Advertisment

କୋର୍ଟରେ ହାଜର ହୋଇ ସଫେଇ ଦେଲେ ବ୍ରିଜ ଭୂଷଣ, କହିଲେ- କିଛି ବି ଭୁଲ କରିନି

ଆଜି ବ୍ରିଜ ଭୂଷଣ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସେ ମାମଲାର ବିଚାର ପ୍ରକ୍ରିୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

Brij Bhushan

Brij Bhushan

Advertisment

ଭାରତୀୟ ରେସଲିଂର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ତାଙ୍କ ବିରୋଧରେ ଦେଶର ୫ ଜଣ ପ୍ରତିଷ୍ଠିତ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଚାର୍ଜଫ୍ରେମ ମଧ୍ୟ କରିଛନ୍ତି। ତଥାପି ବ୍ରିଜ ଭୂଷଣ କିଛି ଭୁଲ କରି ନଥିବା ସଫେଇ ଦେଇଛନ୍ତି।

Advertisment

ଆଜି ବ୍ରିଜ ଭୂଷଣ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସେ ମାମଲାର ବିଚାର ପ୍ରକ୍ରିୟାକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

ତାଙ୍କୁ଼ ବିଚାରପତି ନିଜର ଦୋଷ ସ୍ୱୀକାର କରୁଛନ୍ତି କି ନାହିଁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ବ୍ରିଜ ଭୂଷଣ କହିଛନ୍ତି, “ଏହାର କୌଣସି ପ୍ରଶ୍ନ ହିଁ ନାହିଁ। ଭୁଲ ମୁଁ କରି ନାହିଁ। କାହିଁକି ସ୍ୱୀକାର କରିବି?”

Advertisment

ବ୍ରିଜ ଭୂଷଣ ତାଙ୍କ ଓକିଲଙ୍କ ଜରିଆରେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଦେଶକୁ ଖେଳିବାକୁ ଯିବା ବେଳେ ରେସଲରମାନେ ଯେଉଁ ହୋଟେଲରେ ରୁହନ୍ତି, ସେ ଆଦୌ ସେଠାରେ ରୁହନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।

ଏକଥା ଶୁଣିବା ପରେ କୋର୍ଟ ବ୍ରିଜ ଭୂଷଣଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪ଏ ଓ ଅତିରିକ୍ତ ଭାବେ ଦୁଇଟି ଭିନ୍ନ ମାମଲାରେ ୫୦୬ ଦଫାରେ ଚାର୍ଜଫ୍ରେମ କରିଛନ୍ତି।

ସେହିପରି ବ୍ରିଜ ଭୂଷଣଙ୍କ କାର୍ଯ୍ୟକାଳ ସମୟରେ ତାଙ୍କ ସଚିବ ଭାବେ କାର୍ଯ୍ୟ କରୁଥିବା ବିନୋଦ ତୋମାରଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ ହୋଇଛି। ସେ ମଧ୍ୟ ବ୍ରିଜ ଭୂଷଣଙ୍କ ଭଳି ଦୋଷ ସ୍ୱୀକାର କରି ନାହାନ୍ତି।

ତୋମାର କହିଛନ୍ତି, “ସବୁ ଅଭିଯୋଗ ମିଛ। ଆମ ପାଖରେ ସବୁ ପ୍ରମାଣ ରହିଛି। ଘରକୁ କେବେ ଡାକି ନାହୁଁ। କେବେ ହେଲେ ଗାଳି କିମ୍ବା ଧମକ ଦେଇ ନାହୁଁ।”

କୋର୍ଟରେ ଶୁଣାଣି ଶେଷ ହେବା ପରେ ବ୍ରିଜ ଭୂଷଣ ସାମ୍ବାଦିକମାନଙ୍କୁ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ କୋର୍ଟ ମୋ ବିରୋଧରେ ଚାର୍ଜଫ୍ରେମ କରିଛନ୍ତି।

ଏବେ ସେମାନଙ୍କୁ କୋର୍ଟରେ ଏହା ପ୍ରମାଣ କରିବାକୁ ପଡ଼ିବ। ସେମାନଙ୍କ ପାଖରେ ଥିବା ପ୍ରମାଣ ସମ୍ପର୍କରେ କହିବାକୁ ପଡ଼ିବ। ମୁଁ ନିର୍ଦ୍ଦୋଷ ବୋଲି ସମସ୍ତ ପ୍ରମାଣ ମୋ ପାଖରେ ରହିଛି। ସବୁ କିଛି ଅଭିଯୋଗ ମିଛ।”

Brij Bhushan Sharan Singh Brij Bhushan Singh Brij Bhushan Singh Harassed Wrestlers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe