Advertisment

ବିହାରରେ ପୁଣି ବ୍ରିଜ ଭୁଶୁଡ଼ିଲା, ସପ୍ତାହକ ମଧ୍ୟରେ ୪ର୍ଥ ଘଟଣା

ଏହାକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଏପରି ଢଙ୍ଗରେ ୪ଟି ବ୍ରିଜ ଭୁଶୁଡ଼ିଲାଣି।

Bridge Collapses

Bridge Collapses

Advertisment

ପୁଣିଥରେ ବିହାରରେ ଗୋଟିଏ ବ୍ରିଜ ଭୁଶୁଡ଼ିଛି। କିଶନଗଞ୍ଜ ଜିଲ୍ଲାରେ ଥିବା ବ୍ରିଜର କିଛି ଅଂଶ ଆଜି ଭୁଶୁଡ଼ି ପଡ଼ିଛି। କନକାଇର ଉପ ନଦୀ ଉପରେ ଏହି ୭୦ ମିଟୀ ଲମ୍ବ ବ୍ରିଜ ରହିଥିଲା।

Advertisment

ବାହଦୂରଗଞ୍ଜ ଓ ଦିଘଲବ୍ୟାଙ୍କ ବ୍ଲକକୁ ଏହା ସଂଯୋଗ କରୁଥିଲା। କିନ୍ତୁ ଆଜି ଏହି ବ୍ରିଜର ଗୋଟିଏ ପିଲାର ଭାଙ୍ଗି ଯିବାରୁ ବ୍ରିଜଟିର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଟି ଯାକ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ତେବେ ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି। ଏହାକୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ ଏପରି ଢଙ୍ଗରେ ୪ଟି ବ୍ରିଜ ଭୁଶୁଡ଼ିଲାଣି।

ଅଧିକାରୀମାନେ କହିଛନ୍ତି, କିଶନଗଞ୍ଜ ଜିଲ୍ଲାରେ ଥିବା ବ୍ରିଜର ଏକାଧିକ ପିଲାର୍‌ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଦୁର୍ବଳ ହୋଇ ଯାଇଥିଲା। ତେଣୁ ଏହାର କିଛି ଅଂଶ ଦବି ଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ରିଜର ମଧ୍ୟଭାଗ ଦିବ ଯିବା ସହ ପ୍ରଖର ଜୋଳସ୍ରୋତକୁ ସ୍ପର୍ଶ କରୁଛି। ଲାଗୁଛି ଏହା କିଛି କ୍ଷଣ ମଧ୍ୟରେ ପ୍ରଖର ସ୍ରୋତରେ ଭାସିଯିବ।

Advertisment

ଏ ସମ୍ପର୍କରେ ଖବର ପାଇବା ପରେ ବାହାଦୂରଗଞ୍ଜ ପୁଲିସ୍‌ ଷ୍ଟେସନ ମୁଖ୍ୟ ଅଭିନବ ପାର୍ସର ତାଙ୍କ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେ ଉଭୟ ପାର୍ଶ୍ୱରେ ବ୍ୟାରିକେଡ କରି ଯାତାୟାତ ବନ୍ଦ କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବ୍ରିଜ୍‌ଟି ମାତ୍ର ୬ ବର୍ଷ ତଳେ ତିଆରି ହୋଇଥିଲା। ନିମ୍ନମାନର କାମ ଯୋଗୁ ଏହାର ପିଲାର୍‌ ଭୁଶୁଡ଼ି ପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ସିଙ୍ଘଲ କହିଛନ୍ତ, ଉପନଦୀ ମାଡିୟା ଉପରେ ବ୍ରିଜ୍‌ଟି ୨୦୧୧ ମସିହାରେ ହୋଇଥିଲା।

ତେବେ ନେପାଳ କ୍ୟାଚମେଣ୍ଟରେ ପ୍ରବଳ ବର୍ଷା ହେବାରୁ ଏଠାରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଥିଲା। ପ୍ରଖର ଜଳସ୍ରୋତକୁ ବ୍ରିଜର ଗୋଟିଏ ପିଲାର ସମ୍ଭାଳି ପାରି ନଥିଲା। ଫଳରେ ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଛି ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ସିୱାନ ଓ ଆରାରିଆ ଜିଲ୍ଲାରେ ୩ଟି ବ୍ରିଜ ଭୁଶୁଡ଼ି ଥିଲା।

Bihar Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe