Bridge
ସରକାର କା ମାଲ ଦରିଆ ମେ ଡାଲ୍। ଏହାର ଏକ ଜ୍ୱଳନ୍ତ ଉଦହାରଣ ସାମ୍ନାକୁ ଆସିଛି। ପାଣିରେ ପଡ଼ିଛି ୧୨ କୋଟି ଟଙ୍କା। ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରି ନିର୍ମାଣ ଚାଲିଥିବା ଗୋଟିଏ ବ୍ରିଜ୍ର କିଛି ଅଂଶ ଉଦଘାଟନ ପୂର୍ବରୁ ହିଁ ଭୁଶୁଡ଼ି ପଡ଼ିଛି।
ବିହାରର ଆରାରିଆରେ ଏପରି ଘଟଣା ଘଟିଛି। ବକ୍ରା ନଦୀ ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ ଚାଲିଥିବା ଏହି କଙ୍କ୍ରିଟ ବ୍ରିଜ୍ଟି ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଣିରେ ଭୁଶୁଡ଼ି ନଷ୍ଟ ହୋଇଯାଇଛି। ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବ୍ରିଜ୍ର କିଛି ଅଂଶ ପାଣିରେ ଭୁଶୁଡ଼ି ପଡ଼ିଥିବା ବେଳେ ନଦୀ କୂଳରା କିଛି ଲୋକ ଛିଡ଼ା ହୋଇଛନ୍ତି। ବ୍ରିଜର ବିରାଟ ଏକ ଅଂଶ ଭୁଶୁଡ଼ି ପଡ଼ିଥିଲେ ହେଁ ଏଥିରେ କେହି ବି ମୃତାହତ ହୋଇ ନାହାନ୍ତି।
ବିହାରର ଆରାରିଆରେ ଥିବା କୃଷକାନ୍ତା ଓ ସିକଟି ମଧ୍ୟରେ ଯାତାୟାତକୁ ସୁବିଧାଜନକ କରିବା ପାଇଁ ବ୍ରିଜକୁ ନିର୍ମାଣ କରାଯାଇଥିଲା। ଏଥିପାଇଁ ୧୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। କିନ୍ତୁ ଉଦଘାଟନ ପୂର୍ବରୁ ଆଜି ବ୍ରିଜଟି ଭୁଶୁଡ଼ି ପଡ଼ିଛି।
ସିକଟି ବିଧାୟକ ବିଜୟ କୁମାର କହିଛନ୍ତି, “ନିର୍ମାଣକାରୀ ସଂସ୍ଥାର ଅବହେଳା ଯୋଗୁ ବ୍ରିଜ ଭୁଶୁଡ଼ି ପଡ଼ିଛି। ପ୍ରଶାସନ ଏହାର ତଦନ୍ତ କରୁ ବୋଲି ଆମେ ଦାବି କରୁଛୁ।”
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭୁଶୁଡ଼ି ପଡ଼ିଥିବା ବ୍ରିଜ୍ର ଧ୍ୱଂସାବଶେଷଗୁଡ଼ିକ ପାଣିରେ ଭାସି ଯାଇଛି। ଏହାଦେଖି ଲୋକମାନେ ସୁରକ୍ଷିତ ସ୍ଥାନକୁ ଦୌଡ଼ିବାରେ ଲାଗିଛନ୍ତି। ଆଉ ଏକ ଭିଡିଓରେ କିଛି ଲୋକ ଭୁଶୁଡ଼ି ପଡ଼ିଥିବା ବ୍ରିଜ୍ ନିକଟରେ ଛିଡ଼ା ହୋଇଥିବା ବେଳେ ଆଉ କିଛି ଏହାର ତଳେ ଛିଡ଼ା ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bridge_1718720162.jpg)