Advertisment

ଆମେ ହିନ୍ଦୁସ୍ତାନୀ: ଘରେ ତ୍ରିରଙ୍ଗା ଉଡ଼ାଇ ନୂଆ ବାର୍ତ୍ତା ଦେଲେ ଆତଙ୍କବାଦୀର ଭାଇ

ଆଜି ତା’ ଭାଇ ଦେଶ ପ୍ରଥମ ଓ ପୁଅ ପଛ ବୋଲି ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ତା’ ଭାଇ ଜମ୍ମୁ-କଶ୍ମୀରର ସୋପୋର ଠାରେ ଥିବା ଘରର ବାଲକୋନୀ ଓ ଘର ଆଗରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି।

Terrorist

Terrorist

Advertisment

ସ୍ୱାଧୀନିତା ଦିବସର ଅବ୍ୟାହତି ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ଘରେ ବିଶାଳ ତ୍ରିରଙ୍ଗେ ଉଡ଼ାଇ ପୂରା ଦେଶକୁ ନୂଆ ବାର୍ତ୍ତା ଦେଇଛନ୍ତି। ଜାଭେଦ ହିବବୁଲ ମୁଜାହିଦ୍ଦିନର ସଦସ୍ୟ ହୋଇଥିବା ବେଳେ ଦେଶ ବିରୋଧରେ କାମରେ ଲିପ୍ତି। 

Advertisment

ହେଲେ ଆଜି ତା’ ଭାଇ ଦେଶ ପ୍ରଥମ ଓ ପୁଅ ପଛ ବୋଲି ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ତା’ ଭାଇ ଜମ୍ମୁ-କଶ୍ମୀରର ସୋପୋର ଠାରେ ଥିବା ଘରର ବାଲକୋନୀ ଓ ଘର ଆଗରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଥିବା ବେଳେ ଜାଭେଦର ଭାଇ ରୟୀସ ଏହାକୁ ଅନୁକରଣ କରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ରୟୀସ ବେଶ ଗର୍ବ ଓ ଖୁସିର ସହ ତ୍ରିରଙ୍ଗାକୁ ନିଜ ଘରର ବାଲକୋନୀ ଓ ଘର ବାହାରେ ଉଡ଼ାଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ରୟୀସ ଏଏନଆଇକୁ କହିଛନ୍ତି ଯେ “ମୁଁ ମୋ ହୃଦୟରୁ ତ୍ରିରଙ୍ଗାକୁ ଉଡ଼ାଇଛି। ଏଥିପାଇଁ କାହାର ଚାପ ନଥିଲା।

Advertisment

ସାରେ ଜାହାନ ସେ ଆଚ୍ଛା ହିନ୍ଦୁସ୍ତାନ ହମାରା, ହମ ବୁଲବଲେ ହେ ଇସକେ ୟେ ଗୁଲସ୍ତାନ ହମାରା। ଏଠାରେ ସ୍ଥିତି ବଦଳିଛି। ଅଗଷ୍ଟ ୧୪ରେ ପ୍ରଥମଥର ପାଇଁ ମୁଁ ମୋ ଦୋକାନରେ ବସିବାକୁ ସକ୍ଷମ ହୋଇଛି। ପୂର୍ବରୁ ଏହା ୨ରୁ ୩ ଦିନ ବନ୍ଦ ରହୁଥିଲା।

ପୂର୍ବରୁ ରାଜନୀତିକ ଦଳ ଗୁଡ଼ିକ ଖେଳ ଖେଳୁଥିଲେ। ମୋ ଭାଇ ୨୦୦୯ରେ ଆତଙ୍କବାଦୀ ହୋଇଥିଲା। ସେବେଠାରୁ ତା’ ବିଷୟରେ ଆମ ପାଖରେ କୌଣସି ଖବର ନାହିଁ। ଯଦି ସେ ବଞ୍ଚିଛି, ତା’ହେଲେ ତାକୁ ପୁଣି ମୁଖସ୍ରୋତକୁ ଫେରି ଆସିବାକୁ ଅନୁରୋଧ କରୁଛି। ପରିସ୍ଥିତି ବଦଳି ଗଲାଣି। ପାକିସ୍ତନ କିଛି କରିପାରିବ ନାହିଁ। ଆମେ ହିନ୍ଦୁସ୍ତାନୀ ଥିଲୁ ଓ ଆଗକୁ ମଧ୍ୟ ରହିବୁ।’

Independence Day Terrorist Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe