Advertisment

ହାତଗଣ୍ଠି ପୂର୍ବରୁ ପଡିଲା ହାତକଡି, ଦୁଷ୍କର୍ମ ଅଭିଯୋଗରେ ବରକୁ ଟେକି ନେଲା ପୁଲିସ

ମୁଣ୍ଡରେ ପଗଡି ବାନ୍ଧି ବର ବେସରେ ସଜେଇ ହୋଇ ଘୋଡା ଉପରେ ଚଢ଼ିବା ପୂର୍ବରୁ ପୁଲିସ ବରକୁ ଉଠାଇ ନେଇଛି। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

author-image
Madhupriya Mistry
Groom Arrested

Groom Arrested

ସଜେଇ ହୋଇ ରହିଥିଲା ମଣ୍ଡପ। ଘରେ ଅତିଥିଙ୍କ ଭିଡ ବି ଜମିଥିଲା। ସେପଟେ କନ୍ୟା ବି ଥିଲା ଫୁଲ୍‌ ପ୍ରସ୍ତୁତ। କେତେବେଳେ ବର ଯାତ୍ରୀ ଆସିବ, ସେହି ବାଟକୁ ଚାହିଁ ରହିଥିଲା। ଏପଟେ ସଜବାଜ ହୋଇ ବରଯାତ୍ରୀରେ ବାହାରିଥିଲା ବର। ତେବେ ବେଦିରେ ହାତଗଣ୍ଠୀ ପଡିବା ପୂର୍ବରୁ ପଡିଛି ହାତକଡି। ବାହାଘର ପୂର୍ବରୁ ବରକୁ ଉଠାଇ ନେଇଛି ପୁଲିସ। ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି ଏଭଳି କିଛି ଘଟଣା।

Advertisment

ବାରଣାସୀ ଚୌବେପୁରର ରୁସ୍ତମପୁର। ଏଠାକାର ଗୋବିନ୍ଦ ପଟେଲ କଜିସରାୟରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ। ମୁଣ୍ଡରେ ପଗଡି ବାନ୍ଧି ବର ବେସରେ ସଜେଇ ହୋଇଥିଲେ। ତେବେ ଘୋଡା ଉପରେ ଚଢ଼ିବା ପୂର୍ବରୁ ପୁଲିସ ଗୋବିନ୍ଦ ପଟେଲଙ୍କୁ ଉଠାଇ ନେଇଛି। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହି ମାମଲା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୋଗ ରହିଛି ଯେ ଗୋବିନ୍ଦ ପଟେଲ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୪ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ସେ ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ। ଯୁବତୀ ଜଣକ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୨୧ ତାରିଖ‌ରେ ଗୋବିନ୍ଦଙ୍କ ବିବାହ ହେବାର ଥିଲା। ତେବେ ଏ ବିଷୟରେ ସାରନାଥପୁରରେ ରହୁଥିବା ପୀଡିତା ଜାଣିବାକୁ ପାଇବା ପରେ ସେ ପୁଲିସ୍‌ ନିକଟରେ ହାଜର ହୋଇଥିଲେ।

Advertisment

ସେପଟେ କନ୍ୟାପକ୍ଷ ଲୋକେ ଗୋବିନ୍ଦଙ୍କ କଳା କାରନାମା ଜଣାପଡ଼ିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି। କନ୍ୟା ବିବାହ କରିବାକୁ ମନା କରି ଦେଇଛି। କନ୍ୟାର ବାପାଙ୍କ କହିବା ମୁତାବକ, ପୂରା ବିବାହ ପ୍ରସ୍ତୁତି ସରିଥିଲା। ସେମାନେ ବିଳମ୍ବିତ ରାତି ଯାଏ ବରଯାତ୍ରୀ ଆସିବା ନେଇ ଅପେକ୍ଷା କରି ରହିଥିଲେ। କିନ୍ତୁ ବରଯାତ୍ରୀ ଆସିଲାନି। ଏହାପରେ ସେମାନେ ପୁଅ ଘରକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା।

Groom Arrested Crime Uttar Pradesh Varanasi