟୁସ ଫେରେରୋ। ବ୍ରାଜିଲର ମଡେଲ ହରିୟାଣା ବିଧାନସଭା ନିର୍ବାଚନରେ ୨୨ ଥର ଭୋଟ ଦେଇଛନ୍ତି?
ମଡେଲଙ୍କ ଫଟୋକୁ ମାଗଣାରେ ଇଣ୍ଟରନେଟରୁ ଡାଉନଲୋଡ କରାଯାଇଥିଲା। ଏହାପରେ ଏହାକୁ ବ୍ୟବହାର କରି ନକଲି ଭୋଟର ତାଲିକା ପ୍ରସ୍ତୁତ କରାଯାଇଥିଲା। ବ୍ରାଜିଲୀୟ ମଡେଲଙ୍କ ଫଟୋ ୨୨ ଥର ବ୍ୟବହାର କରାଯାଇଛି। କେଉଁଠି ତାଙ୍କ ନାଁ ସ୍ୱିଟୀ ରହିଛି ତ ଆଉ କେଉଁଠି ସୀମା ଓ ସରସ୍ୱତୀ ରହିଥିବା ରାହୁଲ ଗାନ୍ଧି ସମସ୍ତଙ୍କୁ ଦେଖାଇଛନ୍ତି।
ସେ କହିଛନ୍ତି, “ନିର୍ବାଚନ କମିଶନ ନକଲି ଭୋଟରଙ୍କୁ ଗୋଟିଏ ସେକେଣ୍ଡରେ ହଟାଇବାକୁ ସକ୍ଷମ। କାହିଁକି ସେମାନେ ଏମିତି କରି ନାହାନ୍ତି? ଏହାର କାରଣ ହେଲା, ସେମାନେ ବିଜେପିକୁ ସହଯୋଗ କରୁଛନ୍ତି। ଭୋଟ ଚୋରିର ୧୦୦% ପ୍ରମାଣ ସମସ୍ତଙ୍କ ଆଗରେ ରହିଛି। ବେଶ ବ୍ୟବସ୍ଥିତ ଢଙ୍ଗରେ କଂଗ୍ରେସର ବିଜୟକୁ ପରାଜୟରେ ପରିଣତ କରାଯାଇଥିଲା। ଆମ ଟିମ ୫.୨୧ ଲକ୍ଷ ନକଲି ଭୋଟରଙ୍କୁ ସାମିଲ କରାଯିବାର ପ୍ରମାଣ ପାଇଛି।
ହରିୟାଣା ଇତିହାସରେ ପ୍ରଥମଥର ପୋଷ୍ଟାଲ ବାଲଟ ପ୍ରକୃତ ଭୋଟ ସହ ମେଳ ଖାଇନଥିଲା। ଏପରି ପୂର୍ବରୁ କେବେ ବି ହୋଇ ନଥିଲେ। ଏପରି କରି ଗଣତନ୍ତ୍ରକୁ ଦୁର୍ବଳ କରାଯାଇଛି। କଂଗ୍ରେସର ଏକତରଫା ବିଜୟପୁ ପରାଜୟର ରୂପ ଦିଆଯାଇଛି।”
/filters:format(webp)/odisha-reporter/media/media_files/2025/11/05/rahul-gandhi1-2025-11-05-13-41-36.jpg)
ନିଜର ଅଭିଯୋଗକୁ ତଥ୍ୟ ଉପରେ ଆଧାରିତ ବୋଲି ରାହୁଲ ଗାନ୍ଧି ଦାବି କରି କହିଛନ୍ତି ଯେ ସେ କେବଳ ଇସିଙ୍କୁ ପ୍ରଶ୍ନ କରୁ ନାହାନ୍ତି, ବରଂ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।
ତେବେ ରାହୁଲ ଗାନ୍ଧିଙ୍କ ଦାବିକୁ ନିର୍ବାଚନ କମିଶନ ଗୋଟିଏ ସୂତ୍ରରେ ଖଣ୍ଡନ କରିଛନ୍ତି। ରାଜ୍ୟର ଭୋଟର ତାଲିକା ବିରୋଧରେ କୌଣସି ଆବେଦନ କରାଯାଇ ନଥିଲେ। କେବଳ ୨୨ଟି ନିର୍ବାଚନ ପିଟିସନ ଏବେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପଡ଼ି ରହିଛି।
ମତଦାନ ସମୟରେ କଂଗ୍ରେସ ଏଜେଣ୍ଟମାନେ କ’ଣ କରୁଥିଲେ? ଯଦି କେହି ଭୋଟ ଦେଇ ସାରିଛନ୍ତି କିମ୍ବା କାହାର ପରିଚୟ ଉପରେ ସେମାନଙ୍କର ସନ୍ଦେହ ରହିଥିଲା, ତା’ହେଲେ ସେମାନେ କାହିଁକି ଏହାକୁ ବିରୋଧ କରି ନଥିଲେ ବୋଲି ଇସିଙ୍କ ସୂତ୍ରରେ ପ୍ରଶ୍ନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
