Advertisment

Wedding Called Off: କୁକୁର ପାଇଁ ମହାଭାରତ: ମାରପିଟ ପରେ ଭାଙ୍ଗିଲା ବାହାଘର

ପୁଅ-ଝିଅ ବାହା ହୋଇ ଯାଇଥିବାରୁ ଦୁଇ ପରିବାର ପରସ୍ପର ସହ ଆଲୋଚନା କରିଥିଲେ ଓ ଫତେପୁରରେ ପୁଣି ଦୁଇ ଜଣଙ୍କ ବିବାହ କରିବାରୁ ସହମତି ହୋଇଥିଲେ। ଫେବୃଆରୀ ୧୮ରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା।

Dog

ବର-କନ୍ୟା ଓ କୁକୁର

Advertisment

ପୋଷା କୁକୁର ପାଇଁ ମହାଭାରତ। କୁକୁର ଯୋଗୁ ଦୁଇ ପରିବାର ମଧ୍ୟରେ ହୋଇଛି ହିଂସାତ୍ମକ ସଂଘର୍ଷ। ବାହାଘର କାର୍ଯ୍ୟକ୍ରମ ବେଳେ କୁକୁର ଯୋଗୁ ଦୁଇ ପରିବାର ମଧ୍ୟରେ ଘଟିଛି ଭୟଙ୍କା ମାରପିଟ। ଶେଷରେ ବାହାଘରକୁ ମଧ୍ୟ ବାତିଲ କରାଯାଇଛି। ଉତ୍ତର ପ୍ରଦେଶ(Uttar Pradesh)ର ଫତେପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। କିନ୍ତୁ ଡ୍ରାମ ଏତିକିରେ ସରି ନାହିଁ। 

Advertisment

ଦିବଂଗତ ସୁନୀଲ କୁମାର ଓ ସରୋଜ ଗୁପ୍ତାଙ୍କ ଝିଅ ହେଉଛନ୍ତି ତନ୍ୟା କେଶରୱାନି। ସେହିପରି ଦିବଂଗତ ରାକେଶ ଚନ୍ଦନ ଓ ବବଲୀ ଦେବୀଙ୍କ ପୁଅ ହେଉଛନ୍ତି ସୁମିତ। ତନ୍ୟା ଓ ସୁମିତ ପରସ୍ପରକୁ ଭଲ ପାଉଥିବା ବେଳେ ଜାନୁଆରୀ ମାସରେ ଘରୁ ଫେରାର ହୋଇ ଯାଇଥିଲେ। ଏହାପରେ କାନପୁରରେ ଉଭୟ ପରସ୍ପରକୁ ବିବାହ କରିଥିଲେ।

ପୁଅ-ଝିଅ ବାହା ହୋଇ ଯାଇଥିବାରୁ ଦୁଇ ପରିବାର ପରସ୍ପର ସହ ଆଲୋଚନା କରିଥିଲେ ଓ ଫତେପୁରରେ ପୁଣି ଦୁଇ ଜଣଙ୍କ ବିବାହ କରିବାରୁ ସହମତି ହୋଇଥିଲେ। ଫେବୃଆରୀ ୧୮ରେ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ବର ଘର ଲୋକଙ୍କ କହିବା କଥା ଯେ ଭୋର ପ୍ରାୟ ୪ଟା ବେଳେ ଅଳଙ୍କାର ଦେବାନେବା ନୀତି ଆରମ୍ଭ ହୋଇଥିଲା।

Advertisment

ଏହି ସମୟରେ ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ। ଠିକ ଏହି ସମୟରେ କନ୍ୟା ଘରର ପୋଷା କୁକୁର ଜୋରରେ ଭୁକିବାକୁ ଲାଗିଥିଲା। ସେ ବେଶ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା। ଏହାକୁ ଦେଖି ବର ଘରର ଜଣେ ଯୁବକ କୁକୁରକୁ ପିଟି ଦେଇଥିଲେ। ବାସ ଏହାକୁ ନେଇ ଚିହିଁକି ଉଠିଥିଲେ କନ୍ୟା ଘର ଲୋକ। ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

କିଛି ସମୟ ପରେ ଏହି ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା। ଦୁଇ ପକ୍ଷ ପରସ୍ପରକୁ କାଠ ଫାଳିଆ ଓ ଚେୟାରରେ ଆକ୍ରମଣ କରିଥିଲେ। ଭୟଙ୍କର ମାରପିଟ ଯୋଗୁ କିଛି ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। କନ୍ୟା ଘରର ୩ ଜଣଙ୍କ ମୁଣ୍ଡରେ ଗଭୀର ମଧ୍ୟ ଲାଗିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଘଟଣା ପରେ ଉଭୟ ପରିବାର ଖାଗା ପୁଲିସ୍‌ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ପୁଲିସ୍‌ ସବୁ କଥା ଶୁଣିବା ପରେ ବାହାଘରକୁ ବିଧିବଦ୍ଧ ଭାବେ ବାତିଲ କରାଯାଇଥିଲା। ହେଲେ ତନ୍ୟା ବାହାଘର ବାତିଲ ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି। ପରିବାର ଲୋକଙ୍କ ସହ ସେ ପାଟିତୁଣ୍ଡ କରି ପ୍ରୟାଗରାଜ ସ୍ଥିତ ଘର ଛାଡ଼ିଥିଲେ।

୫ ଦିନ ପରେ ସେ ଏକାକୀ ନିଜ ଶାଶୂ ଘରେ ପହଞ୍ଚିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କୁ ଫେରି ଯିବାକୁ କୁହାଯାଇଥିଲା। କିନ୍ତୁ ସେ ନିଜ ସ୍ୱାମୀଙ୍କ ସହ ଗୋଟିଏ ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସେମାନଙ୍କ ବାହାଘର ଜାନୁଆରୀ ମାସରୁ ହୋଇ ସାରିଛି। ଫେବୃଆରୀ କାର୍ଯ୍ୟକ୍ରମ କେବଳ ଗୋଟିଏ ଔପଚାରିକ ଉତ୍ସବ ଥିଲା। 

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe