Advertisment

ଜୋର୍‌ରେ ହେଲା ପବନ, ଭାଙ୍ଗିଗଲା ନିର୍ମାଣାଧୀନ ବ୍ରିଜ୍

୨୦୧୬ରେ ବ୍ରିଜ୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। କାମ ୨୦୧୭ରେ ସରିବାର ଥିଲା। କିନ୍ତୁ ବ୍ରିଜ ଅଧା ନିର୍ମାଣ କରି ହଠାତ କଣ୍ଟ୍ରାକ୍ଟର କାମ ବନ୍ଦ କରି ଦେଲେ।

Bridge

Bridge

Advertisment

୨୦୧୬ରେ ବ୍ରିଜ୍‌ର ନିର୍ମାଣ କାମ ଆରମ୍ଭ ହୋଇଥିଲା। କାମ ୨୦୧୭ରେ ସରିବାର ଥିଲା। କିନ୍ତୁ ବ୍ରିଜ ଅଧା ନିର୍ମାଣ କରି ହଠାତ କଣ୍ଟ୍ରାକ୍ଟର କାମ ବନ୍ଦ କରି ଦେଲେ।

Advertisment

୨୦୧୭ରୁ ଡେଡ୍‌ ଲାଇନ ଶେଷ ହୋଇଥିଲେ ହେଁ କାମ ସରି ନଥିଲା। ଏବେ ଅର୍ଦ୍ଧ ନିର୍ମିତ ବ୍ରିଜ୍‌ର କିଛି ଅଂଶ ସୋମାବର ରାତିରେ ହୋଇଥିବା ପବନରେ ଭୁଶୁଡ଼ି ପଡ଼ିଛି। ୧୦୦ ଫୁଟ ବ୍ୟବଧାନରେ ଥିବା ୨ଟି ପିଲାର ମଧ୍ୟସ୍ଥ ୫ଟି ସିମେଣ୍ଟ ଗ୍ରିଡର୍ସ ଭିତରୁ ୨ଟି ଭୁଶୁଡ଼ି ଯାଇଛି।

ତେଲଙ୍ଗାନାର ପେଡ୍ଡାପାଲ୍ଲି ଜିଲ୍ଲାରେ ଏପରି ଘଟଣା ସୋମବାର ରାତି ପ୍ରାୟ ୯.୪୫ରେ ଘଟିଥିଲା। ଲୋକଙ୍କ କହିବା କଥା ଯେ ନିମ୍ନମାନର କାମ ଯୋଗୁ ବାକି ୩ଟି ଯାକ ଗ୍ରିଡର୍ସ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗି ଯିବ।

Advertisment

ଘଟଣା ସ୍ଥଳରୁ ୬୦୦ ମିଟର ଦୂରରେ ଥିବା ଓଡେଡୁ ଗାଁର ସରପଞ୍ଚ ସିରିକୋଣ୍ଡା ବାକ୍କା ରାଓ କହିଛନ୍ତି, “ ଗୋଟିଏ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି। କାରଣ ଘଟଣା ଘଟିବାର ଗୋଟିଏ ମିନିଟ୍‌ ପୂର୍ବରୁ ବ୍ରିଜ୍‌ ତଳ ଦେଇ ଗୋଟିଏ ବସ୍‌ ଅତିକ୍ରମ କରିଥିଲା। ଏଥିରେ ୬୫ ଜଣ ଲୋକ ରହିଥିଲେ। ଯଦି ସେମାନଙ୍କ ଉପରେ ସିମେଣ୍ଟଠ ଖଣ୍ଡ ଖସି ପଡ଼ିଥାଆନ୍ତା, ତା’ହେଲେ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥାଆନ୍ତା।”

ଗୋଟିଏ କିମି ବିଶିଷ୍ଟ ଏହି ବ୍ରିଜ୍‌ କାମ ୨୦୧୬ରେ ଆରମ୍ଭ ହୋଇଥିଲା। ଏଥିପାଇଁ ୪୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ତତ୍କାଳୀନ ତେଲଙ୍ଗାନା ବିଧାନସଭାର ବାଚସ୍ପତି ମଧୁସୂଦନ ସି ଓ ସ୍ଥାନୀୟ ବିଧାୟ ପି ମଧୁ ନର୍ମାଣ କାମର ଶିଳାନ୍ୟାଶ କରିଥିଲେ।

ବ୍ରିଜ୍‌ର ନିର୍ମାଣ କାମ ଗୋଟିଏ ବର୍ଷରେ ସରିବ ବୋଲି ଘୋଷଣା କରାଯାଇଥିଲା। ଏହାଦ୍ୱାରା ମନଥାନି, ପାରାକଲ ଓ ଜାମ୍ମିକୁଣ୍ଟା ମଧ୍ୟରେ ଦୂରାତ ୫୦ କିମି ହ୍ରାସ ପାଇଥାଆନ୍ତା। ବ୍ରିଜ୍‌ଟି ଗାରମିଲ୍ଲାପାଲ୍ଲୁ ଓ ପେଡ୍ଡାପାଲ୍ଲିର ଓଡେଡୁକୁ ଯୋଡ଼ିବ।

ଶିଳାନ୍ୟାଶ ପରେ ଜୋରସୋରରେ କାମ ଆରମ୍ଭ ହୋଇଥିଲା। କିନ୍ତୁ ଗୋଟିଏ ବର୍ଷ ମଧ୍ୟରେ କଣ୍ଟ୍ରାକ୍ଟର କାମ ବନ୍ଦ କରି ଦେଇଥିଲେ। ତାଙ୍କ ଉପରେ କମିସିନ ପାଇଁ ଚାପ ପଡ଼ୁଥିଲା ଓ ସରକାର ମଧ୍ୟ ତାଙ୍କ ବିଲ୍‌ କ୍ଲିୟର କରୁ ନଥିଲେ। ସମାନ କଣ୍ଟ୍ରାକ୍ଟର ଜଣଙ୍କ ଭେମୁଲାୱାଡାରେ ମଧ୍ୟ ଗୋଟିଏ ବ୍ରିଜ ତିଆରି କରିଥିଲେ।

ଉକ୍ତ ବ୍ରିଜ୍‌ଟି ମଧ୍ୟ ୨୦୨୧ରେ ହୋଇଥିବା ପ୍ରବଳ ବର୍ଷାରେ ଧୋଇ ହୋଇ ଯାଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ପୂର୍ବଭଳି ଏବେ ବି ଗାଁର ଲୋକମାନେ ବ୍ରିଜ ତଳେ ଥିବା ମାଟି ରାସ୍ତାକୁ ବ୍ୟବହାର କରୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ମାଣ କାମର ବଜେଟ ବୃଦ୍ଧି କରାଯାଇଛି। ଗତବର୍ଷ ଆଉ ୧୧ କୋଟି ଟଙ୍କାକୁ ମଞ୍ଜୁରୀ ମିଳିଛି। କିନ୍ତୁ ଏଯାଏ ୬୦% କାମ ମଧ୍ୟ ଶେଷ ହୋଇ ନଥିଲା।

Dangerous Bridge Bridge Collapse Telangana Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe