Advertisment

ବିବାହ ମଝିରୁ କନିଆ ଫେରାର; ୧୩ ଦିନ କାଳ ବେଦିରେ ବସି ରହିଲା ବର

ବିବାହ ସମ୍ପନ୍ନ ହୋଇ ବର କନିଆ ବିଦା ହେବାକୁ ଲାଗିଗଲା ୧୩ ଦିନ । ବିବାହର ଅଧା କାର୍ଯ୍ୟ ୩ ତାରିଖରେ ସରିଥିବା ବେଳେ ଆଉ ଅଧା ସରିଲା ୧୫ ତାରିଖରେ। ହେଲେ ଏହି ୧୩ ଦିନ ମଧ୍ୟରେ ଯାହା ଘଟି ଯାଇଛି ତାହା କୌଣସି ଫିଲ୍ମି ସିନ୍‌ଠୁ କମ୍‌ ନୁହେଁ ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବିବାହ ସମ୍ପନ୍ନ ହୋଇ ବର କନିଆ ବିଦା ହେବାକୁ ଲାଗିଗଲା ୧୩ ଦିନ । ବିବାହର ଅଧା କାର୍ଯ୍ୟ ୩ ତାରିଖରେ ସରିଥିବା ବେଳେ ଆଉ ଅଧା ସରିଲା ୧୫ ତାରିଖରେ। ଶେଷରେ ୧୬ ତାରିଖରେ ବିଦା ହେଲେ ବର କନିଆ। ହେଲେ ଏହି ୧୩ ଦିନ ମଧ୍ୟରେ ଯାହା ଘଟି ଯାଇଛି ତାହା କୌଣସି ଫିଲ୍ମି ସିନ୍‌ଠୁ କମ୍‌ ନୁହେଁ ।

Advertisment

ବିବାହ ମଝିରୁ କନିଆ ନିଜ ପ୍ରେମିକ ସହ ଫେରାର ହୋଇ ଯାଇଥିବା ବେଳେ ପତ୍ନୀଙ୍କୁ ଧରିଲେ ହିଁ ଘରକୁ ଫେରିବେ ବୋଲି ଅଡ଼ି ବସିଲେ ବର। ଏପରିକି ସେ ବେଦିରେ ମୁକୁଟ ପିନ୍ଧି ବସି ରହିଲେ। ଶେଷରେ ୧୩ ଦିନ କାଳ ଖୋଜାଖୋଜି କରି ପରିବାର ଲୋକେ ଝିଅକୁ ଖୋଜି ଆଣିବା ପରେ ପଡ଼ିଲା ହାତଗଣ୍ଡି। ଆଉ ନିଜ କନିଆଙ୍କୁ ଧରି ଘରକୁ ଫେରିଲେ ବର । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ରାଜସ୍ଥାନର ପାଲି ଜିଲ୍ଲାରେ ହୋଇଛି।

ସୈଣା ଗାଁର ସକାରାମଙ୍କ ଝିଅ ମନିଷଙ୍କ ବିବାହ ମଣାଦର ଗାଁର ଶ୍ରବଣ କୁମାରଙ୍କ ସହ ସ୍ଥିର ହୋଇଥିଲା। ଗତ ୩ ତାରିଖରେ ଶ୍ରବଣ କୁମାର ବର ଯାତ୍ରୀ ଧରି ଶ୍ୱଶୁର ଘରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସକାଳେ ସାତ ଫେରା ରୀତି ଆରମ୍ଭ ହୋଇଥିଲା। ମାତ୍ର ଏହା ପୂର୍ବରୁ ପେଟ କାଟୁଛି ବୋଲି ବାହାନା କରି ଘର ଭିତରକୁ ପଳାଇଥିଲେ କନିଆ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜି ଆଉ ଝିଅକୁ ପାଇ ନ ଥିଲେ।

Advertisment

ଏହା ଶୁଣି ସମସ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଶ୍ରବଣ କୁମାରଙ୍କ ମୁଣ୍ଡରେ ସତେ ଯେପରି ଆକାଶ ଛିଣ୍ଡି ପଡ଼ିଥିଲା। ନିଜ କନିଆଁଙ୍କୁ ନ ଧରିଲେ ଫେରିବି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ଏପରିକି ସେ ବେଦିରେ ମୁକୁଟ ପିନ୍ଧି ବସି ରହିଲେ।

ଏହା ମଧ୍ୟରେ ସକାରାମଙ୍କ ପରିବାର ଲୋକେ ମନିଷାଙ୍କ ସନ୍ଧାନ ଆରମ୍ଭ କରି ସେ ନିଜ ପ୍ରେମିକ ସହ ଗୁଜରାଟ ପଳାଇଥିବା ଖବର ପାଇଲେ। ପରିବାର ଲୋକେ ସେଠାରେ ପହଞ୍ଚି ବହୁ ବୁଝାଶୁଝା କରିବା ପରେ ମନିଷା ସେମାନଙ୍କ ସହ ଫେରିଥିଲେ। ଗତ ୧୫ ତାରିଖରେ ଉଭୟଙ୍କ ହାତଗଣ୍ଠି ପଡ଼ିବା ସହ ସାତ ଫେରା ବି ସମ୍ପନ୍ନ ହୋଇଥିଲା। ଆଉ ଉଭୟ ସାଜିଥିଲେ ପତିପତ୍ନୀ । ଏହାପର ଦିନ ଅର୍ଥାତ ୧୬ ତାରିଖରେ ବର କନିଆ ନିଜ ଘରକୁ ବିଦା ହୋଇଥିଲେ।

Marriage Rajastan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe