/odisha-reporter/media/media_files/2026/02/25/dinabandhu-2026-02-25-13-55-06.jpg)
ବାମରୁ ଅଭିଯୁକ୍ତ ଦୀପବନ୍ଧୁ, ଆରତୀଙ୍କ ଭାବୀ ସ୍ୱାମୀ ଓ ଆରତୀ
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ଜଣେ ୧୮ ବର୍ଷୀୟ ଯୁବତୀଙ୍କୁ ଗୁଳି(Shooting) କରିଛି ତାଙ୍କୁ ଏକତରଫା ଭଲ ପାଉଥିବା ଯୁବକ। ବାହାଘର ପାଇଁ ଷ୍ଟେଜ ଉପରେ ବରମାଳା ନୀତିକାନ୍ତି ଚାଲିଥିବା ବେଳେ ଯୁବତୀଙ୍କୁ ପେଟକୁ ଗୁଳି ମାରିଛି ପାଗଳପ୍ରେମୀ। କ୍ୟାମେରା ଓ ସର୍ବସମ୍ମୁଖରେ ଯୁବକ ଜଣଙ୍କ ଏଭଳି କାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି।
ବିହାରର ବକ୍ସର ଜିଲ୍ଲା ଅନ୍ତର୍ଗତ ଚୌସା ଠାରେ ଏପରି ଘଟଣା ମଙ୍ଗଳବାର ଘଟିଛି। ଗୁଳିମାଡ଼ରେ ଯୁବତୀ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କର ଚିକିତ୍ସା ବାରାଣସୀର ଗୋଟିଏ ହସ୍ପିଟାଲରେ ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିବା ବୁଧବାର ପୁଲିସ କହିଛି।
ପୁଲିସ୍ର କହିବା କଥା ଯେ ମଙ୍ଗଳବାର ରାତିରେ ନନ୍ଦଜୀ ମଲ୍ଲାହଙ୍କ ଝିଅ ଆରତୀ କୁମାରୀଙ୍କ ବାହାଘର ଥିଲା। ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ସରିଥିବା ବେଳେ ବର ମଧ୍ୟ ପହଞ୍ଚି ସାରିଥିଲେ। ବର ପହଞ୍ଚିବା ପରେ ଷ୍ଟେଜ ଉପରେ ବରମାଳା ଅଦଳବଦଳ ନୀତି ଚାଲିଥିଲା। ଏତିକି ବେଳେ ଜଣେ ଯୁବକ ମୁଖା ପିନ୍ଧି ସେଠାରେ ପହଞ୍ଚିଥିଲା।
କେହି କିଛି ବୁଝିବା ଆଗରୁ ସେ ଷ୍ଟେଜ ଉପରକୁ ଯାଇଥିଲା ଓ ସିଧା ଆରତୀଙ୍କ ପେଟକୁ ଗୁଳି କରିଥିଲା। ଗୀତ ବାଜୁଥିବାରୁ ଲୋକମାନେ ଠିକ ଭାବେ ଗୁଳି ମାଡ଼ର ଶବ୍ଦ ଶୁଣି ପାରି ନଥିଲେ। କିନ୍ତୁ ଆରତୀ ତଳେ ପଡ଼ି ଯିବାରୁ ବାହାଘର ଉତ୍ସବରେ ଆତଙ୍କ ଖେଳି ଯାଇଥିଲା।
ଆରତୀଙ୍କ ପେଟରୁ ରକ୍ତ ବାହାରୁଥିବା ଅତିଥିମାନେ ଦେଖିଥିଲେ। ପ୍ରଥମେ ତାଙ୍କୁ ବକ୍ସରର ସଦର ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରାଣସୀକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଭେଣ୍ଟିଲେଟରରେ ଥିବା ଡାକ୍ତରମାନେ କହିଛନ୍ତି।
କିନ୍ତୁ ଭେଣ୍ଟିଲେଟରକୁ ଯିବା ପୂର୍ବରୁ ରକ୍ତାକ୍ତ ଅବସ୍ଥାରେ ଆରତୀ କେବଳ ଜଣଙ୍କ ନାଁ ନେଇଥିଲେ। ତାଙ୍କୁ ଦୀନବନ୍ଧୁ ଗୁଳି କରିଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଆରତୀଙ୍କ ପରିବାର ଲୋକଙ୍କ କହିବା କଥା ଯେ ଦୀନବନ୍ଧୁ ହେଉଛି ତାଙ୍କ ପଡ଼ୋଶୀ ଘରର ଯୁବକ। ସେ ଦୀର୍ଘ ୨ ବର୍ଷ ହେଲା ଆରତୀଙ୍କୁ ଏକତରଫା ପ୍ରେମ କରୁଥିଲା। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ହେଁ ସେ ଆରତୀଙ୍କ ପିଛା ଛାଡ଼ି ନଥିଲା।
बक्सर में वरमाला के समय दुल्हन को स्टेज पर गोली मारी. pic.twitter.com/D5sMMbNGaZ
— Hemraj Singh Chauhan (@JournoHemraj) February 25, 2026
ପୂର୍ବରୁ ମଧ୍ୟ ଆରତୀଙ୍କ ବାହାଘର ଠିକ ହେବା ବେଳେ ସେ ବିଶୃଙ୍ଖଳା ସୃଷ୍ଟି କରିଥିଲା। ଏପରି କି ଦୀନବନ୍ଧୁ ଯୋଗୁ ଏକାଧିକ ଥର ଆରତୀଙ୍କ ବିବାହ ଠିକ ହୋଇ ମଧ୍ୟ ଭାଙ୍ଗି ଯାଇଥିଲା। ଏଥର ଆରତୀଙ୍କ ପରିବାର ଲୋକ ତାଙ୍କ ବାହାଘର ଉତ୍ତର ପ୍ରଦେଶର ବଲ୍ଲିଆ ଠାରେ ଠିକ କରିଥିଲେ। ଏହାକୁ ମଧ୍ୟ ସେ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଥିରେ ବିଫଳ ହେବାରୁ ବାହାଘର ଦିନ ସେ ଆରତୀଙ୍କୁ ଗୁଳି କରିଛି।
ଅଭିଯୁକ୍ତର ବାପା ରାମଶଙ୍କର ଚୌଧୁରୀଙ୍କ କହିବା କଥା ଯେ ଦୀନବନ୍ଧୁ ଓ ଆରତୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ। ଘଟଣା ପର ଠାରୁ ଦୀନବନ୍ଧୁ ଫେରାର ଥିବା ବେଳେ ମୁଫାସିଲ ପୁଲିସ୍ ବିଭିନ୍ନ ସ୍ଥାନରେ ରେଡ କରି ତାକୁ ଧରିବାକୁ ଉଦ୍ୟମ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
