Advertisment

ବିବାହ ପର ଦିନ କନିଆ କହିଲେ- ମୋତେ ଛାଡ଼ପତ୍ର ଦରକାର

ସ୍ୱାମୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ବିବାହ ପର ଦିନ ବି ଛାଡ଼ପତ୍ର ମାଗିଛନ୍ତି ପତ୍ନୀ। ଉଭୟ ପରିବାରଙ୍କ ଶତଚେଷ୍ଟା ସତ୍ତ୍ୱେ କନିଆ ନିଜ ଜିଦ୍‌ରେ ଅଟଳ।

author-image
Niharika Rout
Marriage

Marriage

ବିବାହ ଏକ ଅତୁଟ ସମ୍ପର୍କ। ଏହି ବନ୍ଧନରେ ବାନ୍ଧି ହେଲେ ଉଭୟ ପରସ୍ପରର ସାତ ଜନ୍ମର ସାଥୀ ପାଲଟଇ ଯାଆନ୍ତି। ପରସ୍ପରର ଦୋଷକୁ କ୍ଷମା କରିବାକୁ ବି ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥାନ୍ତି। ମାତ୍ର ଏବେ ସାମାନ୍ୟ ସାମାନ୍ୟ କଥାରେ ବିଚ୍ଛେଦ ପର୍ଯ୍ୟନ୍ତ କଥା ଚାଲି ଯାଉଛି। ଏବେ ଏପରି ଏକ ଘଟଣା ସାମନାକୁ ଆସିଛି ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି।

Advertisment

ସ୍ୱାମୀଙ୍କ ସାମାନ୍ୟ ଭୁଲ୍‌ ପାଇଁ ବିବାହ ପର ଦିନ ବି ଛାଡ଼ପତ୍ର ମାଗିଛନ୍ତି ପତ୍ନୀ। ଉଭୟ ପରିବାରଙ୍କ ଶତଚେଷ୍ଟା ସତ୍ତ୍ୱେ କନିଆ ନିଜ ଜିଦ୍‌ରେ ଅଟଳ। ବିବାହ କରି ସେ ମସ୍ତ ବଡ଼ ଭୁଲ୍‌ କରିଥିବା କହି ଏଥିରୁ ମୁକ୍ତି ଦରକାର ବୋଲି ବି କହିଛନ୍ତି।

କନିଆଙ୍କ କହିବାନୁଯାୟୀ, ପ୍ରଥମେ ତାଙ୍କୁ ବିବାହରେ କୌଣସି ପ୍ରକାର ରୁଚି ନ ଥିଲା। ମାତ୍ର ବୟଫ୍ରେଣ୍ଡ ବିବାହ ପାଇଁ ଜିଦ୍‌ କରିବାରୁ ସେ ଏଥିରେ ରାଜି ହୋଇଥିଲେ। ଉଭୟ ଅଧା ଅଧା ଖର୍ଚ୍ଚ ତୁଲାଇବେ ବୋଲି କଥା ହୋଇଥିଲା। ସେହି ଅନୁଯାୟୀ ବିବାହ ସମ୍ପନ୍ନ ହେଲା।

Advertisment

ମାତ୍ର କନିଆଙ୍କ କହିବାନୁଯାୟୀ, ସେ ବିବାହ ପୂର୍ବରୁ ଆଉ ଏକ ସର୍ତ୍ତ ରଖିଥିବା ବେଳେ ତାହାକୁ ତାଙ୍କ ସ୍ୱାମୀ ଜାଣିଶୁଣି ଭାଙ୍ଗି ଦେଇଛନ୍ତି। ଯାହାକୁ ବି ବରଦାସ୍ତ କରିବା ଅସମ୍ଭବ ବୋଲି ବି ସେ ଶୁଣାଇ ଦେଇଛନ୍ତି।

ମୁଁ କ୍ଲୋଷ୍ଟ୍ରୋଫୋବିୟାରେ ପୀଡ଼ିତ। ତେଣୁ ମୁଁ କୌଣସି ପ୍ରକାର ଜବରଦସ୍ତି ସହି ପାରେନି। ଏହା ଜାଣି ମଧ୍ୟ ମୋ’ ସ୍ୱାମୀ ବିବାହ ଦିନ ମୋ ମୁହଁରେ ଜୋରଜବରଦସ୍ତ କେକ୍‌ ବୋଲି ଦେଇଥିଲେ। ସେ ମୋ’ ମୁଣ୍ଡକୁ ଧରି କେକ୍‌ରେ ପଶାଇ ଦେଇଥିଲେ। ଏଥିରେ ମୁଁ ଖୁବ୍‌ ଭୟଭୀତ ହୋଇ ପଡ଼ିଥିଲା। ଏହା ସେ ଜାଣିଶୁଣି ପୂର୍ବ ଯୋଜନା ମୁତାବକ କରିଥିଲେ। ଏପରି ବ୍ୟକ୍ତି ସହ ଜୀବନ କାଟିବା ଅସମ୍ଭବ । ତେଣୁ ମୋତେ ଛାଡ଼ପତ୍ର ଆବଶ୍ୟକ ବୋଲି କହିଛନ୍ତି କନିଆ।

Marriage Divorce