Advertisment

Rs 8.5 Crore: କନ୍ୟାଙ୍କ ଉପରେ ୮.୫ କୋଟି ଟଙ୍କା ବର୍ଷା କଲେ ବର ଘରର ଲୋକ! ଭିଡିଓ ଭାଇରାଲ୍‌

କନ୍ୟା ଜଣଙ୍କ ମଣ୍ଡପ ପାଖରେ ଛିଡ଼ା ହୋଇଥିବା ବେଳେ ବର ଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ତାଙ୍କ ଉପରେ ନୋଟ ବର୍ଷା କରୁଛନ୍ତି। ଟଙ୍କାର ପାହାଡ଼ ଉପରେ କନ୍ୟା ଜଣଙ୍କ ସତେ ଯେମିତି ଛିଡ଼ା ହୋଇଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Punjab

ନୋଟ ବର୍ଷା

Advertisment

ବାହାଘର ବେଳେ ହୋଇଛି ଟଙ୍କା ବର୍ଷା। ହଜାରେ କି ଲକ୍ଷ ନୁହେଁ, ସିଧା କୋଟି କୋଟି ଟଙ୍କାର ନୋଟ ବର୍ଷା ହୋଇଛି। ବାହାଘର ବେଳେ କନ୍ୟା ଉପରେ ଟଙ୍କା ବର୍ଷା କରିଛନ୍ତି ବର ଓ ତାଙ୍କ ପରିବାର ଲୋକ। ୮.୫ କୋଟି ଟଙ୍କାର ନୋଟ ବର୍ଷା କରି ସେମାନେ ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛନ୍ତି।

Advertisment

କନ୍ୟା ଜଣଙ୍କ ମଣ୍ଡପ ପାଖରେ ଛିଡ଼ା ହୋଇଥିବା ବେଳେ ବର ଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ତାଙ୍କ ଉପରେ ନୋଟ ବର୍ଷା କରୁଛନ୍ତି। ଟଙ୍କାର ପାହାଡ଼ ଉପରେ କନ୍ୟା ଜଣଙ୍କ ସତେ ଯେମିତି ଛିଡ଼ା ହୋଇଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

ପଞ୍ଜାବରେ ଫେବୃଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ ଡେ’ରେ ହୋଇଥିବା ଗୋଟିଏ ବାହାଘରରେ ଏପରି ଘଟଣା ଘଟିଥିବା କୁହାଯାଉଛି। କିନ୍ତୁ ଟଙ୍କା ବର୍ଷାର ଭିଡିଓ ଭାଇରାଲ ହେବା ପରେ ବର ଘର ପକ୍ଷ କିଛି ଜାଣି ନଥିବା କହିଛନ୍ତି। 

Advertisment

ତରନତାରନରେ ହୋଇଥିବା ଗୋଟିଏ ବାହାଘର ବେଳର ଭିଡିଓ ଏବେ ବେଶ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ କନ୍ୟା ଜଣଙ୍କ ବାହାଘର ମଣ୍ଡପ ନିକଟରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଟଙ୍କା ବର୍ଷା ହେଉଛି। ଅତିଥିମାନେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବା ବେଳେ ଚାରିଆଡ଼େ କେବଳ ନୋଟ ପଡ଼ି ରହିଛି। ଅନେକ ଗୀତର ତାଳାତାଳେ ଟଙ୍କାକୁ ମଧ୍ୟ କନ୍ୟାଙ୍କ ଉପରେ ପକାଉଛନ୍ତି। 


ପଞ୍ଜାବରେ ଅନୁଷ୍ଠିତ ହେଉଥିବା ବାହାଘରରେ ଏପରି ଟଙ୍କା ବର୍ଷା କିଛି ନୂଆ ନୁହେଁ। କିନ୍ତୁ ୮.୫ କୋଟି ଟଙ୍କା ଉଡ଼ାଇବା ନିଶ୍ଚିତ ଭାବେ ଗୋଟିଏ ବରିଳ ଘଟଣା। ଏତେ ପରିମାଣର ନୋଟ ଉଡ଼ାଇବା ଘଟଣାକୁ ଅନେକ ସୋଶାଲ ମିଡିଆରେ ପସନ୍ଦ କରିଛନ୍ତି। 


ଭଡିଓ ଭାଇରାଲ ହେଉଥିବା ବେଳେ ବରର ଭାଇ ସିକନ୍ଦର ସିଂହ ସ୍ପଷ୍ଟ କରିଛନ୍ତି ବାହାଘର ଉତ୍ସବ ପରେ ଟଙ୍କା ଉଡ଼ା ଯାଇଥିଲା। କିନ୍ତୁ ସୋଶାଲ ମିଡିଆରେ ଏହାର ପରିମାଣ ଯେଉଁ ଆକାରରେ ଦେଖା ଯାଉଛି,ସେଥିରେ ସତ୍ୟ ନାହିଁ।

ସେ କହିଛନ୍ତି ଯେ “ମୋ ଭାଇ ଅଷ୍ଟ୍ରେଲିଆରେ ଟ୍ରକ ବ୍ୟବସାୟ କରନ୍ତି। ବାହାଘର ଫେବୃଆରୀ ୧୪ରେ ହୋଇଥିଲେ। ଆମେ ଟଙ୍କା ଉଡ଼ାଇ ଏହାକୁ ଉପଭୋଗ କରିଥିଲୁ। କିନ୍ତୁ ଏହା ୨ ଲକ୍ଷ ଟଙ୍କା ଥିଲା। ସୋଶାଲ ମିଡିଆରେ ଏହାକୁ କୋଟି କୋଟି ଟଙ୍କା କହି ପ୍ରଚାର କରାଯାଉଛି।”

କାର୍ଯ୍ୟକ୍ରମର ପରିଚାଳନା କରୁଥିବା ମ୍ୟାନେଜର ଓ ଡିଜେ ମଧ୍ୟ ୮.୫ କୋଟି ଟଙ୍କାର ନୋଟ ବର୍ଷାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା ଯେ ପ୍ରାୟ ୪ ଲକ୍ଷ ଟଙ୍କା ଉଡ଼ା ଯାଇଛି। ଏହା ମଧ୍ୟରେ କିଛି ଡଲାର ମଧ୍ୟ ରହିଥିଲା। କିନ୍ତୁ କୋଟି କୋଟି ଟଙ୍କାର ସଂଖ୍ୟା କେଉଁଠୁ ଆସିଲା, ସେକଥା ସେମାନଙ୍କୁ ଜଣାନାହିଁ। 

Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe