K Kavitha
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ଗିରଫ କରିଛି।
ହାଇଦ୍ରାବାଦ ସ୍ଥିତ କବିତାଙ୍କ ବାସଭବନରେ ଆଜି ଆୟକର ବିଭାଗ ଓ ଇଡି ରେଡ କରିଥିଲେ। ବେଶ କିଛି ଘଣ୍ଟାର ରେଡ ପରେ ମନି ଲଣ୍ଡରିଂ ମାମଲାରେ ଇଡି କବିତାଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଇଡି ଦିଲ୍ଲୀ ଆଣୁଥିବା ଜଣାପଡ଼ିଛି।
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି କେ କିବତା। ଘଟଣାରେ ଆକୟର ବିଭାଗ ଓ ଇଡି କବିତାଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଥିବାରୁ ତାଙ୍କୁ ବାରମ୍ବାର ସମନ କରିଥିଲେ।
କିନ୍ତୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଓ ତଦନ୍ତକାରୀ ସଂସ୍ଥା ସାମ୍ନାରେ ହାଜର ହେଉ ନଥିଲେ। ଏଥିପାଇଁ ଆଜି ଇଡି ଓ ଆୟକର ବିଭାଗରର ୧୦ ଜଣ ଅଧିକାରୀ ହାଇଦ୍ରାବାଦରେ ପହଞ୍ଚି କବିତାଙ୍କ ଘରେ ଛାନଭିନ କରିଥିଲେ। ଏହାପରେ ଇଡି ତାଙ୍କୁ ଗିରଫ କରିଛି।
ଦିଲ୍ଲୀର ଅବକାରୀ ନୀତିରୁ ଫାଇଦା ହାସଲ କରିବା ପାଇଁ କ୍ଷମତାସୀନ ଆପ୍କୁ ସାଉଥ ଗ୍ରୁପ ୧୦୦ କୋଟି ଟଙ୍କା ଦେଇଥିଲା। ଏହି ଗ୍ରୁପର ସଦସ୍ୟ ହେଉଛନ୍ତି କବିତା ବୋଲି ଇଡି ଚାର୍ଜଶିଟରେ ଅଭିଯୋଗ କରିଛି। କିନ୍ତୁ ଏହାକୁ କବିତା ଖଣ୍ଡନ କରିଛନ୍ତି ଓ ଇଡି ନୋଟିସକୁ ସେ ମୋଦି ନୋଟିସ ବୋଲି କହିଥିଲେ।
ଏହି ତଥାକଥିତ ଦୁର୍ନୀତି ଘଟଣାରେ ସିବିଆଇର ଗୋଟିଏ ଟିମ କବିତାଙ୍କ ବୟାନ ୨୦୨୨ ମସିହା ଡିସେମ୍ବର ୧ରେ ରେକର୍ଡ କରିଥିଲା। ଦୀର୍ଘ ୭ ଘଣ୍ଟା କାଳ ତାଙ୍କୁ ଜେରା କରିଥିଲା। ଏହାପରେ ଇଡି ଘଟଣାର ଛାନଭିନ ଜାରି ରଖିଛି। ଇଡି ସହ ଆୟକର ବିଭାଗ ମଧ୍ୟ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/K_Kavitha_1710508940.jpg)