Advertisment

କୁସ୍ତିରୁ ସନ୍ୟାସ ନେଲେ ବ୍ରିଜ ଭୂଷଣ

ସଞ୍ଜୟ ସିଂହ ତାଙ୍କର କୌଣସି ସମ୍ପର୍କୀୟ ନୁହନ୍ତି ବୋଲି ବ୍ରିଜ ଭୂଷଣ ସଫେଇ ରଖିଛନ୍ତି।

author-image
Madhupriya Mistry
Brij-bhushan-sharan-singh

Brij-bhushan-sharan-singh

ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ ଆକ୍ସନ ନେଇଛି। ଏହା ପରେ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ କୁସ୍ତିରୁ ସନ୍ୟାସ ନେଇଛନ୍ତି। ସେ ଖୋଦ୍‌ ଏହି ଘୋଷଣା କରିଛନ୍ତି।

Advertisment

ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, 'କୁସ୍ତି ସଙ୍ଗଠନ ସହିତ ମୋର ଆଉ କିଛି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ମୋର ସମ୍ପର୍କୀୟ ନୁହଁନ୍ତି। କୁସ୍ତି ସଙ୍ଗଠନରୁ ମୋର ଭୂମିକା ଶେଷ ହୋଇଛି। ମୁଁ କୁସ୍ତି ସଙ୍ଗଠନ ପାଇଁ ୧୨ ବର୍ଷ ଧରି କାମ କରିଛି। ସମୟ କହିବ ମୁଁ କ'ଣ କରିଛି ନ କରିଛି। ଏବେ ରେସଲିଂ ଆସୋସିଏସନରୁ ମୁଁ ଅବସର ନେଇଛି ଏବଂ ବର୍ତ୍ତମାନ ରେସଲିଂ ଆସୋସିଏସନ୍ ସହିତ ମୋର କୌଣସି ସମ୍ପର୍କ ନାହିଁ।'

ସେ ଆହୁରି କହିଛନ୍ତି ଯେ, ସମସ୍ତ ଫେଡେରେସନ ହାତ ଟେକି ଦେଇଥିଲେ। ତେଣୁ ୧୫ରୁ ୨୦ ବର୍ଷର ପିଲା ମାନଙ୍କ ଭବିଷ୍ୟତ ଯେପରି ନଷ୍ଟ ନ ହେବ, ଏଥିପାଇଁ ନନ୍ଦୀନି ନଗର ଠାରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲି। ଚାରି ଦିନ ମଧ୍ୟରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥାନ୍ତା। ଦେଶର ୨୫ଟି ଫେଡେରେସନ୍ ମଧ୍ୟରୁ ୨୫ ଜଣ ହାତ ଟେକି ଦେଇଥିଲେ। ଏହି ଟୁର୍ନାମେଣ୍ଟ ୩୧ ଡିସେମ୍ବର ସୁଦ୍ଧା ଅନୁଷ୍ଠିତ ହେବାର ଥିଲା। ସରକାର ତାଙ୍କ ଦେଖାରେଖାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Advertisment

ତାଙ୍କ ଘର ବାହାରେ ଲାଗିଥିବା ଦବ୍‌ଦବା ଲେଖାଥିବା ପୋଷ୍ଟରକୁ ମଧ୍ୟ ବ୍ରିଜଭୂଷଣ ହଟାଇ ଦେଇଛନ୍ତି। ଏଥିରୁ ଘମଣ୍ଡର ଗନ୍ଧ ଆସୁଥିବା ବୋଲି ସେ କହିଛନ୍ତି। ଆଗକୁ ଲୋକସଭା ନିର୍ବାଚନ। ଏଥିପାଇଁ ସେ ପ୍ରସ୍ତୁତି ଜାରି ରଖିଛନ୍ତି। କୁସ୍ତି ସଂଘ ବିଷୟରେ ଏବେ ନିର୍ବାଚିତ ଲୋକମାନେ ହିଁ ନିଷ୍ପତ୍ତି ନେବେ। କୁସ୍ତି ସଂଘ କୋର୍ଟ ଯାଉ ଅବା ନଯାଉ ଏଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ। ସଞ୍ଜୟ ସିଂହ ତାଙ୍କର କୌଣସି ସମ୍ପର୍କୀୟ ନୁହନ୍ତି ବୋଲି ବ୍ରିଜ ଭୂଷଣ ସଫେଇ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଯୌନ ନିର୍ଯାତନା ଅଭିଯୋଗରେ ଆଥଲେଟମାନେ ରାସ୍ତାରେ ଧାରଣା ଦେବା ପରେ ବ୍ରିଜ ଭୂଷଣ ଡବ୍ଲୁଏଫଆଇ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ନୂତନ ନିର୍ବାଚନରେ ​​ତାଙ୍କ ସହଯୋଗୀ ସଞ୍ଜୟ ସିଂହ ଏହି ପାଦ ପାଇଁ ନିର୍ବାଚିତ ହୋଇଥିଲେ।

ତେବେ ଏହି ନିର୍ବାଚିତ ଫଳାଫଳ ଆସିବା ପରେ କୁସ୍ତି ସାକ୍ଷୀ ମଲିକ୍ କ୍ରୀଡାରୁ ଅବସର ନେଇଥିବା ଘୋଷଣା କରିଥିଲେ ଏବଂ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀଙ୍କୁ ଫେରାଇ ଦେଇଥିଲେ। ଏହି କ୍ରମରେ ବିବାଦ ବଢିବା ପରେ ରବିବାର କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରିଛନ୍ତି।

Brij Bhushan Sharan Singh Wrestling Federation WFI