Advertisment

କାର୍‌ର ବନେଟ୍‌ ଉପରେ ରିଲ୍‌ କରୁଥିଲେ କନିଆ, କଟିଲା ଚାଲାଣ

କନିଆ ଗେଟ୍‌ଅପ୍‌ରେ ଥିବା ଜଣେ ଯୁବତୀ ଏକ କାର୍‌ର ବନେଟ୍‌ ଉପରେ ବସି ବ୍ୟସ୍ତବହୁଳ ସଡ଼କରେ ରିଲ୍‌ କରିବାରେ ବ୍ୟସ୍ତ ଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରି ଦେଇଛି।

author-image
Niharika Rout
Bride

Bride

ଆଜିକାଲି ରିଲ୍‌ କରିବାର ନିଶା ସମସ୍ତଙ୍କୁ ଘାରିଛି। କିଏ ରାସ୍ତାରେ ସ୍କୁଟି ଉପରେ ଗାଧୋଇ ଗାଧୋଇ ଯାଉଛି ତ କିଏ ରିଲ୍‌ ପାଇଁ ଷ୍ଟଣ୍ଡ ସିନ୍‌ ଦେବାକୁ ପଛାଉ ନାହିଁ। ଏବେ ଏପରି ଏକ ଘଟଣା ପାଇଁ ଚାଲାଣ କାଟିଛି ପୁଲିସ୍‌। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଏପରି ଘଟଣା ପାଇଁ ଜଣେ ଯୁବତୀଙ୍କ ନାଁରେ କଟିଛି ୩୦ ହଜାର ଫାଇନ୍‌। 

Advertisment

କନିଆ ଗେଟ୍‌ଅପ୍‌ରେ ଥିବା ଜଣେ ଯୁବତୀ ଏକ କାର୍‌ର ବନେଟ୍‌ ଉପରେ ବସି ବ୍ୟସ୍ତବହୁଳ ସଡ଼କରେ ରିଲ୍‌ କରିବାରେ ବ୍ୟସ୍ତ ଥିଲେ। ତାଙ୍କ ଆଗେ ଆଗେ ଜଣେ କ୍ୟାମେରାମ୍ୟାନ୍‌ ବି ଯାଉଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଏହାର ଖୋଳତାଡ଼ ଆରମ୍ଭ କରି ଦେଇଛି।

ଏହି ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜର ହୋଇଥିବା ବେଳେ ଯୁବତୀଜଣକ ବର୍ଣ୍ଣିକା ଚୌଧୁରୀ ବୋଲି ଜଣାଯାଇଛି। ଯୁବତୀଜଣକ ପ୍ରଥମେ ଏକ ସଫାରୀ କାର୍‌ର ବନେଟ ଉପରେ ବସି ରିଲ୍‌ କରିଥିଲେ। ଏହାପରେ ସେ ଏକ ସ୍କୁଟିରେ ବସି ବିନା ହେଲମେଟରେ ରିଲ୍‌ କରିଥିଲେ।

Advertisment

ପ୍ରଥମ ଘଟଣାରେ ତାଙ୍କ ଉପରେ ୧୫, ୫ଶହ ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ଦ୍ୱିତୀୟ ଘଟଣାରେ ୧୫ ହଜାର ଟଙ୍କାର ଚାଲାଣ କଟିଛି। ବ୍ୟସ୍ତବହୁଳ ରାସ୍ତାରେ ଏପରି ଘଟଣାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି ଓ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Uttar Pradesh Bride Case Fine